www.samajalive.in
Friday, December 12, 2025
15.1 C
Bhubaneswar

ରାଜ୍ୟକୁ କିଣିବାକୁ ପଡିବନି କରୋନା ଟୀକା : ବ୍ୟବସ୍ଥା କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : କୋଭିଡ-୧୯ ସମ୍ଭାବ୍ୟ ଟୀକା ପାଇଁ ଗଠିତ ଜାତୀୟ ବିଶେଷଜ୍ଞ ଦଳର ଏକ ବୈଠକ ଗୁରୁବାର ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଛି। ନୀତି ଆୟୋଗ ସଦସ୍ୟ ଡଃ ଭି.କେ. ପଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବ ଏଥିରେ ସହଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ଅନେକ ବିଷୟରେ ଆଲୋଚନା ହେବା ସହ ଟୀକାର ଉପଲବ୍ଧତା ଏବଂ ରାଜ୍ୟ ଗୁଡିକୁ ଟୀକା କିଣିବାକୁ ପଡିବନି ବରଂ କେନ୍ଦ୍ର ସରକାର ଏହାର ବ୍ୟବସ୍ଥା କରିବେ ବୋଲି ଜଣାପଡିଛି।

ବିଶେଷଜ୍ଞ ଦଳର ଏହି ବୈଠକରେ କୋଭିଡ-୧୯ ଟୀକାର ପରିକଳ୍ପନାଠାରୁ ଆରମ୍ଭ କରି ଏହାର ଡିଜିଟାଲ ଭିତ୍ତିଭୂମି ପରିଚାଳନା ଓ ଟୀକାକରଣ ନିମନ୍ତେ ଚିହ୍ନଟ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା ହୋଇଥିଲା । ଦେଶରେ କୋଭିଡ-୧୯ ଟୀକା ପରିଚାଳନା ନିମନ୍ତେ ସ୍ବେଚ୍ଛାସେବୀ ଚିହ୍ନଟ ପ୍ରକ୍ରିୟା ଓ ଟୀକାକରଣ ପାଇଁ ଗଠିତ ସ୍ଥାୟୀ ବୈଷୟିକ ପରାମର୍ଶଦାତା ସବକମିଟିର ମତାମତ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଉଭୟ ଦେଶୀୟ ଓ ବିଦେଶୀ ଟୀକା ନିର୍ମାଣ ଏବଂ ଟୀକାକରଣ ପାଇଁ ଜନସଂଖ୍ୟାର ମାନକ ନିର୍ଦ୍ଧାରଣ ଭଳି ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା ।

- Advertisement -

ବିଶେଷଜ୍ଞ ଦଳ କୋଭିଡ-୧୯ ଟୀକା ପାଇଁ ଆବଶ୍ୟକ ଅର୍ଥ ଓ ଏହାର ସମ୍ଭାବ୍ୟ ଉପଲବ୍ଧତା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ଏହାଛଡା ଏବାବଦରେ ବିସ୍ତୃତ ରଣନୀତି ଓ ସମ୍ଭାବ୍ୟ ଆବଶ୍ୟକତା ତଥା ବିତରଣ ନେଇ ମଧ୍ୟ ଆଲୋଚନା ହୋଇଥିଲା । ଟୀକାର ନିରାପତ୍ତା, ଯାଞ୍ଚ ଓ ଏ କ୍ଷେତ୍ରରେ ଜନସମାଜର ସହାୟତା, ସ୍ଵଚ୍ଛ ତଥ୍ୟ ଓ ଜନସଚେତନତା ସୃଷ୍ଟି ବିଷୟରେ ଆଲୋଚନା ହୋଇଥିଲା । ଟୀକା ସମ୍ପର୍କରେ ଭାରତର ମୁଖ୍ୟ ପଡୋଶୀମାନଙ୍କୁ ସାହାଯ୍ୟ ଓ ଟୀକା ପ୍ରସ୍ତୁତି ନେଇ ଅଂଶୀଦାର ଦେଶମାନଙ୍କ ଯୋଗଦାନ ସମ୍ପର୍କରେ ମଧ୍ୟ ସଦସ୍ୟଗଣ ଆଲୋଚନା କରିଥିଲେ । ଭାରତ ଦେଶୀୟ ଟୀକା ପ୍ରସ୍ତୁତିର ସାମର୍ଥ୍ୟର ସମ୍ଭାବନା ଓ ଏଥିରେ ଭାରତ ବାହାର ଦେଶମାନଙ୍କର ଯୋଗଦାନ ଓ ଟୀକାର ଶୀଘ୍ର ପ୍ରସ୍ତୁତି ଉପରେ ମଧ୍ୟ ଆଲୋଚନା ହୋଇଥିଲା । କେବଳ ଭାରତ ନୁହେଁ, ଅନ୍ୟାନ୍ୟ ଦେଶର ନିମ୍ନ ଓ ମଧ୍ୟମ ଆୟ ବର୍ଗର ଲୋକମାଙ୍କୁ କିପରି ଉପଲବ୍ଧ ହୋଇପାରିବ ସେନେଇ ମଧ୍ୟ ସଦସ୍ୟମାନେ ଆଲୋଚନା କରିଥିଲେ । ଟୀକା ପାଇବା ପାଇଁ ଅନ୍ୟ କୌଣସି ମାର୍ଗ ଅବଲମ୍ବନ ନକରିବା ପାଇଁ ସମିତି ପକ୍ଷରୁ ସମସ୍ତ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories