www.samajalive.in
Friday, December 12, 2025
15.1 C
Bhubaneswar

ବିନା ପ୍ୟାରେଡରେ ହେବ କନ୍ଧମାଳ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ, ପତାକା ଉତ୍ତୋଳନ କରିବେ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ

ଫୁଲବାଣୀ: ମହାମାରୀ କରୋନା ଯୋଗୁଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ୍‍ ନିୟମକୁ ଦୃଷ୍ଟିରେ ରଖି ଏଥର ସ୍ୱାଧୀନତା ଦିବସ ଉତ୍ସବ ବିନା ପ୍ୟାରେଡ ଓ ଦର୍ଶକରେ କରିବା ପାଇଁ ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇ ଏକ ପ୍ରେସ୍‍ ବିବୃତ୍ତିରେ ସୂଚନା ଦିଆଯାଇଛି। ସେହି ଦିନ ପ୍ରଭାତରେ ସହରରେ ରାମ ଧୁନ ପ୍ରଚାର କରିବା ସହ ସହରରେ ଥିବା ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବ। ସକାଳ ୭.୧୫ରେ ସମସ୍ତ ଶିକ୍ଷାନୁଷ୍ଠାନରେ କେବଳ ସ୍ୱଳ୍ପ ସଂଖ୍ୟକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ୱାରା ପତାକା ଉତ୍ତୋଳନ ହେବ। କୌଣସି ଛାତ୍ରଛାତ୍ରୀ ଆସିବେ ନାହିଁ। ପତାକା ଉତ୍ତୋଳନ ବେଳେ ଶିକ୍ଷକ, ଶିକ୍ଷୟିତ୍ରୀ ମାସ୍କ ପରିଧାନ ସହ ସାମାଜିକ ଦୂରତା ରଖିବେ ଓ ସାନିଟାଇଜର ବ୍ୟବହାର କରିବେ। ସେହିପରି ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ କମ୍‍ ସଂଖ୍ୟକ କର୍ମଚାରୀରେ କୋଭିଡ୍‍ ନିୟମ ମାନି ସକାଳ ୭.୩୦ରେ ପତାକା ଉତଳନ କରାଯିବ। ପୂର୍ବାହ୍ନ ୯ଟାରେ ପୁଲିସ୍‍ ରିଜର୍ଭ ପଡିଆରେ ଜିଲ୍ଲାସ୍ତରୀୟ ପତାକା ଉତ୍ତୋଳନ ହେବ। ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବେ। ଏହି ଉତ୍ସବରେ ପ୍ୟାରେଡ ହେବ ନାହିଁ ଏବଂ ଉତ୍ସବକୁ ସାଧାରଣ ଲୋକଙ୍କୁ ବାରଣ କରାଯାଇଛି। କେବଳ ୫୦ରୁ ୭୫ ନିମନ୍ତ୍ରୀତ ଅତିଥି ଯୋଗଦେବେ ଏବଂ ପୁଲିସ୍‍ର ଗୋଟିଏ କିମ୍ବା ଦୁଇଟି ରେଜିମେଂଟ କେବଳ ଜାତୀୟ ପତାକା ଉତ୍ତୋଳନ ବେଳେ ଅଭିବାଦନ ପାଇଁ ଉପସ୍ଥିତ ରହିବେ। ସମସ୍ତ ଅତିଥି ମାସ୍କ ପରଧାନ କରିବା ସହ ସାମାଜିକ ଦୂରତା ରକ୍ଷା କରିବେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories