www.samajalive.in
Sunday, December 14, 2025
26.1 C
Bhubaneswar

ଆଇସିସି ଅଧ୍ୟକ୍ଷ ନିର୍ବାଚନ : ଭାରତ-ପାକିସ୍ତାନ ମୁହାଁମୁହିଁ

ମୁମ୍ବଇ : ଏଥର କ୍ରିକେଟ୍‍ ପଡ଼ିଆରେ ନ ହେଲେ ବି ବିଶ୍ୱ କ୍ରିକେଟ୍‍ର ପ୍ରଶାସନିକ ମୁଖ୍ୟାଳୟ ଆନ୍ତର୍ଜାତିକ କ୍ରିକେଟ୍‍ ପରିଷଦ (ଆଇସିସି)ରେ ଏବେ ଦୁଇ ପଡ଼ୋଶୀ ତଥା ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟିହୋଇଛି। ଆଇସିସିର ନୂତନ ଅଧ୍ୟକ୍ଷ ନିର୍ବାଚନ କିପରି ହେବ; ଏହାକୁ ନେଇ ଆଇସିସି କୌଣସି ନିଷ୍ପତ୍ତି ନେଇ ପାରୁନାହିଁ। ଏହି ପ୍ରସଙ୍ଗରେ ଆଇସିସି ଗୋଟିଏ ପାଦ ଆଗକୁ ବଢ଼ୁଥିବା ବେଳେ ଦୁଇ ପାଦ ପଛକୁ ବଢ଼ୁଛି। ପାକିସ୍ତାନ କ୍ରିକେଟ୍‍ ବୋର୍ଡ (ପିସିବି) ସହ ସୁସମ୍ପର୍କ ଥିବା କିଛି ଦେଶର କ୍ରିକେଟ୍‍ ବୋର୍ଡ ଦାବି କରୁଛନ୍ତି ଯେ ଆଇସିସି ଅଧ୍ୟକ୍ଷଙ୍କ ନିର୍ବାଚନ ପୂର୍ଣ୍ଣ ବହୁମତ (୨/୩) ଭିତ୍ତିରେ ହେଉ। ତେବେ ଭାରତୀୟ କ୍ରିକେଟ୍‍ କଣ୍ଟ୍ରୋଲ୍‍ ବୋର୍ଡ (ବିସିିସିଆଇ), ଇଂଲଣ୍ଡ କ୍ରିକେଟ୍‍ ବୋର୍ଡ ସହ ଅଧିକାଂଶ ଦାବି କରୁଛନ୍ତି ଯେ ସାଧାରଣ ବହୁମତ (୫୦ ପ୍ରତିଶତରୁ ଅଧିକ)ରେ ହେଉ।
ଏହି ସନ୍ଦର୍ଭରେ ସୋମବାର ଟେଲିକନ୍‍ଫରେନ୍‍ସିଂ ଜରିଆରେ ଆଇସିସିର ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ଟଣାଓଟରା ଯୋଗୁଁ କୌଣସି ନିଷ୍ପତ୍ତି ହୋଇପାରିଲା ନାହିଁ। ଆଇସିସିରେ ଏବେ ମୋଟ ୧୭ଟି ଭୋଟ୍‍ ରହିଛି। ପୂର୍ଣ୍ଣ ବହୁମତ ବା ଦୁଇ ତୃତୀୟାଂଶ ଭିତ୍ତିରେ ଅଧ୍ୟକ୍ଷ ନିର୍ବାଚିତ ହେବାକୁ ହେଲେ ତାଙ୍କୁ ୧୨ଟି ଭୋଟ ହାସଲ କରିବାକୁ ପଡ଼ିବ। ତେବେ ସାଧାରଣ ବହୁମତରେ ୯ଟି ଭୋଟ ପାଇଥିବା ପ୍ରାର୍ଥୀ ବିଜୟୀ ଘୋଷିତ ହେବେ। ବତ୍ତର୍ମାନ ଏହାକୁ ନେଇ ଆଇସିସି ୨ ଭାଗରେ ବିଭକ୍ତ ହୋଇଯାଇଛି। ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଏବଂ ୭ଟି ଅନ୍ୟ କ୍ରିକେଟ୍‍ ବୋର୍ଡକୁ ମିଶାଇ ୧୧ ଜଣ ଗୋଟିଏ ପଟେ ଅଛନ୍ତି। ଅନ୍ୟପଟରେ ଅଛନ୍ତି ଆଇସିସିର ଅନ୍ତରୀଣ ଅଧ୍ୟକ୍ଷ ଇମ୍ରାନ୍‍ ଖ୍ୱାଜା, ନିର୍ଦେଶକ ଇନ୍ଦ୍ରା ନୁୟି, ପିସିବି ଏବଂ ୩ଟି ସହଯୋଗୀ ସଦସ୍ୟ। ଏହାକୁ ନେଇ ଆଇସିସିର ଜଣେ ଅଧିକାରୀ କହିଛନ୍ତି, ଏବେ ଆଇସିସିରେ ଭାରତ-ପାକିସ୍ତାନ ଲଢ଼େଇ। ବିସିସିଆଇ ଆଗକୁ କ’ଣ ନିଷ୍ପତ୍ତି ନେଉଛି; ତାହା ଉପରେ ସମସ୍ତଙ୍କ ନଜର ରହିଛି। ଆଇସିସି ଅଧ୍ୟକ୍ଷ ନିର୍ବାଚନ କିପରି ହେବ; ତା’ର କୌଣସି ଲିଖିତ ନିୟମାବଳୀ ନାହିଁ। ଆଇସିସି ବୋର୍ଡ ଯାହା ନିଷ୍ପତ୍ତି ନେଇଥାଆନ୍ତି; ସେହିପରି ହୋଇଥାଏ। ତେଣୁ ସଦସ୍ୟମାନେ ଚାହିଁଲେ ଏହି ସମସ୍ୟାର ସମାଧାନ କରିପାରିବେ। ଏପରି ପରିସ୍ଥିତିରେ ଦେଖିବା କଥା ଯେ ବିସିସିଆଇ କ’ଣ ନିଷ୍ପତ୍ତି ନେଉଛି। ବିସିସିଆଇର ସମର୍ଥକ ଦେଶର କ୍ରିକେଟ୍‍ ବୋର୍ଡ ଚାହାଁନ୍ତି ଯେ ଏବେ ବିସିିସିଆଇର ଅଧ୍ୟକ୍ଷ ଥିବା ସୌରଭ ଗାଙ୍ଗୁଲି ଆଇସିସି ଅଧ୍ୟକ୍ଷ ହୁଅନ୍ତୁ ଏବଂ ଯଦି ଆବଶ୍ୟକ ହୁଏ; ସେ ନିର୍ବାଚନ ଲଢ଼ନ୍ତୁ। ଏହି ପରିପ୍ରେକ୍ଷୀରେ ବିସିସିଆଇ ଏବଂ ଗାଙ୍ଗୁଲି ସେମାନଙ୍କ ମନୋଭାବ ସ୍ପଷ୍ଟ କରିନାହାନ୍ତି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories