www.samajalive.in
Sunday, December 14, 2025
16.1 C
Bhubaneswar

ସ୍ବାଧୀନତା ଦିବସ ଉତ୍ସବସ୍ଥଳକୁ ଜନସାଧାରଣଙ୍କ ପ୍ରବେଶ ମନା

ଭୁବନେଶ୍ବର : କୋଭିଡ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟସ୍ତର ଠାରୁ ଆରମ୍ଭ କରି ଜିଲା, ବ୍ଲକ ଓ ପଞ୍ଚାୟତସ୍ତରରେ ସ୍ବାଧୀନତା ଦିବସ ଉତ୍ସବସ୍ଥଳୀକୁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ରାଜ୍ୟସ୍ତରୀୟ ପରେଡ ଉତ୍ସବରେ ୩୦ ଜଣ କୋଭିଡ ଯୋଦ୍ଧା ସାମିଲ ହେବ। ସାମାଜିକ ଦୂରତା ଏବଂ ମାସ୍କ ବ୍ୟବହାର କଡ଼ାକଡ଼ି କରାଯିବ। ଏହି ଉତ୍ସବରେ ଅତିଥିଙ୍କୁ ମିଶାଇ ଉପସ୍ଥିତଙ୍କ ସଂଖ୍ୟା ୧୦୦ ଭିତରେ ସୀମିତ ରହିବ। ମୁଖ୍ୟମନ୍ତ୍ରୀ ପତାକା ଉତ୍ତୋଳନ କରିବା ସମୟରେ କେହି ମଞ୍ଚ ନିକଟକୁ ଯିବେ ନାହିଁ। ସଲାମୀ ଦେବା ଲାଗି ମାତ୍ର ୩ ପ୍ଲାଟୁନ୍ ପୁଲିସ ଫୋର୍ସ ମଞ୍ଚ ନିକଟରେ ରହିବେ। ସ୍ବାଧୀନତା ଦିବସ ଦିନ ସଟଡାଉନ ଥିବାରୁ ଯାନବାହାନ ଚଳାଚଳ ଉପରେ କଟକଣା ରହିବ। ଜନସାଧାରଣ ସ୍ବାଧୀନତା ଦିବସ ପରେଡ ଦେଖିବାକୁ ପଡିଆକୁ ପ୍ରବେଶ କରିପାରିବେ ନାହିଁ। ଜିଲା, ବ୍ଲକ ଓ ପଞ୍ଚାୟତସ୍ତରରେ ସ୍ବାଧୀନତା ଦିବସ ପାଳନ ଉତ୍ସବରେ ଜନଗହଳି ଏଡ଼ାଇବାକୁ ଗୃହ ବିଭାଗ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଛି। ଜିଲାସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଜଣାଇବା ପାଇଁ ମାତ୍ର ଗୋଟିଏ କିମ୍ବା ଦୁଇଟି ପରେଡ କଣ୍ଟିଜେଣ୍ଟ ଅଂଶ ଗ୍ରହଣ କରିବେ। ପରେଡ କିମ୍ବା ମାର୍ଚ୍ଚ ଫାଷ୍ଟ ହେବ ନାହିଁ। ୧୫ରୁ ୨୦ ଜଣ କୋଭିଡ ଯୋଦ୍ଧା(ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ସଫେଇ କର୍ମୀ)ଙ୍କ ସମେତ ସର୍ବାଧିକ ୫୦ରୁ ୭୫ ଜଣ ଅତିଥିଙ୍କୁ ଉତ୍ସବସ୍ଥଳକୁ ଆମନ୍ତ୍ରଣ କରାଯିବ। ଉତ୍ସବସ୍ଥଳକୁ ଜନସାଧାରଣଙ୍କ ପ୍ରବେଶ ରହିବ ନାହିଁ। ସମଗ୍ର ଅଞ୍ଚଳକୁ ସଂକ୍ରମଣମୁକ୍ତ କରାଯିବ। ଏହି ମର୍ମରେ ସମସ୍ତ ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦେଶନାମା ପଠାଯାଇଛି। ବ୍ଲକ ଓ ପଞ୍ଚାୟତସ୍ତରତରେ ଏହି ନିର୍ଦେଶନାମା ଆଧାରରେ ଉତ୍ସବ ପାଳନ ନେଇ ପଦକ୍ଷେପ ନେବାକୁ ସେମାନଙ୍କୁ କୁହାଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories