www.samajalive.in
Sunday, December 14, 2025
26.1 C
Bhubaneswar

୧୦ ଜଣ ଲେଖାଏଁ ନେଟ୍‌ ବୋଲରଙ୍କୁ ୟୁଏଇ ପଠାଇବ ସିଏସ୍‌କେ, କେକେଆର୍‌

ନୂଆଦିଲ୍ଲୀ : ୟୁଏଇରେ ଆଇପିଏଲ୍‌ର ଚଳିତ ସଂସ୍କରଣ ଆୟୋଜିତ ହେବାକୁ ଥିବା ବେଳେ ଆଇପିଏଲ୍‌ରେ ଖେଳିବାକୁ ଥିବା ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ଓ କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ୧୦ଜଣ ଲେଖାଏଁ ନେଟ୍‌ ବୋଲରଙ୍କୁ ସେଠାକୁ ପଠାଇବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଏହି ନେଟ୍‌ ବୋଲରମାନେ ଅଭ୍ୟାସ ସମୟରେ ବ୍ୟାଟସମ୍ୟାନ୍‌ଙ୍କୁ ବୋଲିଂ କରିବେ।
ୟୁଏଇ​‌େ​‌ର ଆଇପିଏଲ୍‌ର ଚଳିତ ସଂସ୍କରଣ ଆୟୋଜିତ ହେବାକୁ ଯାଉଥିବା ବେଳେ ବିଭିନ୍ନ ଦଳ ପାଖାପାଖି ୫୦ଜଣ ନେଟ୍‌ସ ବୋଲରଙ୍କୁ ୟୁଏଇ ପଠାଇବାକୁ ଯୋଜନା ରଖିଥିବା ଜଣାପଡ଼ିଛି। ପ୍ରଥମ ଶ୍ରେଣୀ, ୧୯ ବର୍ଷରୁ କମ୍‌ ଓ ୨୩ ବର୍ଷରୁ କମ୍‌ କ୍ରିକେଟ୍‌ରେ ଖେଳୁଥିବା ଏହି ଯୁବ ବୋଲରଙ୍କୁ ନେଟ୍ ବୋଲର୍‌ ଭାବେ ୟୁଏଇ ପଠାଯିବ। ଯାହାକି ସେମାନଙ୍କ ପାଇଁ ଆଶୀର୍ବାଦ ସଦୃଶ୍ ହେବ। ଭାରତ ଓ ବିଦେଶର ପ୍ରଖ୍ୟାତ ବୋଲରଙ୍କୁ ଏହି ନେଟ୍‌ ବୋଲରମାନେ ବୋଲିଂ କରିବାର ସୁଯୋଗ ପାଇବେ।
ସୂଚନାଥାଉକି ଆଇପିଏଲ୍‌ ପାଇଁ ପ୍ରତ୍ୟେକ ଦଳ ସର୍ବାଧିକ ୨୪ଜଣ କ୍ରିକେଟର୍‌ଙ୍କୁ ୟୁଏଇ ପଠାଇ ପାରିବେ ବୋଲି ବିସିସିଆଇ ନିଷ୍ପତ୍ତି ନେଇଛି। ତେବେ ନେଟ୍ ବୋଲରଙ୍କ ସଂଖ୍ୟାକୁ ନେଇ ବିସିସିଆଇ ତରଫରୁ କୌଣସି ନିର୍ଦେଶାନାମା ନାହିଁ। ୟୁଏଇକୁ ନେଟ୍‌ ବୋଲର ନେବା ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଚେନ୍ନାଇ ସୁପର କିଙ୍ଗ୍‌ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କାଶୀ ବିଶ୍ବନାଥନ୍‌ କହିଛନ୍ତି ଦଳ ୧୦ଜଣ ନେଟ୍‌ ବୋଲରଙ୍କୁ ୟୁଏଇ ପଠାଇବାକୁ ନିଷ୍ପତ୍ତି ନେଇଛି। ଏମାନେ ଆଇପିଏଲ୍‌ ଆରମ୍ଭ ହେବା ପର୍ଯ୍ୟନ୍ତ ଦଳ ସହ ରହିବେ। ପ୍ରଶିକ୍ଷଣ ଶିବିରରେ ବ୍ୟାଟସମ୍ୟାନ୍‌ଙ୍କୁ ବୋଲିଂ କରିବା ଏମାନଙ୍କ ପ୍ରମୁଖ କାମ ରହିବ। ସେହିପରି କେକେଆର ମଧ୍ୟ ୧୦ ଜଣ ନେଟ୍‌ ବୋଲରଙ୍କୁ ୟୁଏଇ ପଠାଇବାକୁ ଯୋଜନା ରଖିଛି। ଦିଲ୍ଲୀ କ୍ୟାପିଟାଲ୍‌ ଦଳ ୬ଜଣ ନେଟ୍ ବୋଲରଙ୍କୁ ୟୁଏଇ ପଠାଇବାକୁ ଯୋଜନା କରୁଥିବା ବେଳେ ବାକି ଦଳମାନେ କେତେଜଣ ନେଟ୍ ବୋଲରଙ୍କୁ ୟୁଏଇ ପଠାଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories