www.samajalive.in
Sunday, December 7, 2025
26.1 C
Bhubaneswar

ରାଜସ୍ଥାନ କଂଗ୍ରେସ ରନୱେକୁ ଫେରିଲେ ’ପାଇଲଟ୍’: କହିଲେ ‘ବାଧିଛି ନକରା-ନିକମ୍ମା’

ମାସାଧିକକାଳ ରାଜସ୍ଥାନରୁ ଦିଲ୍ଲୀ – ହରିଆଣା ଚକ୍କର କାଟିବା ପରେ ପୁଣିଥରେ ରାଜସ୍ଥାନ କଂଗ୍ରେସ ରନୱେକୁ ଫେରିଛନ୍ତି ପାଇଲଟ୍ । କେଉଁ ପରିସ୍ଥିତିରେ ପାଇଲଟ୍ ପୁଣି କଂଗ୍ରେସକୁ ଫେରିବାକୁ ବାଧ୍ୟ ହେଲେ ତାହାର କାହାଣୀ ଢ଼େର ଲମ୍ବା । ରାଜସ୍ଥାନ ରାଜନୀତିର ହଟଚମଟ ମଧ୍ୟରେ ବସୁନ୍ଧରା ରାଜେଙ୍କ ଅଚାନକ ଦିଲ୍ଲୀ ଗସ୍ତ ପାଇଲଟଙ୍କୁ ପୁନର୍ବାର କଂଗ୍ରେସ ମୁହାଁ କରିଥିବା ଚର୍ଚା ହେଉଛି । ଅଶୋକ ଗେହଲଟଙ୍କ ପରି ପୁରୁଣା ଆଉ ପୋଖତ ଖେଳୁଆଡ଼ଙ୍କ ସହ ପାଇଲଟ ଯେଉଁ ଖେଳ ଆରମ୍ଭ କରିଥିଲେ ସେଥିରେ ମୁଖ୍ୟ  ଅମ୍ପାୟାର ଭୂମିକାରେ ବସୁନ୍ଧରା ଆବିର୍ଭାବ ଖେଳକୁ ପୁରା ଓଲଟପାଲଟ କରିଦେଲା । ଯାହା ବି ହେଉ ପାଇଲଟଙ୍କ ପ୍ରତ୍ୟାବର୍ତନ ଚାହୁଁ ନ ଥିଲେ ମଧ୍ୟ ଗେହଲଟ ସରକାର ବଞ୍ଚିଯିବା ଖୁସିରେ ଆତ୍ମହରା ପାଇଲଟ୍ ମଧ୍ୟ ନିଜର ଆଭିମୁଖ୍ୟ ହାଇକମାଣ୍ଡଙ୍କ ନିକଟରେ ଉପସ୍ଥାପିତ କରି ଖୁସି ।

ରାଜସ୍ଥାନ ରାଜନୈତିକ ସଙ୍କଟ ଆରମ୍ଭ ହେବା ଦିନଠାରୁ ପାଇଲଟ୍ କେବେ କୌଣସି ପ୍ରସଙ୍ଗରେ ମୁହଁ ଖୋଲି ନ ଥିଲେ । କେବଳ ବିଜେପିକୁ ଯିବେ ନାହିଁ ବୋଲି କହିଥିଲେ । ମାତ୍ର ସୋମବାର ଦିଲ୍ଲୀରେ କଂଗ୍ରେସର ‘ୱାର ରୁମ୍’ରେ   ପ୍ରିୟଙ୍କା ଗାନ୍ଧୀ, ରାହୁଳ ଗାନ୍ଧୀଙ୍କ ସହ ଆଲୋଚନା ପରେ ସୋନିଆ ୩ ଜଣିଆ କମିଟି ଗଠନ କରିଛନ୍ତି ।

- Advertisement -

ଏହାପରେ ପାଇଲଟ୍ ରାଜସ୍ଥାନ ରାଜନୀତି ସମ୍ପର୍କରେ ତାଙ୍କର ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ କିଛି ପ୍ରସଙ୍ଗ ନେଇ ଦିଲ୍ଲୀ ଆସିଥିଲେ । ପ୍ରଥମେ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲାରେ ନୋଟିସ କରାଗଲା । ମୋତେ ଏହା ଅନୁଚିତ୍ ଲାଗିଲା । ଏହାକୁ ନେଇ ସେ ତାଙ୍କର ଅସନ୍ତୋଷ ବ୍ୟକ୍ତ କରିଥିଲେ । ନିଜର କିଛି ସମର୍ଥକଙ୍କୁ ସାଥୀରେ ନେଇ ଦିଲ୍ଲୀ ଆସିଥିଲେ, ମାତ୍ର ତାଙ୍କୁ ପଦରୁ ହଟାଗଲା, ମାମଲା ରୁଜୁ ହେଲା, ଏସଓଜି ଯାଞ୍ଚ କରାଯିବାକୁ ଯୋଜନା ହେଲା । ଏମିତି କିଛି ଘଟଣାକ୍ରମ ଯୋଗୁଁ ମାମଲା ଆଗକୁ ବଢ଼ିଲା । ଏହା ସତ୍ବେ ମୁଁ ତୁଣ୍ଡ ଖୋଲି ନାହିଁ । ମାତ୍ର ମୋତେ ନିକମ୍ମା-ନକରା ବୋଲି କୁହାଗଲା, ଯାହା ମୋତେ ବେଶ୍ ବାଧିଛି ।

ପାଇଲଟ୍ କହିଛନ୍ତି ଏହା ଆମର ବ୍ୟକ୍ତିଗତ ପ୍ରସଙ୍ଗ ନୁହେଁ । ଯେଉଁମାନେ ଦିଲ୍ଲୀ ଓ ରାଜସ୍ଥାନ ମଧ୍ୟରେ ଦଳର ସେତୁ ପରି କାର୍ଯ୍ୟ କରିବା କଥା, ସେମାନେ ଠିକ୍ ଭାବରେ ତାଙ୍କ କାର୍ଯ୍ୟ କଲେ ନାହିଁ । ତେଣୁ ପରିସ୍ଥିତି ଜଟିଳ ହେଲା । ସେମାନେ ଅତ୍ୟନ୍ତ ନିରପେକ୍ଷ ଭାବରେ କାର୍ଯ୍ୟ କରିଥିଲେ ଆଜି ଏପରି ସ୍ଥିତି ଉପୁଜି ନ ଥାନ୍ତା । ଯେଉଁଠି ଆତ୍ମସମ୍ମାନ ସହ ବୁଝାମଣା କରିବାକୁ ପଡ଼ିବ ଓ ଲୋକଙ୍କ କାମ କରିବା ପାଇଁ ଅବସର ମିଳିବ ନାହିଁ, ସେପରି ପଦରେ ରହିବା​‌ରେ ଲାଭ କ’ଣ?

ପ୍ରଥମ ଦିନରୁ ଆମେ କହି ଆସିଛୁ ଯେ ଆମେ କଂଗ୍ରେସ, ସଙ୍ଗଠନ, ଦଳ ଅଧ୍ୟକ୍ଷଙ୍କ ବିରୋଧରେ କିଛି କହିବୁ ନାହିଁ । ଆଜି ପର୍ଯ୍ୟନ୍ତ ମଧ୍ୟ ସେଥିରେ ଦୃଢ଼ ଅଛୁ । ରାଜସ୍ଥାନର ନେତୃତ୍ଵ ପରିବର୍ତନ ଓ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ଆମେ ଆମର ପକ୍ଷ ରଖିଛୁ ଓ ଆଶା କରୁଛୁ ହାଇକମାଣ୍ଡ ଏ ସମ୍ପର୍କ​‌ରେ ବିଚାର କରିବେ ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories