www.samajalive.in
Saturday, December 13, 2025
21.1 C
Bhubaneswar

ଭିନ୍ନକ୍ଷମ ପରିବାରକୁ ସହାୟତାର ହାତ ବଢାଇଲେ ଆଂଶୁମାନ ମେମୋରିଆଲ ଟ୍ରଷ୍ଟ

ଗଡ଼ମଧୁପୁର: ବିଭିନ୍ନ ସମୟରେ କରୋନା ପ୍ରପୀଡିତଙ୍କୁ ସହାୟତାର ହାତ ବଢାଇ ଲୋକମାନଙ୍କ ବିଶ୍ୱାସ ଭାଜନ ହୋଇଛି ଆଂଶୁମାନ ମେମୋରିଆଲ ଟ୍ରଷ୍ଟ। ଶୁଖିଲା ଖାଦ୍ୟ ବଣ୍ଟନ ହେଉ କି ମାସ୍କ ବଣ୍ଟନ ଅବା ଆର୍ଥିକ ସାହାଯ୍ୟ ଦେଇ ଏହି ଟ୍ରଷ୍ଟ ତାର ଉଦ୍ଦେଶ୍ୟ ସାଧନ କରିପାରିଛି। ଆଜି ଏହି ଟ୍ରଷ୍ଟର ସମ୍ପାଦକ ହିମାଂଶୁ ଶେଖର ସାହୁ ଧର୍ମଶାଳା ବ୍ଲକର ବିଭିନ୍ନ ପଂଚାୟତରେ ବୁଲି କିଛି ଭିନ୍ନକ୍ଷମ ପରିବାରକୁ ସହାୟତାର ହାତ ବଢାଇଛନ୍ତି।

ଏହି ବ୍ଲକ ଅନ୍ତର୍ଗତ କୋତପୁର, କଦମପାଳ ପଂଚାୟତର ତିନୋଟି ପରିବାରର ସମସ୍ୟା ସମ୍ପର୍କରେ ଅବଗତ ହୋଇ ସେଠାରେ ପହଞ୍ôଛ ତାଙ୍କୁ ସମବେଦନା ଜଣାଇବା ସହିତ ତାଙ୍କ ସହିତ କିଛି ସମୟ ଅତିବାହିତ କରି ସେମାନଙ୍କ ମନୋବଳ ବଢାଇଥିଲେ। ଆଜି ଥିଲା କୋତପୁର ଗ୍ରାମର ଦୃଷ୍ଟିହୀନ ନିରଞ୍ଜନ ବାରିକଙ୍କର ଏକାଦଶହ। ଆଜି ସେଠାରେ ପହଂଚି ଟ୍ରଷ୍ଟର ସମ୍ପାଦକ ଶ୍ରୀ ସାହୁ ତାଙ୍କର ଦୃଷ୍ଟିହୀନ ପତ୍ନୀଙ୍କୁ କିଛି ଆର୍ଥିକ ସହାୟତା କରିବା ସହିତ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ। ସେହି ଗାଁର ଦାସ ସାହିରେ କିଡିନ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଥିବା ଜଣେ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ଦେଇଥିଲେ। ସେହିପରି କଦମପାଳ ପଂଚାୟତର ମହାନ୍ତି ସାହିରେ ବାସ କରୁଥିବା ଦୁଃସାଶନ ମହାନ୍ତିଙ୍କ ଦିବ୍ୟାଙ୍ଗ ଝିଅକୁ ଭେଟି ତାର ସମସ୍ୟା ସମ୍ପର୍କରେ ବୁଝିବା ସହିତ ପାଖରେ ପହଂଚି ସମାନ ଭାବରେ ସହାୟତା ଦେଇ ସରକାରୀ ସାହାଯ୍ୟର ପାଇଁ ଚେଷ୍ଠା କରିବାର ପ୍ରତିଶୃତି ଦେଇଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories