www.samajalive.in
Saturday, December 13, 2025
21.1 C
Bhubaneswar

ଫୁଟବଲ ମ୍ୟାଚ ବେଳେ ପୁଲିସ ଚଢାଉ : ଦୌଡ଼ି ପଳାଇଲେ ଖେଳାଳୀ

ଦେବଗଡ:କରୋନା ସଂକ୍ରମଣ ରୋକିବା ପାଇଁ ସରକାର ସମଗ୍ର ଦେଶକୁ ଲକ ଡାଉନ ଘୋଷଣା କରିଛନ୍ତି। ଏଥିସହ ସାମାଜିକ ଦୂରତା ପାଳନ ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ମାତ୍ର ଦେବଗଡ ଥାନା ଅନ୍ତର୍ଗତ ପୁରୁକୁଣ୍ଡା ଗ୍ରାମ ଖେଳ ପଡିଆଠାରେ କୋଭିଡ-୧୯ ନିୟମ ଅମାନ୍ୟ କରି କିଛି ଯୁବକ ଫୁଟବଲ ମ୍ୟାଚ ଖେଳୁଥିବା ବେଳେ ଦେବଗଡ ଥାନା ପୁଲିସ ସେଠାରେ ଚଢାଉ କରି ୧୦ ଟି ବାଇକ ଜବତ କରିଛି। ତେବେ ପୁଲିସକୁ ଦେଖି କିଛି ଫୁଟବଲ ଖେଳାଳି ସେଠାରୁ ଦୌଡ଼ି ପଳାଇବାରୁ ପୁଲିସ କାହାରିକୁ ଧରିପାରିନଥିବା ଜଣାପଡିଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ପୁରୁକୁଣ୍ଡା ଖେଳ ପଡିଆଠାରେ ସମ୍ପୃକ୍ତ ଅଞ୍ଚଳର କେତେକ ଫୁଟବଲ ଖେଳାଳି କୋଭିଡ-୧୯ ନିୟମ ଅମାନ୍ୟ କରି ବନ୍ଧୁତ୍ୱପୁର୍ଣ୍ଣ ଫୁଟବଲ ମ୍ୟାଚ ଖେଳୁଥିଲେ। ଏ ସମ୍ପର୍କରେ କୌଣସି ସୂତ୍ରରୁ ସୂଚନା ପାଇ ଦେବଗଡ ଥାନା ଇନ୍ସପେକ୍ଟର ପ୍ରଶାନ୍ତ ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ସବ ଇନ୍ସପେକ୍ଟର ପ୍ରଦୀପ ରଞ୍ଜନ ପାତ୍ର ଓ ବୁଦ୍ଧରାୟ ମାଝୀ ସଦଳବଳେ ପୁରୁକୁଣ୍ଡା ଖେଳ ପଡିଅାଠାରେ ସଦଳବଳେ ଚଢାଉ କରିଥିଲେ। ଚଢାଉ ସମୟରେ ପୁଲିସକୁ ଦେଖି ଫୁଟବଲ ଖେଳାଳୀମାନେ ଦୌଡି ପଳାଇଥିବାବେଳେ ପୁଲିସ ସେଠାରେ ଥିବା ଖେଳାଳୀ ମାନଙ୍କର ୧୦ଟି ବାଇକ ଜବତ କରି ଥାନାକୁ ଆଣିବା ସହ ଏନେଇ ଏକ ମାମଲା ରୁଜୁକରି ଥିବା ଜଣାପଡିଛି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories