www.samajalive.in
Thursday, December 11, 2025
23.1 C
Bhubaneswar

କରୋନା ସ୍ଥିତି ନେଇ ଏନ୍‍ଜିଓ ଏବଂ ସରପଞ୍ଚଙ୍କ ସହ ଜିଲାପାଳଙ୍କ ଆଲୋଚନା

ବଲାଙ୍ଗିର: ବଲାଙ୍ଗିର ଜିଲାରେ କରୋନା ପରିସ୍ଥିତିକୁ ନେଇ ବେସରକାରୀ ସ୍ୱେଚ୍ଛାସେବୀ ସଂଗଠନ(ଏନ୍‍ଜିଓ)ର କର୍ମକର୍ତ୍ତା ଓ ସରପଞ୍ଚଙ୍କ ସହ ଭିଡିଓ କନ୍‍ଫରେନ୍ସ ଜରିଆରେ ବଲାଙ୍ଗିର ଜିଲାପାଳ ଅରିନ୍ଦମ ଡାକୁଆ ଆଲୋଚନା କରିଛନ୍ତି। ସେମାନଙ୍କ ମତାମତ ନେବା ସହ ରାପିଡ ଆଣ୍ଟିଜେନ୍‍ ଟେଷ୍ଟକୁ ବୃଦ୍ଧି କରିବା ଓ ଲକ୍ଷଣ ବିହୀନ କରୋନା ପଜିଟିଭି ବ୍ୟକ୍ତିମାନେ କିପରି ଗୃହବଦ୍ଧରେ ରହିବେ ସେ ସଂପର୍କରେ କହିଥିଲେ। ଆଗାମୀ ଦିନରେ ବଲାଙ୍ଗିର ଜିଲାରେ ରାପିଡ ଆଣ୍ଟିଜେନ୍‍ ପରୀକ୍ଷା ଓ ଗୃହବଦ୍ଧ ପାଇଁ ହୋଇଥିବା ଯୋଜନାରେ ସହଯୋଗ କରିବାକୁ କହିଥିଲେ ଜିଲାପାଳ ଶ୍ରୀ ଡାକୁଆ।

ବଲାଙ୍ଗିର ଜିଲାକୁ ବିଭିନ୍ନ ରାଜ୍ୟରୁ ଟ୍ରେନ ଯୋଗେ ଆସିଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖିବା, ସେମାନଙ୍କ ଉପଯୁକ୍ତ ଯତ୍ନ ନେବା, ସଙ୍ଗରୋଧ କେନ୍ଦ୍ରଗୁଡିକର ପରିଚାଳନା କରିଥିବାରୁ ସରପଞ୍ଚଙ୍କୁ ଜିଲାପାଳ ପ୍ରଶଂସା କରିଥିଲେ। ରାପିଡ ଆଣ୍ଟିଜେନ୍‍ ପରୀକ୍ଷା, ଗୃହବଦ୍ଧ ସଂପର୍କରେ ବିଡିଓ, ମେଡିକାଲ ଅଫିସରଙ୍କ ସହଯୋଗରେ ଯୋଜନା ପ୍ରସ୍ତୁତ କରିବା, କୋଭିଡ-୧୯ ନିୟମ କାର୍ଯ୍ୟକାରୀ କରିବା ଓ ଜନସାଧାରଣଙ୍କୁ ସଚେତନ କରିବାକୁ ପରାମର୍ଶ ଦେଇଥିଲେ। ଗାଁରେ ଥିବା କୋଭିଡ ପରିଚାଳନା କମିଟି ମଧ୍ୟ ଏସଂପର୍କରେ ଜନସାଧାରଣଙ୍କୁ ସଚେତନ କରିବାକୁ ପରାମର୍ଶ ଦେଇଥିଲେ ଜିଲାପାଳ ଶ୍ରୀ ଡାକୁଆ। ଜିଲାପାଳ ଗତକାଲି ଜିଲାର ବିଭିନ୍ନ ଏନ୍‍ଜିଓ କର୍ମକର୍ତ୍ତାଙ୍କ ସହ କଥା ହୋଇଥିବ ବେଳେ ମଙ୍ଗଳବାର ବେଲପଡ଼ା, ଖପ୍ରାଖୋଲ, ପାଟଣାଗଡ, ଟିଟିଲାଗଡ, ବଙ୍ଗୋମୁଣ୍ଡା, ମୁରିବାହାଲ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମପଞ୍ଚାୟତର ସରପଞ୍ଚ ଓ ବିଡିଓଙ୍କ ସହ ଆଲୋଚନା କରିଥିଲେ। ଅନ୍ୟ ବ୍ଲକ ଅନ୍ତର୍ଗତ ପଞ୍ଚାୟତରେ ସରପଞ୍ଚମାନଙ୍କ ସହ ଜିଲାପାଳ ଅନୁରୂପ ଆଲୋଚନା କରିବେ ବୋଲି ସୂଚନା ମିଳିଛି।

Hot this week

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

Related Articles

Popular Categories