www.samajalive.in
Friday, December 12, 2025
16.1 C
Bhubaneswar

କୋଭିଡ ଆଇନ ଉଲ୍ଲଂଘନ: ଏସଏମସି ପାୱାର ପ୍ଲାଣ୍ଟର ୨ଅଧିକାରୀ ବିରୋଧରେ ମାମଲା

ଝାରସୁଗୁଡ଼ା: ସହର ଉପକଣ୍ଠସ୍ଥ ହିରମା ଠାରେ ଥିବା ଏସଏମସି ପାୱାର ପ୍ଲାଣ୍ଟରେ ଗୋଟିକ ପରେ ଗୋଟିଏ କରୋନା ପଜିଟିଭ୍ ମାମଲା ସାମନାକୁ ଆସୁଥିବା ବେଳେ କରୋନା କଟକଣା ଉଲ୍ଲଂଘନ ଅଭିଯୋଗରେ କମ୍ପାନୀର ୨ଜଣ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଜିଲା ପ୍ରଶାସନ ଏତଲା ଦାୟର କରିଛି । ଝାରସୁଗୁଡ଼ା କୋଭିଡ ମାଜିଷ୍ଟ୍ରେଟ ଗୋଲକ ମଙ୍ଗରାଜ ଓ ସଦର ବିଡିଓ ପ୍ରସନ୍ନ ପାଣ୍ଡେ ଯୁଗ୍ମଭାବେ କମ୍ପାନୀର ପାୱାର ପ୍ଲାଣ୍ଟ ମୁଖ୍ୟ କେ.ରବିନ୍ଦ୍ର କୁମାର ଓ କଟକଣା ଉଲ୍ଲଂଘନ କରିଥିବା ଏଜିଏମ ବି.ବି ମହାନ୍ତିଙ୍କ ନାମରେ ଏତଲା ଦେଇଛନ୍ତି ।


ଜିଲା ପ୍ରଶାସନ ସୂତ୍ରରୁ ପ୍ରାପ୍ତ ସୂଚନାନୁସାରେ ସରବାହାଲ ନବଦାସ ଗଳିରେ ରହୁଥିବା କମ୍ପାନୀର ଏଜିଏମ ଶ୍ରୀ ମହାନ୍ତି ଥରଟିଏ କଣ୍ଟେନମେଣ୍ଟ ଜୋନରୁ ଓ ଥରେ କ୍ବାରେଣ୍ଟାଇନରୁ ବାହାରି ଅନ୍ୟତ୍ର ରହିବା ସହିତ ନିୟମିତ କାରଖାନାକୁ ଯାଉଥିଲେ । ବିଭାଗୀୟ ମୁଖ୍ୟ ରବିନ୍ଦ୍ର କୁମାର ଏହା ଜାଣି ମଧ୍ୟ ଚୁପ୍ ରହିବା ଫଳରେ କମ୍ପାନୀର ଅନ୍ୟ କେତେକ ଶ୍ରମିକ ସଂକ୍ରମିତ ହୋଇଥିଲେ । ଶେଷରେ ଶ୍ରୀ ମହାନ୍ତିଙ୍କ ସ୍ବାବ୍ ରିପୋର୍ଟ ଆସିବା ବେଳକୁ ସେ ପଜିଟିଭ ଥିବା ସ୍ପଷ୍ଟ ହୋଇଛି । ଏମିତିରେ ଜ୍ଞାତସାର​‌େ​‌ର ମହାମାରୀର ବାହକ ହେବା ଅଭିଯୋଗରେ ଧାରା ୧୮୮, ୨୬୯, ୨୭୦ ଆଇପିସି ଓ ଏପିଡେମିକ ଡିଜିଜ୍ ଆକ୍ଟ ୧୮୯୭ ଧାରା ୩ ଅନୁଯାୟୀ ମାମଲା ରୁଜୁ କରାଯାଇଛି । ଝାରସୁଗୁଡ଼ା ସଦର ବିଡିଓ ଶ୍ରୀ ପାଣ୍ଡେଙ୍କ ସୂଚନାନୁସାରେ ଗତ ୨୫ତାରିଖ ସରବାହାଲ ନବ ଦାସ ଗଳିରେ ଜଣେ ସଂକ୍ରମିତ ଚିହ୍ନଟ ହେବା ପରେ ସେ ଅଞ୍ଚଳକୁ ଆବଦ୍ଧାଞ୍ଚଳ କରାଯାଇଥିଲା । ହେଲେ ସେଠାରେ ରହୁଥିବା ବି.ବି ମହାନ୍ତି କାହାରିକୁ କିଛି ନ ଜଣାଇ ସେଠାରୁ ଖସି ଯାଇ ଏକ ଅତିଥିଶାଳାରେ ରହୁଥିଲେ । ତା ମଧ୍ୟରେ ୩ତାରିଖ ପର୍ଯ୍ୟନ୍ତ ସେ ନିୟମିତ କାରଖାନାରେ ନିଜ ଦପ୍ତରକୁ ଯାଇଛନ୍ତି । ତେବେ ୧ତାରିଖ କାରଖାନାର କିଛି ଲୋକଙ୍କ କରୋନା ପଜିଟିଭ ଆସିବା ପରେ କଣ୍ଟାକ୍ଟ ଟ୍ରେସିଂରେ ଶ୍ରୀ ମହାନ୍ତି ଟ୍ରେସ କରାଯିବାରୁ ୪ତାରିଖରେ ତାଙ୍କର ସ୍ବାବ୍ ସଂଗ୍ରହ କରାଯାଇ ସଂଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଥିଲା । ହେଲେ ସେ ସଂଗରୋଧରେ ନ ରହି ଅତିଥିଶାଳା ଛାଡ଼ି ଦେଇଥିଲେ । ହେଲେ ନମୁନାର ରିପୋର୍ଟ ଆସିବା ବେଳକୁ ଗତ ୯ତାରିଖ ସେ ପଜିଟିଭ ଥିବା ଜଣାପଡ଼ିଥିଲା । ଜିଲା ପ୍ରଶାସନ ଏହାକୁ ନେଇ ଥାନାରେ ଏତଲା ଦାୟର କରିବା ପରେ ପୁଲିସ ତଦନ୍ତ ଆରମ୍ଭ ହୋଇଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories