www.samajalive.in
Saturday, December 6, 2025
16.1 C
Bhubaneswar

ସେପ୍ଟେମ୍ବର ଶେଷ ସପ୍ତାହରୁ ପର୍ଯ୍ୟାୟକ୍ରମେ ଖୋଲିବ ସ୍କୁଲ !

ନୂଆଦିଲ୍ଲୀ: ଗତ ୪ ମାସ ଧରି ବନ୍ଦ ରହିଥିବା ସ୍କୁଲ ଆସନ୍ତା ସେପ୍ଟେମ୍ବର ଶେଷ କିମ୍ବା ଅକ୍ଟୋବର ପ୍ରଥମ ସପ୍ତାହରୁ ଖୋଲିବାକୁ କେନ୍ଦ୍ର ସରକାର ପ୍ରସ୍ତୁତି ଚଳାଇଛନ୍ତି। ତେବେ କରୋନା ଭୂତାଣୁ ପ୍ରକୋପ ବଢ଼ିଚାଲିଥିବାରୁ ଏ ସମ୍ପର୍କରେ ସେପ୍ଟେମ୍ବର ମାସରେ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ପିଲାଙ୍କ ପାଠପଢ଼ାରେ କ୍ଷତି ହୋଇଥିଲେ ହେଁ ଚଳିତବର୍ଷ ‘ଜିରୋ ବର୍ଷ’ ହେବ ନାହିଁ। ସ୍କୁଲ ଖୋଲି ପିଲାଙ୍କୁ ଶିକ୍ଷାଦାନ ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ବିଭିନ୍ନ ରାଜ୍ୟ ଏବଂ ଅଭିଭାବକମାନଙ୍କଠାରୁ ମିଳିଥିବା ପରାମର୍ଶକୁ ଦୃଷ୍ଟିରେ ରଖି ସରକାର କାର୍ଯ୍ୟଖସଡ଼ା ପ୍ରସ୍ତୁତ କରୁଛନ୍ତି।

ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ଶିକ୍ଷାବର୍ଷ ୨୦୨୦-୨୧ର ଅଧା ସମୟ ବିତିଯାଇଛି। ଅନଲକ୍‌-୩ରେ ଦେଶ ଧୀରେ ଧୀରେ ଖୋଲୁଛି। କିନ୍ତୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ସେଥିଲାଗି ସ୍କୁଲଗୁଡ଼ିକୁ ଖୋଲିବା ପାଇଁ ରାଜ୍ୟଗୁଡ଼ିକ ଜରିଆରେ ଅଭିଭାବକମାନଙ୍କ ମତାମତ ନିଆଯାଇଥିଲା। ଏ ନେଇ ବିଭିନ୍ନ ରାଜ୍ୟରୁ ଭିନ୍ନ ଭିନ୍ନ ମତ ଆସିଛି। ଅର୍ଥାତ କେତେକ ରାଜ୍ୟ ସେପ୍ଟେମ୍ବର ଶେଷରୁ ଏବଂ ଆଉ କିଛି ରାଜ୍ୟ ଅକ୍ଟୋବର ପ୍ରାରମ୍ଭରୁ ସ୍କୁଲ ଖୋଲିବାକୁ ମତ ଦେଇଛନ୍ତି।

- Advertisement -

ଅଭିଭାବକମାନେ କହିଛନ୍ତି ଯେ ଟିଭି, ରେଡିଓ, ମୋବାଇଲ୍‌, ଲାପଟପ ଏବଂ କମ୍ପ୍ୟୁଟର ଜରିଆରେ ଅନ୍‌ଲାଇନ କ୍ଲାସ ଚାଲିଛି। କିନ୍ତୁ ସମ୍ପୂର୍ଣ୍ଣ ପାଠ୍ୟକ୍ରମର ଅନ୍‌ଲାଇନ୍‌ ଅଧ୍ୟୟନ ସମ୍ଭବ ନୁହେଁ। ତେଣୁ ସେପ୍ଟେମ୍ବର-ଅକ୍ଟୋବରରୁ ପୁନର୍ବାର ସ୍କୁଲ ଖୋଲିବାକୁ ସେମାନେ ପରାମର୍ଶ ଦେଇଛନ୍ତି। ଶିକ୍ଷା ମନ୍ତ୍ରଣାଳୟ, ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଗୃହ ମନ୍ତ୍ରଣାଳୟ ମିଳିତ ଭାବେ ଏଥିପାଇଁ ଗାଇଡ୍‌ଲାଇନ ପ୍ରସ୍ତୁତ କରିବେ। ସ୍କୁଲ ଖୋଲିବା ଦିଗରେ ଚୂଡ଼ାନ୍ତ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛଡ଼ାଯିବ।

ସ୍କୁଲ ଖୋଲିଲେ ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ ପ୍ରଥମେ ସ୍କୁଲ ଆସିବେ। ସେମାନଙ୍କ ମଧ୍ୟରୁ ଅଧା ଛାତ୍ରଛାତ୍ରୀ ଗୋଟିଏ ସିଫ୍ଟରେ ଏବଂ ଆଉ ଅଧା ଛାତ୍ରଛାତ୍ରୀ ଆଉ ଏକ ସିଫ୍ଟରେ ସ୍କୁଲ ଆସିବେ। ୨ଟି ସିଫ୍ଟ ମଧ୍ୟରେ ଅଢ଼େଇ ଘଣ୍ଟାର ବ୍ୟବଧାନ ରହିବ। ଏହି ସମୟରେ ସ୍କୁଲକୁ ସାନିଟାଇଜ କରାଯିବ। ଯେଉଁ ଶ୍ରେଣୀ ଗୃହରେ ପ୍ରଥମ ସିଫ୍ଟ କ୍ଲାସ ହେବ ସେଥିରେ ୨ୟ ସିଫ୍ଟ ହେବ ନାହିଁ। ସେହିପରି କ୍ଲାସ ସ୍ପଳ୍ପ ସମୟ ପାଇଁ ଚାଲିବ। ଅର୍ଥାତ ୩/୪ ଘଣ୍ଟା ପର୍ଯ୍ୟନ୍ତ କ୍ଲାସ ହେବ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories