www.samajalive.in
Friday, December 12, 2025
15.1 C
Bhubaneswar

ସମ୍ବଲପୁର ଆଇଆଇଏମର ଅନୁସ୍ଥାପନ ସମାରୋହ ଆରମ୍ଭ

ବୁର୍ଲା: ସୋମବାର ସମ୍ବଲପୁର ଆଇଆଇଏମର ଏମବିଏ ଷଷ୍ଠ ବ୍ୟାଚ ଓ ପିଏଚଡି ଦ୍ୱିତୀୟ ବ୍ୟାଚର ଅନୁସ୍ଥାପନ ସମାରୋହ ଆରମ୍ଭ ହୋଇଯାଇଛି। ଦୀର୍ଘ ୫ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମର ସୋମବାର ଥିଲା ପ୍ରଥମ ଦିନ। ଅନଲାଇନ ମାଧ୍ୟମରେ ହୋଇଥିବା ଉତ୍ସବରେ ଆଇଆଇଏମର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ପ୍ରସାଦ ୟଶୱାଲ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ଡିପିଆଇଆଇଟି ସଚିବ ଗୁରୁପ୍ରସାଦ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଉବର ଇଣ୍ଡିଆ ଓ ସାଉଥ୍‍ ଏସିଆର୍‍ ସଭାପତି ପ୍ରଭଜିତ ସିଂ ମୁଖ୍ୟ ବକ୍ତାଭାବେ ଯୋଗ ଦେଇଥିଲେ।

ଏହି ନୂତନ ଏମବିଏ ବ୍ୟାଚରେ ୧୬୮ଟି ସିଟ ସମ୍ପୂର୍ଣ୍ଣ ପୂରଣ ହୋଇଯାଇଛି ଯେଉଁଥିରେ ୪୦ ପ୍ରତିଶତ ଛାତ୍ରୀ ଏବଂ ୭୨ ପ୍ରତିଶତ ଇଂଜିନିୟରିଂ କ୍ଷେତ୍ରରୁ ଆସିଛନ୍ତି। ଏଥିସହିତ ୬୦ ପ୍ରତିଶତ ପୂର୍ବରୁ କାର୍ଯ୍ୟକ୍ଷେତ୍ରରେ ଅଭିଜ୍ଞତା ହାସଲ କରିଥିବା ଛାତ୍ରଛାତ୍ରୀମାନେ ଅଛନ୍ତି। ଏହି ଅନୁସ୍ଥାପନ କାର୍ଯ୍ୟକ୍ରମରେ ବଜାଜ ଏଲାଇଞ୍ଜ ସିଇଓ ତରୁଣ ଚୋଗ, ଆଦାନୀ ଧାମରା ବନ୍ଦରର ସିଇଓ ସୁବ୍ରତ ତ୍ରିପାଠୀ, କେନ୍ଦ୍ର ସରକାରଙ୍କ ଡିଏଆର୍‍ପିଜି ଅତିରିକ୍ତ ସଚିବ ଭି.ଶ୍ରୀନିବାସ, ଆଇଓସିଏଲର ପରିଚାଳନା ନିର୍ଦେଶକ ଡ. ଇ.ଶଙ୍କର ରାଓ, ଜେଏସ୍‍ଡବ୍ଲ୍ୟୁ ନିର୍ଦେଶକ (ଅର୍ଥ) ଜ୍ୟୋତି କୁମାର ଅଗ୍ରୱାଲ, ଆଇବିଏମ୍‍ ଉପାଧ୍ୟକ୍ଷ ପ୍ରତିଭା ମହାପାତ୍ର, ଆଦିତ୍ୟ ବିର୍ଲା ଗ୍ରୁପ୍‍ ର ସଭାପତି ଉମେଶ ଅଧିକାରୀ, ମର୍ସର ମେଟିର ସିଇଓ ସିଦ୍ଧାର୍ଥ ଗୁପ୍ତା, ଡିଏସ୍‍ଏମ୍‍ ରୋୟାଲ ଏଚ୍‍ଆର ମୂଖ୍ୟ ଦିନେଶ ମୁରୁଗେସନ୍‍ , ଆଇ ଆଇଏମ ଅହମ୍ମଦାବାଦର ପ୍ରଫେସର ଏମ ଆର ଦୀକ୍ଷିତ, ଆଇଆଇଏମ୍‍ ଲକ୍ଷ୍ନଓର ପ୍ରଫେସର ସବ୍ୟସାଚୀ ସିହ୍ନା, ଇନଫୋସିସର ରଶ୍ମୀ ସ୍ୱାଇଁ, କେପିଏମଜି ଇଣ୍ଡିଆର ପ୍ରସାଦ ଉର୍ଣ୍ଣିକ୍ରିଷ୍ଣାନ ପ୍ରମୂଖ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories