www.samajalive.in
Saturday, December 13, 2025
23.1 C
Bhubaneswar

ଆଠଗଡ ଉପଖଣ୍ଡରେ ଏ ପର୍ଯ୍ୟନ୍ତ ୫୪୮ କରୋନା ଆକ୍ରାନ୍ତ ଚିହ୍ନଟ

ଆଠଗଡ : ଆଠଗଡ ଉପଖଣ୍ଡର ୪ଟି ଯାକ ବ୍ଲକ ଯଥା ନରସିଂହପୁର, ବଡମ୍ବା, ତିଗିରିଆ, ଆଠଗଡ ବ୍ଲକ ଓ ଏନଏସି ଅଞ୍ଚଳରେ ମୋଟ ୫୪୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି। ଆଠଗଡ ଉପଖଣ୍ଡରେ ଗତ ଶନିବାର ସୁଦ୍ଧା ୧୧୮୨୨ ଜଣଙ୍କର ସ୍ୱାବ ନମୁନା ପରୀକ୍ଷା ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୨୮ଜଣ ସଂଗରୋଧ ଓ ୨୨୦ଜଣ ସ୍ଥାନୀୟ ସଂକ୍ରମିତ ଥିବା ଜଣାପଡିଛି। ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ପ୍ରଶାସନ ଓ ସାଧାରଣ ଲୋକଙ୍କ ପାଇଁ ଏହା ଚିନ୍ତାର କାରଣ ହୋଇଛି। ଉପଖଣ୍ଡର ଚିହ୍ନଟ ହୋଇଥିବା ୫୪୮ ଆକ୍ରାନ୍ତଙ୍କୁ ବିଭିନ୍ନ କୋଭିଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୪୪୦ସୁସ୍ଥ ହୋଇ ନିଜ ଘରକୁ ଫେରିଥିବାବେଳେ ୧୦୭ଜଣ ଏବେବି ଚିକିତ୍ସାଧିନ ଅଛନ୍ତି। ଆଠଗଡ ବ୍ଲକର ଧାଇପୁର ଗ୍ରାମର ଜଣେ ୬୦ବର୍ଷ ବୟସ୍କ ବ୍ୟକ୍ତି ଅନ୍ୟରୋଗରେ ଆକ୍ରାନ୍ତ ହୋଇ ଅସ୍ତ୍ରୋପଚାର କରାଇଥିବାବେଳେ କରୋନା ଆକ୍ରାନ୍ତ ହୋଇଥିଲେ ଓ ମୃତ୍ୟୁବରଣ କରିଥିବା ଜଣାପଡିଛି। ଆଠଗଡ ବ୍ଲକରେ ବର୍ତ୍ତମାନ ସୁଦ୍ଧା ମୋଟ ୨୨୭୨ ଜଣଙ୍କର ସ୍ୱାବ୍‍ ନମୁନା ପରୀକ୍ଷା କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ କ୍ୱାରାନଟାଇନରେ ଥିବା ୩୩ଜଣ ଓ ୧୧୬ଜଣ ସ୍ଥାନୀୟ ସଂକ୍ରମିତଙ୍କୁ ମିଶାଇ ମୋଟ ୧୪୯ ଓ ଆଠଗଡ ଏନଏସିରେ ୬୯୭ ଜଣଙ୍କ ସ୍ୱାବ୍‍ ପରୀକ୍ଷଣରୁ ୧୫ଜଣ ଟିଏମସିର ଓ ୨୦ଜଣ ସ୍ଥାନୀୟ ଲୋକଙ୍କୁ ମିଶାଇ ମୋଟ ୩୫ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେହିପରି ତିଗିରିଆର ୧୮୬୩ସ୍ୱାବ୍‍ ପରୀକ୍ଷଣ ମଧ୍ୟରୁ ୬୪ଟିଏମସି ଓ ୩୦ ସ୍ଥାନୀୟଙ୍କୁ ମିଶାଇ ୯୪ଜଣ, ବଡମ୍ବାରେ ୨୭୪୦ଜଣଙ୍କ ସ୍ୱାବ୍‍ ପରୀକ୍ଷଣରୁ ୩୬ ଟିଏମସି ଓ ୧୪୮ସ୍ଥାନୀୟଙ୍କ ସହିତ ମୋଟ ୧୮୪ ଏବଂ ନରସିଂହପୁରରେ ୪୨୫୦ଙ୍କ ସ୍ୱାବ୍‍ ପରୀକ୍ଷଣରୁ ୮୫ଟିଏମସି ଓ ଜଣେ ସ୍ଥାନୀୟଙ୍କୁ ମିଶାଇ ମୋଟ ୮୬ଜଣ କରୋନା ସଂକ୍ରମିତ ହୋଇଥିବା ଆଠଗଡ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କ ସୁତ୍ରରୁ ପ୍ରକାଶ। କଟକ ଜିଲ୍ଲାରେ ଅଦ୍ୟାବଧି ୩୧୩୦ ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ଆଠଗଡ ଉପଖଣ୍ଡରୁ ସେଥିମଧ୍ୟରୁ ୫୪୮ ସଂକ୍ରମିତ ଥିବା ଜଣାପଡିଛି। ଲୋକମାନେ ସଚେତନ ଓ ସତର୍କତା ଅବଲମ୍ବନ ନକଲେ ଆଗାମୀ ଦିନରେ ଆଠଗଡ ଉପଖଣ୍ଡ ଅଞ୍ଚଳରେ କରୋନା ସଂକ୍ରମଣ ସ୍ଥିତି ଆହୁରି ସଙ୍ଗୀନ ହୋଇଯିବାର ସମ୍ଭାବନାକୁ ଏଡାଇ ଦେଇହେବନି। ତେଣୁ କୋଭିଡ ୧୯ କଟକଣା ଓ ନିୟମକୁ ଅକ୍ଷରେ ଅକ୍ଷରେ ପାଳନ କରିବା ଲାଗି ଜନସାଧାରଣଙ୍କୁ ଉପଜିଲ୍ଲାପାଳ ଶ୍ରୀ ମହାନ୍ତି ନିବେଦନ କରିଛନ୍ତି।

Hot this week

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

ଚିନ୍ତାକଳ୍ପ : ସେବକ ନୁହେଁ, ସଖା

ପଞ୍ଜାବର ନାମୀ ସମାଜ ସଂସ୍କାରକ ଭାବରେ ଖ୍ୟାତି ଥିଲା ରାୟ ବାହାଦୁର...

ସମ୍ପାଦକୀୟ : ନାଇଡୁଙ୍କ ପରଖ

ବେଗ ଅପେକ୍ଷା ଗୁଣବତ୍ତା ଅଧିକ ଜରୁରୀ ସାଧାରଣତଃ ସରକାର କିପରି ଚାଲିଛି, ମନ୍ତ୍ରୀମାନେ...

ଲକ୍ଷ୍ମୀଙ୍କ କୃପାରୁ ବିଛା ରାଶିରେ ହେବ ପ୍ରଚୁର ଧନ ବର୍ଷା; ନୂତନ ବର୍ଷରେ ବଦଳିବ ଭାଗ୍ୟ, ସତର୍କ ରୁହନ୍ତୁ

ସମାଜ ଡିଜିଟାଲ ଡେସ୍କ: ଦ୍ରିକ୍‌ ପଞ୍ଚାଙ୍ଗ ଅନୁସାରେ ୨୦୨୬ରେ ମଙ୍ଗଳ ବିଛା...

Related Articles

Popular Categories