www.samajalive.in
Wednesday, December 10, 2025
14.1 C
Bhubaneswar

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ 

ବେଲଗାଁ : ସଇଁନ୍ତଲା ଥାନା ତଥା ଟିକ୍ରାପଡା ଗ୍ରାମରେ ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ଗ୍ରାମର ଦେବାର୍ଚ୍ଚନ ବିଶ୍ୱାଳଙ୍କ ସାନ ପୁଅ କୈଳାସ ବିଶ୍ୱାଳ (୨୮) ବୋଲି ଜଣାପଡ଼ିଛି। ଏନେଇ ଟିକ୍ରାପଡା ଫାଣ୍ଡି ଅଧିକାରୀ ଆଦିତ୍ୟ ପ୍ରସାଦ ସାହୁଙ୍କ ସୂଚନା କ୍ରମେ ସୋମବାର ପୁର୍ବାହ୍ନରେ ଘରେ କେହି ଲୋକ ନଥିବା ବେଳେ କୈଳାସ ତାଙ୍କ ବେକରେ ଗାମୁଛା ଦେଇ ସିଲିଙ୍ଗ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିଲେ। ଏନେଇ ପରିବାର ଲୋକେ ଅବଗତ ହୋଇ ତାଙ୍କୁ ସଇଁନ୍ତଲା ଡାକ୍ତରଖାନାକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ପୁଲିସ ପହଞ୍ଚି ଶବ ମୃତଦେହ କରି କନ୍ଟାବାଞ୍ଜି ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି। କୌଣସି ପାରିବାରିକ କଳହରୁ କୈଳାସ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଏନେଇ ପୁଲିସ ସନ୍ଦେହ କରିଛି। କୈଳାସ ଗତ ଦୁଇ ବର୍ଷ ତଲେ ବିବାହ କରିଥିବା ବେଳେ ତାଙ୍କର ପତ୍ନୀ ଏବଂ ସାତ ମାସର ଏକ କନ୍ୟା ସନ୍ତାନ ରହିଛନ୍ତି। ଘଟଣା ନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ ସହ ତଦନ୍ତ ଜାରି ରଖିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories