www.samajalive.in
Friday, December 5, 2025
17.1 C
Bhubaneswar

‘ଅଗଷ୍ଟ କ୍ରାନ୍ତି ଆନ୍ଦୋଳନରେ ଓଡ଼ିଶାର ସଂଗ୍ରାମୀମାନଙ୍କ ଭୂମିକା ଅନସ୍ୱୀକାର୍ଯ୍ୟ’

ଭୁବନେଶ୍ୱର: ଅଗଷ୍ଟ କ୍ରାନ୍ତି ଦିବସ ହେଉଛି ଆଧୁନିକ ଭାରତ ପାଇଁ ମୂଲ୍ୟବାନ ସନ୍ତକ। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ତାଙ୍କ ସହଯୋଗୀମାନଙ୍କ ଦ୍ୱାରା ସାରା ଦେଶରେ ସଂଗଠିତ ଅଗଷ୍ଟ କ୍ରାନ୍ତି ଆନ୍ଦୋଳନରେ ଓଡ଼ିଶାର ସଂଗ୍ରାମୀମାନଙ୍କ ଭୂମିକା ଅନସ୍ୱୀକାର୍ଯ୍ୟ ବୋଲି ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉଲ୍ଲେଖ କରିଛନ୍ତି । ଓଡ଼ିଶା ରାଜ୍ୟ ଅଭିଲେଖାଗାର ଆନୁକୂଲ୍ୟରେ ଆଜି କ୍ରାନ୍ତି ଦିବସ ଉପଲକ୍ଷେ କୋଭିଡ୍‌-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆୟୋଜିତ ୱେବିନାରରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ରାଜ୍ୟର କ୍ରାନ୍ତିବୀରମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
ବିଶିଷ୍ଟ ଶିକ୍ଷାବିତ୍‌ ତଥା ଐତିହାସିକ ପ୍ରଫେସର ପ୍ରୀତିଶ୍‌ ଆଚାର୍ଯ୍ୟ ମୁଖ୍ୟବକ୍ତା ଭାବରେ ଯୋଗଦେଇ କହିଥିଲେ ଯେ ଅଗଷ୍ଟ କ୍ରାନ୍ତି ଆନ୍ଦୋଳନ ସ୍ୱାଧୀନତା ସଂଗ୍ରାମର ଚରମ ଓ ଅନ୍ତିମ ପର୍ଯ୍ୟାୟ ଥିଲା। ଏହି ଦିନଠାରୁ ଇଂରେଜ ଉପନିବେଶ ଶକ୍ତିର ଭାରତ ପରିତ୍ୟାଗ ନିର୍ଦ୍ଧାରିତ ହୋଇଥିଲା। ବ୍ୟାପକ ଗଣସଂପୃକ୍ତି, ଜନସାଧାରଣଙ୍କ ନିର୍ଭୀକତା ଓ ନିଶଂକ ଭାବ ପରବର୍ତ୍ତୀ ସମୟରେ ସ୍ୱାଧୀନତାର ବଡ଼ ଉପଲବ୍ଧି ଭାବରେ ପରିଗଣିତ ହେଲା। କ୍ରାନ୍ତି ଦିବସ ଭାରତର ସ୍ୱାଧୀନତା ଆନ୍ଦୋଳନର ଇତିହାସରେ ଉଲ୍ଲେଖନୀୟ ସ୍ଥାନ ଦାବି କରେ ଓ ଏହା ଉତ୍ତରପିଢ଼ି ନିମନ୍ତେ ଉତ୍‌ପ୍ରେରକ ଶକ୍ତି ବୋଲି ଶ୍ରୀ ଆଚାର୍ଯ୍ୟ ମତ ଦେଇଥିଲେ।
କାର୍ଯ୍ୟକ୍ରମରେ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ତଥା ନିର୍ଦ୍ଦେଶକ ବିଜୟ କୁମାର ନାୟକ ମଧ୍ୟ ବକ୍ତବ୍ୟ ରଖିଥିଲେ। ଅଭିଲେଖାଗାର ଅଧୀକ୍ଷକ ଡ. ଶେଖ୍‌ ସୁଲେମାନ୍‌ ଅଲ୍ଲୀ ସ୍ୱାଗତ ସୂଚନା ଦେବା ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। େୱବିନାରରେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ମୃତିଚାରଣ ମଧ୍ୟ ସ୍ଥାନିତ ହୋଇଥିଲା।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

Related Articles

Popular Categories