www.samajalive.in
Saturday, December 6, 2025
15.1 C
Bhubaneswar

ସୀମା ସୁରକ୍ଷା ଲାଗି ଇସ୍ରାଏଲରୁ ୧୦୦ ହେରୋନ ଡ଼୍ରୋନ କିଣିବ ଭାରତ

ନୂଆଦିଲ୍ଲୀ:  ଚୀନ ଓ ପାକିସ୍ଥାନ ସହ ଭାରତର ସମ୍ପର୍କ ଦୃଷ୍ଟିରୁ ଭାରତୀୟ ସେନା ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରଣାଳୟକୁ  ଇସ୍ରାଏଲ୍ ନିର୍ମିତ ୧୦୦ ହେରୋନ୍ ଡ଼୍ରୋନ କିଣିବା ନିମନ୍ତେ ପ୍ରସ୍ତାବ ପଠାଇବ । ଇସ୍ରାଏଲ ନିର୍ମିତ ଏହି ଅତ୍ୟାଧୁନିକ ଡ଼୍ରୋନ ଭାରତୀୟ ସେନା ନିମନ୍ତେ ଅତି ଜରୁରୀ ଆବଶ୍ୟକତାକୁ ମେଣ୍ଟାଇ ପାରିବ । ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଜଣେ ବରିଷ୍ଠ ସେନା ଅଧିକାରୀ ଏହି ସୂଚନା ଦେଇଛନ୍ତି । ଏହି ଡ଼୍ରୋନ ଆକାଶରୁ ଚତୁର୍ଦିଗକୁ ନଜର ରଖିପାରିବ ଓ ଯାହା ଫଳରେ ଭାରତୀୟ ସେନାକୁ ଶତ୍ରୁ ସହ ଲଢ଼ିବାକୁ ଆଗୁଆ ସୂଚନା ମିଳିପାରିବ ।

- Advertisement -

ବହୁ ବର୍ଷ ପୂର୍ବରୁ ହେରୋନ ଡ଼୍ରୋନ କିଣିବା ପ୍ରସ୍ତାବ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ସେନାବାହିନୀ ଦେଇଛି । ସେତେବେଳେ ଏହାର ତୁରନ୍ତ ଆବଶ୍ୟକତା ନ ଥିବାରୁ ଏହି ଡ଼୍ରୋନ କିଣିବା ବିଳମ୍ବିତ ହୋଇଥିଲା । ଏହି ମାନବରହିତ ଡ଼୍ରୋନ୍ କେବଳ ଚତୁର୍ଦିଗକୁ ନଜର ରଖିବ ନୁହେଁ, ବହୁ ଉଚ୍ଚରୁ ଆକ୍ରମଣ କରିବାକୁ ମଧ୍ୟ ସକ୍ଷମ ।

ଏହି ଡ଼୍ରୋନରେ ଲେଜର ଗାଇଡ଼େଡ଼ ବମ, ଆଣ୍ଟି ଟ୍ୟାଙ୍କ ମିଶାଇଲ୍ ମଧ୍ୟ ଲଗାଯାଇ ପାରିବ । ହେରୋନ୍ ଡ଼୍ରୋନ କ୍ରମାଗତ ଭାବରେ ୩୦ ଘଣ୍ଟା ଧରି ଆକାଶରେ ଉଡ଼ିବାକୁ ସକ୍ଷମ । ଏଥିରେ ଗୁଇନ୍ଦା କ୍ୟାମେରା ଲଗାଯାଇଥାଏ ଯାହା ବହୁ ଦୂରରୁ ମଧ୍ୟ ଶତ୍ରୁ ସମ୍ବନ୍ଧୀୟ ସୂଚନା ସଂଗ୍ରହ କରିପାରିଥାଏ । ଆକାଶରୁ ଆତଙ୍କବାଦୀ ଓ ଶତ୍ରୁଙ୍କ ଠିକଣା ଚିହ୍ନିବାରେ ଏହି ଡ଼୍ରୋନ୍ ସକ୍ଷମ ଏବଂ ଏହାକୁ ଧ୍ଵଂସ କରିବାରେ ମଧ୍ୟ ଏହା ଅଦ୍ବିତୀୟ । କୌଣସି ପାଗରେ ମଧ୍ୟ ଏହି ଡ଼୍ରୋନ ଉଡ଼ିପାରେ ଓ ୪୫ହଜାର ଫୁଟ ଉଚ୍ଚ ପର୍ଯ୍ୟନ୍ତ ୧ ଟନ୍ ଓଜନ ନେଇ ଉଡ଼ିବାକୁ ଏହା ସକ୍ଷମ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories