www.samajalive.in
Saturday, December 13, 2025
26.1 C
Bhubaneswar

ଅଯୋଧ୍ୟା ଭଳି ନେପାଳରେ ତିଆରି ହେବ ରାମ ମନ୍ଦିର, ନିର୍ଦେଶ ଦେଲେ ଓଲି

କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ କେ. ପି. ଶର୍ମା ଓଲି ନିଜ ଦେଶରେ ଭଗବାନ ରାମଙ୍କ ମନ୍ଦିର ନିର୍ମାଣ କରିବେ। ପୂର୍ବରୁ ସେ ରାମଙ୍କ ଜନ୍ମସ୍ଥାନ ନେପାଳରେ ବୋଲି ଦାବି କରିଥିବାବେଳେ ଏବେ ସେଠାରେ ମନ୍ଦିର ନିର୍ମାଣ କରିବାକୁ ନିର୍ଦେଶ ଦେଇଛନ୍ତି।

ଗତମାସରେ ଓଲି ନେପାଳର ଠୋରି ନିକଟରେ ଥିବା ଅଯୋଧ୍ୟାପୁରୀ ଭଗବାନ ରାମଙ୍କ ଜନ୍ମସ୍ଥାନ ବୋଲି ଦାବି କରିଥିଲେ। ସେ କହିଥିଲେ ଯେ, ରାମଙ୍କ ପ୍ରକୃତ ଜନ୍ମସ୍ଥାନ ନେପାଳରେ। ଭାରତ ସାଂସ୍କୃତିକ ଉଲ୍ଲଂଘନ କରି ଭୁଲ ତଥ୍ୟ ଆଧାରରେ ଉତ୍ତରପ୍ରଦେଶର ଅଯୋଧ୍ୟାକୁ ରାମଙ୍କ ପ୍ରକୃତ ଜନ୍ମସ୍ଥାନ କହୁଛି। ତେବେ ଓଲିଙ୍କ ଏହି ମନ୍ତବ୍ୟକୁ ଭାରତରେ ପ୍ରବଳ ବିରୋଧ କରାଯାଇଥିଲା। କେବଳ ଭାରତରେ ନୁହେଁ, ନେପାଳରେ ବି ରାଜନୈତିକ ଦଳ ଏବଂ ସାଧାରଣ ଜନତା ଓଲିଙ୍କ ମନ୍ତବ୍ୟକୁ ବିରୋଧ କରିଥିଲେ। ଖୋଦ୍‌ ଓଲିଙ୍କ ଦଳର ନେତାମାନେ ଏହାକୁ ବିରୋଧ କରିଥିଲେ। ଏହା ସତ୍ବେ ପ୍ରଧାନମନ୍ତ୍ରୀ ଓଲି ନିଜ ଜିଦରେ ଅଟଳ ରହିଥିଲେ ଏବଂ ସେ ଉକ୍ତ ସ୍ଥାନରେ ରାମ ମନ୍ଦିର ନିର୍ମାଣ କରିବା ଲାଗି ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories