www.samajalive.in
Saturday, December 13, 2025
14.1 C
Bhubaneswar

ମନୋଜ ତିୱାରୀଙ୍କ ଟ୍ବିଟକୁ ଗୃହ ମନ୍ତ୍ରଣାଳୟର ଖଣ୍ଡନ; ପୁରା ସୁସ୍ଥ ହୋଇ ନାହାନ୍ତି ଅମିତ୍ ଶାହା

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କର କରୋନା ଯାଞ୍ଚ ହୋଇନାହିଁ ଓ ସେ କୋବିଡ଼-୧୯ ସଂକ୍ରମଣରୁ ପୁରା ସୁସ୍ଥ ହୋଇ ନାହାନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆ ଯିବା ସହ ଏକ ଟ୍ବିଟ୍ ଯୋଗେ ବିଜେପି ସାଂସଦ ମନୋଜ ତିୱାରୀଙ୍କ ଟ୍ବିଟକୁ ଖଣ୍ଡନ କରାଯାଇଛି । ଯେଉଁଥିରେ ଶ୍ରୀ ତିୱାରୀ କହିଥିଲେ ଯେ ଅମିତ୍ ଶାହା ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଓ କରୋନା ମୁକ୍ତ ହୋଇଛନ୍ତି ।

;

- Advertisement -

ଆଜି ସକାଳେ ମନୋଜ ତିୱାରୀ ଟ୍ବିଟ୍ କରି ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଥିବା କହିଥିଲେ । ତେବେ ଏହା ଉପରେ ଗୃହ ମନ୍ତ୍ରଣାଳୟର ଜଣେ ଅଧିକାରୀ ସ୍ପଷ୍ଟୀକରଣ ଦେଇ ବର୍ତମାନ ସୁସ୍ଥା ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ କୋବିଡ଼-୧୯ ପରୀକ୍ଷା ହୋଇନାହିଁ ବୋଲି କହିଛନ୍ତି ।

ଗତ ରବିବାର ଶ୍ରୀ ଶାହା ନିଜେ ଟ୍ବିଟ୍ କରି କରୋନା ସଂକ୍ରମିତ ହୋଇଥିବା ସୂଚନା ଦେଇଥିଲେ । ସେ କହିଥିଲେ ଯେ କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପରେ ସେ ନିଜେ ନମୁନା ପରୀକ୍ଷା କରିଥିଲେ ଓ ଏହା ପଜିଟିଭ୍ ଆସିଥିଲା । ମୁଁ ସୁସ୍ଥ ଅଛି, କିନ୍ତୁ ଡ଼ାକ୍ତରଙ୍କ ପରାମର୍ଶକ୍ରମେ ହସପିଟାଲରେ ଭର୍ତି ହୋଇଛି । ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ଦୟାକରି ଏକାନ୍ତବାସରେ ରୁହନ୍ତୁ ବୋଲି ଶ୍ରୀ ଶାହା ଅନୁରୋଧ କରିଥିଲେ ।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories