www.samajalive.in
Saturday, December 13, 2025
14.1 C
Bhubaneswar

କରୋନା ଭୟରେ ହଜିଯାଇଛି ମାନବିକତା

ଢେଙ୍କାନାଳ : କରୋନା ଭୟରେ ହଜିଯାଇଛି ମାନବିକତା। ପାଖ ମାଡୁ ନାହାନ୍ତି ସାହିଭାଇ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲା କଙ୍କଡାହାଡ ବ୍ଳକରେ। କଙ୍କଡାହାଡ ପଂଚାୟତର ମୁଣ୍ଡାତଇଳା ସାହିର ଅକ୍ଷୟ ସିଂ ଆଜକୁ ୮ ଦିନ ହେବ ଅସୁସ୍ଥ ହୋଇପଡିଛନ୍ତି। ମହାମାରୀ କରୋନାକୁ ଭୟ କରି ସାହି ଲୋକମାନେ ପାଖ ମାଡୁ ନଥିବା ବେଳେ ପରିବାର ଲୋକେ ବି ପାଣି ଟୋପାଏ ଦେଉ ନାହାନ୍ତି। ୮ ଦିନ ହେଲା ଅକ୍ଷୟ ଭୋକ ଉପାସରେ ଗୋଟିଏ ଚାଳଘରେ ପଡି ରହିଥିବାର ଦେଖିବାକୁ ମିଳିଛି। କଙ୍କଡାହାଡ ସରପଞ୍ଚ ହୃଦାନନ୍ଦ ବେହେରା ଖବର ପାଇ ଅକ୍ଷୟଙ୍କୁ ଆମ୍ବୁଲାନ୍ସ ସେବା ଯୋଗେ ସେବା ଯୋଗାଇ ଦେବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ପରିବାର ଲୋକେ କରୋନା ଯୋଗୁ ଆମ୍ବୁଲାନ୍ସରେ ଯିବା ପଇଁଁ ମନା କରିଦେଇଥିଲେ। ଫଳରେ ଘର ପାଖକୁ ଆସିଥିବା ଆମ୍ବୁଲାନ୍ସ ଅକ୍ଷୟଙ୍କୁ ନ ନେଇ ଫେରି ଯାଇଥିଲା। ସରପଞ୍ଚ ହୃଦାନନ୍ଦ ଅସୁସ୍ଥ ଅକ୍ଷୟଙ୍କ ପାଖକୁ ଯାଇ ତାଙ୍କ ପାଇଁ ଖାଦ୍ୟ, ପାନୀୟର ବ୍ୟବସ୍ଥା କରିଥିଲେ। ଅକ୍ଷୟଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିବା ବେଳେ ପରିବାର ଲୋକେ ତାଙ୍କୁ ମେଡିକାଲ ନେବାକୁ ମନା କରିଦେବାରୁ ଅକ୍ଷୟଙ୍କ ଶରୀର ଅଧିକ ଅସୁସ୍ଥ ହେବାର ସମ୍ଭାବନା ରହିଛି। ତୁରନ୍ତ ଚିକିତ୍ସା ନିମନ୍ତେ ତାଙ୍କୁ ମେଡିକାଲ ନିଆ ନଗଲେ ତାଙ୍କର ଜୀବନ ପ୍ରତି ବିପଦ ରହିଛି ବୋଲି ସରପଂଚ ଶ୍ରୀ ବେହେରା କହିଛନ୍ତି। ସରପଞ୍ଚ ଶ୍ରୀ ବେହେରା ଅକ୍ଷୟଙ୍କୁ ଚିକିତ୍ସା ପାଇଁ ମେଡିକାଲ ନେବା ପାଇଁ କରିଥିବା ସମସ୍ତ ଉଦ୍ୟମ ବିଫଳ ହୋଇଛି। ପରିବାରଠୁଁ ଆରମ୍ଭ କରି ସାହିଭାଇ, ସଖା ସହୋଦର ସମସ୍ତେ ଅକ୍ଷୟଙ୍କୁ ସାହାଯ୍ୟ କରିବା ପାଇଁ ମନା କରିଦେଇଥିବାର ଜଣାଯାଇଛି।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories