www.samajalive.in
Sunday, December 14, 2025
14.1 C
Bhubaneswar

ରାଜ୍ୟରେ କରୋନା ସ୍ଥିତି ଭୟଙ୍କର

ଭୁବନେଶ୍ୱର : ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ପରିସ୍ଥିତି ଅଣାୟତ୍ତ ହୋଇଥିବାବେଳେ ପ୍ରଶାସନିକ କଳର ଚେତା ପଶୁନାହିଁ ବୋଲି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର ଯେଉଁ ମଡେଲରେ କରୋନା ପରିସ୍ଥିତିକୁ ସାମ୍ନା କରିଥିଲେ ସେଥିରେ କରୋନା ରୋକି ହୋଇ ପାରୁ ନଥିବାରୁ ମଡେଲରେ ବ୍ୟାପକ ପରିବର୍ତ୍ତନର ଆବଶ୍ୟକତା ରହିଛି। ରାଜ୍ୟର ପ୍ରତ୍ୟେକ ଜିଲାରେ କରୋନା ପାଦ ଦେଇଥିବାବେଳେ ୨୫୯ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ସଂକ୍ରମଣରେ ଟପ୍‌ ଟେନ୍‍ରେ ଗଞ୍ଜାମ, ଖୋର୍ଦ୍ଧା ଜିଲା ଥିବାବେଳେ ଦାୟିତ୍ବରେ ଥିବା ଦୁଇ ଜଣ ଅଫିସର ଅନଭିଜ୍ଞ ହୋଇଥିବାରୁ କରୋନା ରୋକିବା ବ୍ୟର୍ଥ ହୋଇଛି। ଏହି ଦୁଇଟି ଜିଲା ଅଧିକ କ୍ଷତିଗ୍ରସ୍ତ ହୋଇଛି। ଗଞ୍ଜାମ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲା ଓ ଅନ୍ୟଟି ଖୋଦ୍‌ ରାଜ୍ୟର ରାଜଧାନୀ ଏବେ କରୋନା ହଟ୍‌ସ୍ପଟ୍‌ ହୋଇଛି। ଅନ୍ୟ ଜିଲାଗୁଡ଼ିକ ମୁକାବିଲା କ୍ଷେତ୍ରରେ ସଫଳତା ପାଇଁ କର୍ମଚାରୀ ଲାଗି ପଡ଼ିଥିବା ବେଳେ ସେମାନଙ୍କୁ ​‌େପ୍ରାତ୍ସାହନ ଶୂନ୍‌ ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି। ଦୈନିକ କେନ୍ଦୁଝର ଓ ସୁନ୍ଦରଗଡ଼ରୁ ୧୫ ଶହ ଟ୍ରକ୍‌ ଲୁହା ପଥର ଆଣି ପାରାଦୀପ ଆସୁଛନ୍ତି। ସବୁ ଟ୍ରକ୍‌ ବାହାର ରାଜ୍ୟର ଡ୍ରାଇଭର, ହେଲପର ଓ କର୍ମଚାରୀ ନେଇ ଆସୁଛନ୍ତି। ସେମାନଙ୍କ ରାଜ୍ୟରୁ ଓଡ଼ିଶା ପହଞ୍ଚିବା ପାଇଁ ୭ ଦିନ ଲାଗୁଛି। ବାଟରେ ସେମାନଙ୍କ କୌଣସି ପରୀକ୍ଷା ହେଉନାହିଁ। ସୁନ୍ଦରଗଡ଼, କେନ୍ଦୁଝର, ଯାଜପୁର, ଝାରସୁଗୁଡ଼ାର ବେଲପାହାଡ଼ ଆଦି ଅଞ୍ଚଳକୁ କରୋନା ବ୍ୟାପିବାରେ ଡ୍ରାଇଭରଙ୍କ ଭୂମିକା ରହିଛିି। ସରକାର ସଠିକ୍‌ ଭାବେ ମୁକାବିଲା ନ କଲେ ପରିସ୍ଥିତି ଓଡ଼ିଶା ବାସୀଙ୍କୁ ଭୋଗିବାକୁ ପଡ଼ିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories