www.samajalive.in
Sunday, December 7, 2025
16.1 C
Bhubaneswar

‘ସୁଶାନ୍ତଙ୍କୁ ହତ୍ୟା କରାଯାଇଛି’; ତଥ୍ୟପ୍ରମାଣ ସହ ଦାବି କଲେ ପୂର୍ବତନ ସହାୟକ

ମୁମ୍ବଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ହତ୍ୟା କରାଯାଇଛି ବୋଲି ଦାବି କରିଛନ୍ତି ତାଙ୍କ ପୂର୍ବତନ ସହାୟକ ଅଙ୍କିତ ଆଚାର୍ଯ୍ୟ। ସୁଶାନ୍ତଙ୍କ ତଣ୍ଟିକୁ ତାଙ୍କ ପୋଷା କୁକୁର ଫୁଜିର ବେଲ୍ଟ ଦ୍ବାରା ଚାପି ହତ୍ୟା କରାଯାଇଛି ବୋଲି ଅଙ୍କିତ କହିଛନ୍ତି। ତାଙ୍କ ଦାବି ଅନୁସାରେ ସେ କେତେକ ଯୁକ୍ତି ମଧ୍ୟ ଦର୍ଶାଇଛନ୍ତି, ଯାହା ସୁଶାନ୍ତଙ୍କ ମୃତ୍ୟୁ ଉପରୁ ପରଦା ହଟାଇପାରିବ ବୋଲି କୁହାଯାଉଛି।

ଅଙ୍କିତ କହିଛନ୍ତି, ସୁଶାନ୍ତ ଭାଇ ବହୁତ ଭଲ ଥିଲେ। ସେ ଆତ୍ମହତ୍ୟା କରିବା ମୁଁ ବିଶ୍ଵାସ କରୁନାହିଁ। ଏହା ଏକ ହତ୍ୟାକାଣ୍ଡ। ଯଦି ଆମେ ଭାବିବା ଯେ ସେ ଆତ୍ମହତ୍ୟା କରିଛନ୍ତି, ତେବେ ଯେତେବେଳେ କେହି ଆତ୍ମହତ୍ୟା କରେ ତାଙ୍କ ବେକରେ ୟୁ(U) ଚିହ୍ନ ଦେଖିବାକୁ ମିଳିବ। କିନ୍ତୁ ଯଦି କାହାର ତଣ୍ଟି ଚିପି ହତ୍ୟା କରାଯାଏ, ତେବେ ତା’ ବେକରେ ଓ(O) ଆକାରର ଚିହ୍ନ ସୃଷ୍ଟି ହେବ। ସୁଶାନ୍ତ ଭାଇଙ୍କ କ୍ଷେତ୍ରରେ ତାଙ୍କ ବେକରେ ‘O’ ଚିହ୍ନ ରହିଥିଲା। ଯଦି କେହି ଆତ୍ମହତ୍ୟା କରେ ତା’ହେଲେ ତା’ର ଆଖି ଏବଂ ଜିଭ ବାହାରକୁ ଚାଲିଆସେ। କିନ୍ତୁ ସୁଶାନ୍ତ ଭାଇଙ୍କ କ୍ଷେତ୍ରରେ ସେପରି ହୋଇ ନ ଥିଲା ବୋଲି ଅଙ୍କିତ କହିଛନ୍ତି। ତେଣୁ ଏହା ଏକ ହତ୍ୟାକାଣ୍ଡ ବୋଲି ସେ ଦାବି କରିଛନ୍ତି।

- Advertisement -

ଅନ୍ୟପଟେ ସୁଶାନ୍ତଙ୍କ ବେକରେ ଯେଉଁ ଚିହ୍ନ ରହିଛି ତାହା ତାଙ୍କ ପୋଷା କୁକୁର ଫୁଜିର ବେଲ୍ଟ ଚିହ୍ନ ବୋଲି ଅଙ୍କିତ କହିଛନ୍ତି। ସୁଶାନ୍ତଙ୍କ ମରଶରୀର ଫଟୋ ତାଙ୍କ ପାଖରେ ରହିଛି। ସେଥିରୁ ସେ ସ୍ପଷ୍ଟ ଭାବେ ଜାଣିପାରୁଛନ୍ତି ଯେ ବେକରେ ରହିଥିବା ଚିହ୍ନଟି ତାଙ୍କ ପୋଷା କୁକୁରର ବେଲ୍ଟ ଚିହ୍ନ ବୋଲି ଅଙ୍କିତ କହିଛନ୍ତି। ଏହା ସହିତ ସିବିଆଇ ତଦନ୍ତ ଭାର ନେଇଥିବାରୁ ସେ ଖୁସି ଅଛନ୍ତି ବୋଲି ମଧ୍ୟ କହିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories