www.samajalive.in
Saturday, December 6, 2025
16.1 C
Bhubaneswar

ଟଙ୍କା ନଦେବାରୁ ଚିକିତ୍ସା ପାଇଁ ଆସିଲେନି ଡାକ୍ତର ଓ ନର୍ସ, ଚାଲିଗଲା ନବଜାତ ଶିଶୁର ଜୀବନ

ଢେଙ୍କାନାଳ: ଟଙ୍କା ନଦେବାରୁ ଚିକିତ୍ସା ପାଇଁ ଆସିଲେନି ଡାକ୍ତର ଓ ନର୍ସ । ଆଉ ଡାକ୍ତର ଓ ନର୍ସ ନ ଆସିବା ଫଳରେ ଚିକିତ୍ସା ଅବହେଳାରୁ ଗୋଟିଏ ନବଜାତ ଶିଶୁର ଜୀବନ ଚାଲିଗଲା । ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ । ସୂଚନାଅନୁସାରେ ଗତକାଲି ବିଳମ୍ବିତ ରାତିରେ କାରିଗର ସାହିର ଜଣେ ଗର୍ଭବତୀ ମହିଳାଙ୍କୁ ଡେଲିଭରୀ ପାଇଁ ଚିକିତ୍ସାଳୟ ଅଣାଯାଇଥିଲା । ଏହାପରେ ମହିଳାଙ୍କ ପ୍ରଥମିକ ଚିକିତ୍ସା କରାଯାଇଥିଲା ।

ଏହା ପରେ ମହିଳାଙ୍କ ଗର୍ଭଜନ୍ତ୍ରଣା ଅଧିକ ହେବାରୁ ନର୍ସ ଏବଂ ଡାକ୍ତରଙ୍କୁ ଡାକିଥିଲେ ପରିବାର ଲୋକ କିନ୍ତୁ ସେତେବେଳେ କେହି ବି ଚିକିତ୍ସା ପାଇଁ ଆସି ନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏପରିକି ଡାକ୍ତର ଓ ନର୍ସ ଚିକିତ୍ସା ପାଇଁ ଆସିବାକୁ ପରିବାର ଲୋକଙ୍କୁ ୧୨ ହଜାର ଟଙ୍କା ମାଗିଥିଲେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ପରିବାର ଲୋକ ଟଙ୍କା ନଦେଇ ପାରିବାରୁ ଚିକିତ୍ସାରେ ଅବହେଳା କରାଯାଇଥିଲା । ଫଳରେ ମହିଳା ଜଣକ ଜନ୍ମ ଦେଇଥିବା ପୁତ୍ରର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏନେଇ ଚିକିତ୍ସାଳୟରେ ଉତ୍ତେଜନା ପ୍ରକାଶ ପାଇଛି । ପରିବାର ଲୋକ ଚିକିତ୍ସାଳୟ ଆଗରେ ଧାରଣା ଦେଇଛନ୍ତି । ତେବେ ଏନେଇ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନାହିଁ ।  ତେବେ​‌ ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକ । ଏହାପରେ ଚିକିତ୍ସାଳୟରେ ଟାଉନ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

- Advertisement -

 

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories