www.samajalive.in
Saturday, December 6, 2025
16.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଯୋଗୀ ଶ୍ରେଷ୍ଠ, କେଜ୍ରିୱାଲ ୨ୟ ଓ ୬ଷ୍ଠରେ ନବୀନ: ସର୍ଭେ

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶ୍ରେଷ୍ଠ। ତାଙ୍କ ପଛକୁ ରହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ୩ୟ ସ୍ଥାନରେ ଅଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ. ଏସ. ଜଗନମୋହନ ରେଡ୍ଡୀ। ଏକ ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ୧୯ ରାଜ୍ୟକୁ ନେଇ କରାଯାଇଥିବା ସର୍ଭେ ‘ମୁଡ୍‌ ଅଫ୍‌ ଦ ନେଶନ’ରୁ ଏହି ତଥ୍ୟ ମିଳିଛି।

ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ କାର୍ଯ୍ୟଶୈଳୀ ଓ ବିଚାରଧାରାକୁ ନେଇ ଏହି ସର୍ଭେ କରାଯାଇଥିଲା। ସର୍ଭେ ରିପୋର୍ଟ ଅନୁସାରେ, ଯୋଗୀ ଆଦିତ୍ୟନାଥଙ୍କୁ ୨୪ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି। ଗତ ଜାନୁୟାରୀରେ ହୋଇଥିବା ସର୍ଭେରେ ଯୋଗୀଙ୍କୁ ୧୮ ପ୍ରତିଶତ ଲୋକ ପସନ୍ଦ କରିଥିଲେ। ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଜାନୁୟାରୀରେ ୧୧ ପ୍ରତିଶତ ଲୋକ ପସନ୍ଦ କରିଥିବାବେଳେ ଏବେ ୧୫ ପ୍ରତିଶତ ପସନ୍ଦ କରିଛନ୍ତି। ଚଳିତ ସର୍ଭେରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନଙ୍କୁ ୧୧ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି।

- Advertisement -

ଅନ୍ୟପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୯% ଲୋକ ପସନ୍ଦ କରିଛନ୍ତି। ସେ ଭଲ ମୁଖ୍ୟମନ୍ତ୍ରୀ ତାଲିକାରେ ୪ର୍ଥ ସ୍ଥାନରେ ରହିଛନ୍ତି। କିନ୍ତୁ ଜାନୁୟାରୀ ତୁଳନାରେ ତାଙ୍କ ଲୋକପ୍ରିୟତା ହ୍ରାସ ପାଇଛି। ଜାନୁୟାରୀରେ ତାଙ୍କୁ ୧୧ ପ୍ରତିଶତ ଲୋକ ପସନ୍ଦ କରିଥିଲେ। ସେହିପରି ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଯୁଗ୍ମ ଭାବେ ୫ମ ସ୍ଥାନରେ ରହିଛନ୍ତି। ଜାନୁୟାରୀ ତୁଳନାରେ ଉଦ୍ଧବଙ୍କ ଲୋକପ୍ରିୟତା ସାମାନ୍ୟ ବଢ଼ିଥିବାବେଳେ ନିତିଶଙ୍କ ଲୋକପ୍ରିୟତା କମିଛି। ଏହାବ୍ୟତୀତ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ଷ୍ଠ ସ୍ଥାନରେ ରହିଛନ୍ତି। ତାଙ୍କୁ ୬ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି। ସପ୍ତମ ସ୍ଥାନରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ(୩%), ୮ମରେ ରହିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି. ଏସ. ୟେଦୁରପ୍ପା। ଏମାନଙ୍କୁ ୨% ଲେଖାଏ ଲୋକ ପସନ୍ଦ କରିଛନ୍ତି।

ସର୍ଭେରେ ମୋଟ ୧୨ ହଜାର ୨୧ ଜଣ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୬୭ ପ୍ରତିଶତ ଗ୍ରାମାଞ୍ଚଳର ହୋଇଥିବାବେଳେ ସହରାଞ୍ଚଳର ୩୩% ଥିଲେ। ଜୁଲାଇ ୧୫ରୁ ୨୭ ତାରିଖ ମଧ୍ୟରେ ଏହି ସର୍ଭେ କରାଯାଇଥିଲା।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories