www.samajalive.in
Saturday, December 6, 2025
15.1 C
Bhubaneswar

ଆଇପିଏଲ୍ ପ୍ରାୟୋଜକ ଦୌଡ଼ରେ ଆମାଜନ, କୋକାକୋଲା,ଜିଓ, ବାୟିଜୁ

ମୁମ୍ବାଇ: ଆଇପିଏଲ୍ ପ୍ରାୟୋଜକ ଭାବରେ ପୂର୍ବରୁ ରହି ଆସିଥିବା ଚୀନ ମୋବାଇଲ୍ କମ୍ପାନୀ ଭିଭୋକୁ ବାଦ ଦିଆଯାଇଛି । ଏହାପରେ ପ୍ରାୟୋଜକ ହେବା ନିମନ୍ତେ ଭାରତୀୟ କମ୍ପାନୀ ଜିଓ ସହିତ ଇ କମର୍ସ କମ୍ପାନୀ ଆମାଜନ, ମୃଦୁ ପାନୀୟ କମ୍ପାନୀ କୋକାକୋଲା ଓ ବାୟିଜୁ ଇଚ୍ଛା ପ୍ରକାଶ କରିଥିବା ସୂଚନା ମିଳିଛି ।

ଏହି କମ୍ପାନୀଗୁଡ଼ିକ ପ୍ରାୟୋଜକ ହେବା ନିମନ୍ତେ ୨୫୦ରୁ ୩୦୦ କୋଟି ଟଙ୍କା ନିବେଶ କରିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି । ପ୍ରାରମ୍ଭରେ ବିସିସିଆଇ ଚୀନ କମ୍ପାନୀ ଭିଭୋ ସହ ଚୁକ୍ତି ଭାଙ୍ଗିବାକୁ ଚାହୁଁ ନ ଥିଲେ । କିନ୍ତୁ ଭାରତ ଓ ଚୀନ ମଧ୍ୟରେ ସୃଷ୍ଟି ହୋଇଥିବା ସ୍ଥିତିକୁ ଦୃଷ୍ଟିରେ ରଖି ଭାରତରେ ଚୀନ କମ୍ପାନୀ ବିରୋଧରେ ସୃଷ୍ଟି ହୋଇଥିବା ଜନମତକୁ ଦୃଷ୍ଟିରେ ରଖି ପ୍ରାୟୋଜକରୁ ଭିଭୋକୁ ବାଦ ଦିଆଯାଇଥିଲା ।

- Advertisement -

ଏତେ କମ୍ ସମୟ ମଧ୍ୟରେ ନୂଆ ପ୍ରାୟୋଜକ ମିଳିବା ଯଦିଓ କଠିନ ବ୍ୟାପାର ଥିଳା ତଥାପି କୋକାକୋଲା, ଆମାଜନ, ଜିଓ ପ୍ରାୟୋଜକ ହେବା ନିମନ୍ତେ ଆଗ୍ରହୀ ହେବା ବିସିସିଆଇକୁ ଆଶ୍ଵସ୍ତ କରିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories