www.samajalive.in
Monday, December 8, 2025
24.1 C
Bhubaneswar

ତୁର୍କୀକୁ ଭାରତର ଚେତାବନୀ: ମନ୍ତବ୍ୟ ଦେବା ବେଳେ ସଞ୍ଜତ ଓ ସତର୍କ ରୁହ

ନୂଆଦିଲ୍ଲୀ:  କୌଣସି ମନ୍ତବ୍ୟ ଦେବା ବେଳେ ସଞ୍ଜତ ଓ ସତର୍କ ରହିବାକୁ ତୁର୍କୀକୁ ଚେତାବନୀ ଦେଇଛି ଭାରତ । ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ତୁର୍କୀ ପକ୍ଷରୁ ଦିଆଯାଇଥିବା ମନ୍ତବ୍ୟ ଆଧାରରେ ଭାରତ ଏପରି ଚେତାବନୀ ଦେଇଛି । ଭାରତ ପକ୍ଷରୁ କୁହାଯାଇଛି ତୁର୍କୀ ଜାମ୍ମୁକାଶ୍ମୀର ପ୍ରସଙ୍ଗରେ ଦେଇଥିବା ମନ୍ତବ୍ୟ ଅନାବଶ୍ୟକ, ତଥ୍ୟଗତ ଭ୍ରମପୂର୍ଣ୍ଣ ଓ ପକ୍ଷପାତପୂର୍ଣ । ଗୁରୁବାର ଭାରତୀୟ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ, ଭୂମିଗତ ସ୍ଥିତି ସମ୍ପର୍କରେ ନ ଜାଣି ତୁର୍କୀ କୌଣସି ମନ୍ତବ୍ୟ ଦେବା ଅନୁଚିତ । ଏଠାର ସ୍ଥିତି ସମ୍ପର୍କରେ ଜାଣିବା ପରେ କୌଣସି ମନ୍ତବ୍ୟ ଦେବା ଉଚିତ  ହେବ ବୋଲି ଭାରତ ତୁର୍କୀକୁ ଚେତାଇ ଦେଇଛି ।

- Advertisement -

କିଛିଦିନ ତଳେ ତୁର୍କୀ ରାଷ୍ଟ୍ରପତି ରେସେପ ତୈୟପ ଏର୍ଦୋଆନ କାଶ୍ମୀର ଘଟଣାକୁ ପାଲେଷ୍ଟାଇନ ସହ ତୁଳନା କରି ଏଠାରେ କରୋନା ସଙ୍କଟ କାଳରେ ଅତ୍ୟାଚାର ଚାଲିଥିବା ଅଭିଯୋଗ କରିଥିଲେ । ଇଦ୍ ଅବସରରେ ଏର୍ଦୋଆନ ପାକ୍ ରାଷ୍ଟ୍ରପତି ଆରିଫ ଅଲ୍ଭି ଓ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସହ କଥାବାର୍ତା କରିବା ଅବସରରେ କାଶ୍ମୀର ପ୍ରସଙ୍ଗରେ ପାକିସ୍ଥାନର ଆଭିମୁଖ୍ୟକୁ ସମର୍ଥନ କରିଥିବା ଚର୍ଚା ହୋଇଥିଲା । କେବଳ ସେତିକି ନୁହେଁ କାଶ୍ମୀରକୁ ନେଇ ପାକିସ୍ଥାନ ସହ ତୁର୍କୀ ଠିଆ ହୋଇଥିବା ଆଶ୍ଵାସନା ଦେଇଥିବା ପାକିସ୍ଥାନର ପ୍ରମୁଖ ଖବରକାଗଜ ‘ଡ଼ନ୍’ରେ ପ୍ରକାଶିତ ହୋଇଥିଲା ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories