www.samajalive.in
Sunday, December 14, 2025
15.1 C
Bhubaneswar

ଭୀମସାର ଏଚ୍‍ଡିୟୁ ଲିଙ୍କ : ପୁଣି ୩ ଡାକ୍ତର ଏବଂ ଜଣେ ଆଟେଣ୍ଡାଣ୍ଟ କରୋନା ସଂକ୍ରମିତ

ବୁର୍ଲା: ଗତ ଜୁଲାଇ ମାସ ୩୧ ତାରିଖ ଦିନ ବରଗଡ ଜିଲ୍ଲା ଅତାବିରା ଅଞ୍ଚଳର ଜଣେ ରୋଗୀ ବୁର୍ଲା ଭୀମସାର ଏଚଡିୟୁରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ତେବେ ଉକ୍ତ ରୋଗୀ ଜଣକ ଏହାପୂର୍ବରୁ ୪ ଦିନ କାଳ ଧରି ଚିକିତ୍ସାଧୀନ ରହିଥିଲେ। ତେବେ ଏହି ରୋଗୀର ସଂସ୍ପର୍ଶର୍ରେ ଏକାଧିକ ଡାକ୍ତର ଏବଂ ସେବିକା ତଥା କର୍ମଚାରୀମାନେ ଆସିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୩୯ ଜଣଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିଲା। ସେଥିମଧ୍ୟରୁ ଭୀମସାର ମେଡ଼ିସିନ ବିଭାଗର ୯ଜଣ ଡାକ୍ତର ସାଙ୍ଗକୁ ୨ଜଣ ଆଶୁଚିକିତ୍ସା ବିଭାଗର କର୍ମଚାରୀ ଏବଂ ଜଣେ ସେବିକା କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଅପରପକ୍ଷରେ ଆଜି ପୁଣି ୩ ଜଣ ଡାକ୍ତର କରୋନା ସଂକ୍ରମିତ ହୋଇଥିବାବେଳେ ଏବଂ ଗତକାଲି ବୁଧବାର ଭୀମସାରର ଜଣେ ଆଟେଣ୍ଡାଣ୍ଟ କରୋନା ସଂକ୍ରମିତ ହୋଇଛନ୍ତି। ଫଳରେ ଏଠାରେ ପୁଣି ସଂକ୍ରମଣ ତାଲିକା ବୃଦ୍ଧି ପାଇବା ଆଶଙ୍କା ରହିଛି।
କରୋନା ସଂକ୍ରମିତ ଡ଼ାକ୍ତର ତଥା ସ୍ୱାସ୍ଥ୍ୟକର୍ମୀଙ୍କ ସଂସ୍ପର୍ଷରେ ଆସିଥିବା ବିଭିନ୍ନ ବିଭାଗର ପ୍ରଫେସର, ସହଯୋଗୀ ପ୍ରଫେସର, ସହକାରୀ ପ୍ରଫେସର, ବରିଷ୍ଟ ଆବାସିକ ଡାକ୍ତର, ହାଉସ୍ ସର୍ଜନ ଡାକ୍ତର ଏବଂ ପିଜି ଡାକ୍ତରଙ୍କୁ ମିଶାଇ ସମୁଦାୟ ୭୦ ଜଣ ଡାକ୍ତରଙ୍କୁ ବୁଧବାରଠାରୁ କ୍ୱାରେଣ୍ଟାଇନରେ ରଖାଯାଇଛି। ତେବେ ପୁଣି ଆଜି ଭୀମସାରର ୩ ଜଣ ଡାକ୍ତର, ଜଣେ ବରିଷ୍ଠ ଆବାସିକ, ଜଣେ ପିଜି ଡାକ୍ତର ଏବଂ ଜଣେ ହାଉସ ସର୍ଜନ ଡାକ୍ତର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଗୌଡ଼ପାଲିରେ ରହୁଥିବା ଜଣେ ମହିଳା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଏଚଡ଼ିୟୁ ସଂକ୍ରମିତ ତାଲିକାରେ ସମୁଦାୟ ୧୨ ଜଣ ଡାକ୍ତର, ୩ ଜଣ ଆଟେଣ୍ଡାଣ୍ଟଣ୍ଟ ଏବଂ ଜଣେ ସେବିକା ରହିଥିବା ଜଣାପଡ଼ିଛି। ଭୀମସାରର ଏଚଡ଼ିୟୁ(ହାଇ ଡ଼ିଫେନସିଭ ୟୁନିଟ) ଲିଙ୍କରେ ସମୁଦାୟ ୧୬ ଜଣ କରୋନା ସଂକ୍ରମିତ ହୋଇ ସାରିଛନ୍ତି। ଯାହାକି ଅତ୍ୟନ୍ତ ଚିନ୍ତାର ବିଷୟ ଏହା ସହିତ ପୁଣି ନୂତନ ୪ ଜଣ କରୋନା ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଙ୍ଗ କରାଯାଇଛି।
ଗତ ୩୧ ତାରିଖରେ କରୋନା ସଂକ୍ରମିତ ହୋଇଥିବା ଏଚଡ଼ିୟୁରେ ଜଣାପଡ଼ିବା ପରେ ସମୁଦାୟ ୩୯ ଜଣ ସେଥିମଧ୍ୟରୁ ୧୮ ଜଣ ଡାକ୍ତର, ୭ ଜଣ ସେବିକା ଏବଂ ୧୪ ଜଣ ସ୍ୱାସ୍ଥ୍ୟକର୍ମୀ ରହିଥିଲେ। ତେବେ ଏହି କ୍ୱାରେଣ୍ଟାଇନଙ୍କ ତାଲିକା ୧୦୦କୁ ବୃଦ୍ଧି ପାଇବା ସମ୍ଭାବନା ରହିଛି। ତେବେ ଭୀମସାର ହସପିଟାଲରେ ବାରମ୍ବାର ଏଭଳି କରୋନା ରୋଗୀ ଭର୍ତ୍ତିହେବା ପରେ ଭୀମସାରରେ କରୋନା ସଂକ୍ରମଣ ସ୍ଥିତି ଜଟିଳ ହେଉଥିବା ଜଣାପଡ଼ିଛି। ପୁର୍ବରୁ କର୍କଟରୋଗ ବିଭାଗ, ନେଫ୍ରୋଲୋଜି ବିଭାଗ ଏବଂ କେନ୍ଦ୍ରିୟ ଆଇସିୟୁ କରୋନା ସଂକ୍ରମଣ ଯୋଗୁ ବନ୍ଦ ରହିଛି। ଭୀମସାର ଓପିଡ଼ି ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଏବଂ ଭୀମସାରର ଟେଲିମେଡିସିନ ବିଭାଗର ଦୁଇଗୋଟି ମୋବାଇଲ ନମ୍ବର-୭୬୫୫୦୫୧୫୯୮ ଏବଂ ୭୬୫୦୫୧୬୦୧ ରେ ଫୋନ କରି ଡାକ୍ତରଙ୍କ ଠାରୁ ପରାମର୍ଶ କରିବା ପାଇଁ ସୁଚନା ଦିଆଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories