www.samajalive.in
Saturday, December 6, 2025
17.1 C
Bhubaneswar

ପୁଣି ରେକର୍ଡ : ଦୈନିକ ୬ଲକ୍ଷରୁ ଅଧିକ ନମୁନା ପରୀକ୍ଷା

ନୂଆଦିଲ୍ଲୀ : କ୍ରମାଗତ ଭାବେ ତୃତୀୟ ଦିନ ପାଇଁ ଦେଶର ପରୀକ୍ଷାଗାର ଗୁଡ଼ିକରେ ଦୈନିକ ୬ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରି ଭାରତ ରେକର୍ଡ ହାସଲ କରିଛି। ବୁଧବାର  ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ନମୁନା ପରୀକ୍ଷା କରି ଆଉ ଏକ ସଫଳତା ହାସଲ କରିଛି। ଗତକାଲି ଦେଶର ବିଭିନ୍ନ ପରୀକ୍ଷାଗାରରେ ୬ଲକ୍ଷ ୬୪ ହଜାର ୯୪୯ଟି ନମୁନା ପରୀକ୍ଷା କରାଯାଇଛି। ଏଥିସହିତ  ଦେଶରେ ଏପର୍ଯ୍ୟନ୍ତ ୨ କୋଟି ୨୧ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଛି।

କୋଭିଡ୍‍ ସଂକ୍ରମଣ ଆରମ୍ଭରୁ ଦୈନିକ ଶହେଟିରୁ କମ୍‍ ନମୁନା ପରୀକ୍ଷା କରାଯାଉଥିଲା। କିନ୍ତୁ ମାତ୍ର ଅଳ୍ପକିଛି ମାସ ଭିତରେ ବର୍ତ୍ତମାନ ଦୈନିକ ୬ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇ ପାରୁଛି। ଏଥିପାଇଁ ବିଭିନ୍ନ ଗବେଷଣା ପ୍ରତିଷ୍ଠାନ, ମେଡ଼ିକାଲ କଲେଜ, ପରୀକ୍ଷାଗାର, ମନ୍ତ୍ରଣାଳୟ,ବିମାନ ଚଳାଚଳ ସଂସ୍ଥା ଓ ଡାକ ବିଭାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି।
କେନ୍ଦ୍ର ସରକାର ମଧ୍ୟ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହ ମିଶି ନମୁନା ପରୀକ୍ଷା, ସଂକ୍ରମିତ ବ୍ୟକ୍ତି ମାନଙ୍କର ଚିହ୍ନଟ ଓ ଚିକିତ୍ସାକୁ ତ୍ୱରାନ୍ୱିତ କରିଛନ୍ତି। ଗତ ଜାନୁୟାରୀ ମାସରେ ଦେଶରେ କେବଳ ଗୋଟିଏ ମାତ୍ର ପରୀକ୍ଷାଗାର ଥିବାବେଳେ ବର୍ତ୍ତମାନ ସେଗୁଡ଼ିକର ସଂଖ୍ୟା ୧ ହଜାର ୩୭୦ରେ ପହଞ୍ଚିଛି।
ଆଇସିଏମ୍‍ଆର୍‍ ନୂଆ ନୂଆ ପରୀକ୍ଷାଗାରଗୁଡ଼ିକୁ ଅନୁମତି ପ୍ରଦାନ କରିବା, RT-PCR କିଟ୍‍ ଯୋଗାଣ, True Nat Test, CBNAAT Test I rapid antigen test kit ଯୋଗାଣ ମାଧ୍ୟମରେ ଦେଶରେ ଅଧିକ ନମୁନା ପରୀକ୍ଷା ପାଇଁ ପଥ ସୁଗମ କରିଛି। ଏଥିସହିତ ପାରମ୍ପରିକ ରୋଗ ନିରୂପଣ ପଦ୍ଧତିକୁ ମଧ୍ୟ ପ୍ରୟୋଗ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ଆଇ.ସି.ଏମ୍‍.ଆର୍‍. ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories