www.samajalive.in
Sunday, December 14, 2025
18.1 C
Bhubaneswar

କରୋନା ପ୍ରଭାବ: ଅଭାବୀ ବିକ୍ରିରେ ଚାଷୀ ହତାଶ

ସାରନଗରୀ :ଚାଷୀ ଦେଶର ମେରୁଦଣ୍ଡ । ଦେଶର ଅର୍ଥନିତୀ ଚାଷ ଉପରେ ନିର୍ଭର କରିଥାଏ । ବର୍ଷା ଉପରେ ପ୍ରତ୍ୟକ୍ଷ ଭାବେ ନିର୍ଭର କରି ଚାଷୀ ଜଣଙ୍କ ଚାଷ କାମକୁ ଆଗେଇ ନେଇଥାଏ । ଉତ୍ପାଦିତ ଶସ୍ୟ ଅବା ପନିପରିବାକୁ ବିକ୍ରି କରି ଚାଷୀ ତାର ପରିବାର ପ୍ରତିପୋଷଣ କରିଥାଏ । ମାତ୍ର ବର୍ତମାନ ନିଅଟିଂଆ ବର୍ଷା, ଶୀତଳ ଭଣ୍ଡାରର ଶୂନ୍ୟତା ଓ ଅଭାବୀ ବିକ୍ରି ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି । ନିଜେ ଉତ୍ପାଦନ କରୁଥିବା ଖାଦ୍ୟ ଶସ୍ୟ, ପନିପରିବାକୁ ଶାଗମାଛ ଦରରେ ବିକ୍ରି କରି ଗ୍ରାମାଂଚଳ ଚାଷୀ ମାନେ କ୍ଷତିର ସମ୍ମୁଖୀନ ହେଉଛନ୍ତି ।

ଗୋଟିଏ ପଟେ କରୋନା ମହାମାରୀ ଯୋଗୁ ଲାଠିକଟା ବ୍ଲକର କିଛି ଅଂଚଳକୁ ନିଶିଦ୍ଧାଚଂଳ ଭାବେ ପ୍ରଶାସନ ଘୋଷଣା କରିଥିବା ବେଳେ, ରାଉରକେଲା ସହରେ ସପ୍ତାହନ୍ତ ସଟଡାଉନ ଦୁଇ ଦିନ ଯଥା- ଶନିବାର ଓ ରବିବାର ଘୋଷଣା କରାଯାଇଛି । ଫଳ ସ୍ୱରୂପ ରାଉରକେଲାର ବିଭିନ୍ନ ଅଂଚଳ ଯେପରି ଟ୍ରାଫିକ ଗେଟ, ଆମ୍ବାଗାନ, ପାନପୋଷ ଆଦି ଅଂଚଳରେ ରହୁଥିବା ପରିବା ବେପାରୀ ମାନେ ଲାଠିକଟାର ବିଭିନ୍ନ ଗ୍ରାମରେ ରହୁଥିବା ଚାଷୀ ମାନଙ୍କ ପାଖକୁ ତଟକା ପନିପରିବା କ୍ରୟ କରିବାକୁ ନିୟମିତ ଆସିଥାନ୍ତି । ସେହିପରି ନିକଟବର୍ତୀ ରାଜଗାଙ୍ଗପୁର, ବୀରମିିତ୍ରପୁର ଅଂଚଳରୁ ବେପାରୀ ମାନେ ପରିବା କିଣିବାକୁ ଚାଷୀଙ୍କ ଦାଣ୍ଡ ଦୁଆରେ ଗାଡ଼ି ଲଗାଇଥାନ୍ତି ।

- Advertisement -

ମାତ୍ର କରୋନା ମହାମାରୀ ପରେ ଲକଡାଉନ ହେବା ଯୋଗୁ ଅଧିକାଂଶ ବେପାରୀ ଚାଷୀଙ୍କ ପାଖରେ ପହଚିଂ ପାରୁନାହାନ୍ତି, ଯାହା ଫଳରେ ପନିପରିବାକ ଅଳ୍ପ ଦରରେ ବିକ୍ରି କରି ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେବାକୁ ଏକ ପ୍ରକାର ବାଧ୍ୟ ହେଉଛି । ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟର ଉପଯୁକ୍ତ ସଂରକ୍ଷଣ ନିମତି କୌଣସି ସୁବିଧା ତଥା ଶୀତଳ ଭଣ୍ଡାର ନଥିବାରୁ ଚାଷୀ ମାନେ ଅଦରଦରରେ ପରିବା ବିକ୍ରୟ କରୁଛନ୍ତି । ଶୀତଳ ଭଣ୍ଡାର ଥିଲେ ଅଭାବୀ ବିକ୍ରି ଭଳି ସମସ୍ୟା ସୃଷ୍ଟି ହୁଅନ୍ତା ନାହିଁ ବୋଲି ଜଲଦା ଅଂଚଳର ଜଣେ ଚାଷୀ ପ୍ରକାଶ କରିଛନ୍ତି । ଶସ୍ତାରେ ପନିପରିବା ବିକ୍ରି କରି ଚାଷୀ ନିଜ ପରିଶ୍ରମର ମୂଲ୍ୟ ଦୂରରେ ଥାଉ, ମୂଳଧନ ମଧ୍ୟ ପାଇ ପାରୁ ନାହାନ୍ତି । ଏହାଛଡ଼ା ସାର, ଔଷଧ ଓ ମଜୁରି ରହିଥିବା ରାମଯୋଡ଼ି ଅଂଚଳର ଟମାଟର ଚାଷ କରୁଥିବା ଜଣେ ଚାଷୀ ପ୍ରକାଶ କରିଛନ୍ତି । ୀର୍ଘ ଦିନ ଧରି ଲାଠିକଟା ଅଂଚଳରେ ଏଭଳି ପରିସ୍ଥିତି ଲାଗି ରହିଥିବାରୁ ଚାଷୀ କୃଷି ପ୍ରତି ବିମୁଖ ହେବାକୁ ବାଧ୍ୟ ହେଉଛନ୍ତି! ଏହି ବ୍ଲକରେ କୋବି, ଟମାଟର, ବାଇଗଣ, ଭେଣ୍ଡି, ପୋଟଳ ଆଦି ବହୁ ପରିମାଣରେ ଉତ୍ପାଦିତ ହେଉଥିବା ସ୍ଥଳେ ତୈଳ ଓ ଡାଲି ଜାତୀୟ ଫସଲ ସାଙ୍ଗକୁ ତରଭୁଜ ପ୍ରଭୁତି ଲାଭଜନକ ଫସଲ ଅମଳ ହୋଇଥାଏ । ଏପରିସ୍ଥଳେ ବେପାରୀ ମାନଙ୍କ ଠାରୁ ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ମଧ୍ୟ ଚାଷୀ ପାଇ ପାରୁନାହିଁ । ଅନେକ ସମୟରେ ପନିପରିବା ବିକ୍ରି ହୋଇ ନପାରିବା କାରଣରୁ ଚାଷୀ ଘର ବାରଣ୍ଡାରେ ସାଇତି ରଖୁଥିବା ପନିପରିବା ପଚିସଢି ଯାଉଛି । ଚାଷୀ ମାନଙ୍କ ଏଭଳି ସମସ୍ୟାର ଦୂରିକରଣ ପାଇଁ ଶୀତଳ ଭଣ୍ଡାର ସ୍ଥାପନ ପାଇଁ ଚାଷୀ ମହଲରୁ ଦାବି ହୋଇଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories