ଭୁବନେଶ୍ୱର: ରାଜ୍ୟରେ କୋଭିଡ୍-୧୯ ସ୍ଥିତିର ମୁକାବିଲା ପାଇଁ ଅଣ ଅନୁଦାନ ପ୍ରାପ୍ତ ନିଖିଳ ଓଡ଼ିଶା ୧୭୭ ହାଇସ୍କୁଲ ଶିକ୍ଷକ ସଂଘ ପକ୍ଷରୁ ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଆଜି ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ମା’ ଅମ୍ବିକା ଏସ୍ସିଏସ୍ଟି ଶିକ୍ଷା ସେବାଶ୍ରମ ଅନୁଷ୍ଠାନ, ଜଗତସିଂହପୁର ସମ୍ପାଦକ ଜୀବନ ସାମନ୍ତରାୟ ଏହି ଅର୍ଥରାଶିକୁ ଚେକ୍ ଆକାରରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି। ଏହି ଅବସରରେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ନାଗାର୍ଜୁନ ସେଠୀ ଏବଂ ଆଇନ୍ଜୀବୀ ପିତାମ୍ବର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
ଅଣ ଅନୁଦାନ ପ୍ରାପ୍ତ ନିଖିଳ ଓଡ଼ିଶା ୧୭୭ ହାଇସ୍କୁଲ ଶିକ୍ଷକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ଲକ୍ଷ ଟଙ୍କା ପ୍ରଦାନ
Popular Categories



