ବ୍ରେଡ଼ ଉପମା

0

ଆବଶ୍ୟକ ସାମଗ୍ରୀ
ପାଉରୁଟି – ୧ ପ୍ୟାକେଟ
ତେଲ – ୧ କପରୁ ସାମାନ୍ୟ କମ
ପିଆଜ – ୨ଟି କଟା ହୋଇଥିବା
କଞ୍ଚା ଲଙ୍କା – ୨ଟି
ସୋରିଷ – ଅଳ୍ପ
ଲୁଣ – ସ୍ୱାଦ ଅନୁଯାୟୀ
ହଳଦୀ ଗୁଣ୍ଡ
ଲଙ୍କା ଗୁଣ୍ଡ
ଟମାଟୋ ସସ୍‌
ଚିନି – ଅଳ୍ପ
ଧନିଆ ପତ୍ର – କଟା ହୋଇଥିବା
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପାଉରୁଟି ( ବ୍ରେଡ଼ ) କୁ ଛୋଟ ଛୋଟ ଆକୃତିର କାଟି ରଖନ୍ତୁ । ଏହା ପରେ ଗ୍ୟାସ ଲଗାଇ କଡ଼େଇ ବସାଇ ଏହା ଗରମ ହେବା ପରେ ତେଲ ପକାନ୍ତୁ । କିଛି ସମୟ ପରେ ସେଥିରେ ସୋରିଷ , କଞ୍ଚା ଲଙ୍କା , କଟା ହୋଇଥିବା ପିଆଜ ପକାଇ ଭାଜନ୍ତୁ । ଭାଜି ହେବା ପରେ ଏଥିରେ ହଳଦୀ , ଲଙ୍କା ଗୁଣ୍ଡ , ଲୁଣ ପକାନ୍ତୁ ଓ ଭଲ ଭାବେ ଭାଜନ୍ତୁ । ଏଥିରେ ଅଳ୍ପ ଚିନି ପକାନ୍ତୁ । ଏବେ ଟମାଟୋ ସସ୍‌ ରେ ଅଳ୍ପ ପାଣି ଦେଇ ଏଥିରେ ପକାନ୍ତୁ ଓ ଏହା ପରେ ଛୋଟ ଛୋଟ ଆକୃତିର ହୋଇଥିବା ବ୍ରେଡ଼କୁ ପକାଇ ଘାଣ୍ଟନ୍ତୁ । ଏବେ ଏହାକୁ ଏକ ପାତ୍ରରେ କାଢି ଛୋଟ ଛୋଟ କଟା ହୋଇଥିବା ଧନିଆ ପତ୍ର ଦେଇ ସଜାଇ ଦିଅନ୍ତୁ ଓ ଗରମାଗରମ ଖାଆନ୍ତୁ ।

kalyan agarbati
Leave A Reply