www.samajalive.in
Friday, December 12, 2025
26.1 C
Bhubaneswar

କରୋନା ଯୋଗୁ ଶିକ୍ଷାନୁଷ୍ଠାନ ବନ୍ଦ;୧୫୪ଟି ସ୍କୁଲରେ ପଡ଼ି ରହିଛି ୯୭୬କ୍ୱିଣ୍ଟାଲ ମଧ୍ୟହ୍ନ ଭୋଜନ ଚାଉଳ

ଦେଓଗାଁ:ଠିକ ସମୟରେ ମଧ୍ୟାହ୍ନ ଭୋଜନ ପାଇଁ ସ୍କୁଲମାନଙ୍କୁ ଚାଉଳ ଯୋଗାଇ ଦିଆଯାଇଥିଲା। ଗତ ମାର୍ଚ୍ଚ ମାସରେ ହଠାତ କରୋନା ସଂକ୍ରମଣ ଯୋଗୁଁ ସ୍କୁଲଗୁଡ଼ିକୁ ବନ୍ଦ କରିଦେଇଥିଲେ ସରକାର। ମାର୍ଚ୍ଚ ୨୩ ତାରିଖ ଠାରୁ ସ୍କୁଲ ଗୁଡ଼ିକରେ ବନ୍ଦ ଥିବାରୁ ରଖାଯାଇଥିବା ଚାଉଳ କଣ ହେବ ତାକୁ ନେଇ ଅନୁସନ୍ଧାନ କରିବାରୁ ଜଣାପଡ଼ିଛି ଯେ, ଦେଓଗାଁ ବ୍ଲକରେ ବିଦ୍ୟାଲୟ ଓ ଗଣଶିକ୍ଷା ବିଭାଗ ଅଧିନରେ ୧୪୮ଟି ସ୍କୁଲ ଥିବା ବେଳେ ବ୍ଲକ ଗ୍ରାଣ୍ଡରେ ୧୬ଟି, ଏସଏସଡ଼ି ବିଭାଗ ଅଧିନରେ ଗୋଟେ, ବେସରକାରୀ ୧୪ଟି, ସ୍ୱତନ୍ତ୍ର ୩ଟି ଗୋଟେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରହିଛି। ମୋଟ ୧୮୫ଟି ମଧ୍ୟରୁ ୧୫୪ଟି ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ରହିଛି। ଗତ ମାର୍ଛ ୭ରୁ ବିଭନ୍ନ ବିଦ୍ୟାଳୟରେ ୯୭୬ କ୍ୱିଣ୍ଟାଲ ଚାଉଳ ଦିଆଯାଇଥିବା ଜଣାପଡ଼ିଛି। ପୂର୍ବରୁ ଷ୍ଟକ ଥିବା ଚାଉଳକୁ ପ୍ରାୟ ସ୍କୁଲଗୁଡ଼ିକରେ ବ୍ୟବହାର କରିଥିବା ବେଳେ ଏହି ଚାଉଳକୁ ଷ୍ଟକ ଆକାରରେ ରଖିଛନ୍ତି। ଦୀର୍ଘ ଦିନ ହେଲା ସ୍କୁଲ ବନ୍ଦ ରହିଛି ଓ ଆହୁରୀ କେତେ ଦିନ ବନ୍ଦ ରହିବ ତାହାର କୌଣସି ଆଳକନ ନ ହୋଇପାରୁନ ଥିବାରୁ ସ୍କୁଲରେ ଥିବା ଚାଉଳ କଣ ହେବ ତାକୁ ନେଇ ଚିନ୍ତାରେ ଦାୟିତ୍ୱରେ ଥିବା ଶିକ୍ଷକମାନେ। ସୂଚନା ଯୋଗ୍ୟ ଯେ, ରାଜ୍ୟ ସରକାର କରେନା ଯୋଗୁଁ ସ୍କୁଲକୁ ବନ୍ଦ କରିଥିବାରୁ ଛାତ୍ର, ଛାତ୍ରୀମାନେ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ହେଇଥିବାର ବିଚାର କରି ପଞ୍ଚାୟତ ମାଧ୍ୟମରେ ଚାଉଳ ଯୋଗାଇ ଦେଇଥିଲେ। ପ୍ରଥମରୁ ପଞ୍ଚମ ଶ୍ରେଣୀର ପ୍ରତ୍ୟେକ ଛାତ୍ର, ଛାତ୍ରୀଙ୍କ ପାଇଁ ମାସିକ ୩କେଜି ହିସାବରେ ୩ମାସର ଅର୍ଥାତ ଏପ୍ରିଲ, ମେ ଓ ଜୁନ ମାସର ୯କେଜି ଓ ୬ରୁ ଅଷ୍ଟମ ଶ୍ରେଣୀ ଅଧ୍ୟୟନ କରୁଥିବା ବିଦ୍ୟାର୍ଥୀଙ୍କ ପାଇଁ ସାଢ଼େ ୪ କେଜି ହିସାବରେ ତିନି ମାସର ୧୩କେଜି ଚାଉଳ ଦିଆଯାଇଥିଲା। ସ୍କୁଲରେ ପୂର୍ବରୁ ଥିବା ଓ ପରେ ଦିଆଯାଇଥିବା ପ୍ରାୟ ୧ହଜାର କ୍ୱିଣ୍ଟାଲର ଅଧିକ ଚାଉଳ ଯାହାର ମୁଲ୍ୟ କେଜି ପ୍ରତି ୩୦ଟଙ୍କା ହିସାବରେ ୩୦ଲକ୍ଷ ଟଙ୍କାର ଚାଉଳ ସ୍କୁଲରେ ଷ୍ଟକ ଥିବା ବେଳେ ପଞ୍ଚାୟତରୁ ଚାଉଳ ଦିଆଯାଉଥିବାରୁ ଆଗକୁ ଚାଉଳ କ୍ଷତି ହେବା ସମ୍ଭାବନା ଅଛି।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories