www.samajalive.in
Friday, December 5, 2025
26.1 C
Bhubaneswar

ଚାଉଳ ଖାଇବାକୁ ଘର ଭାଙ୍ଗିଲା ହାତୀ, ମାଟି କାନ୍ଥ ତଳେ ଚାପି ହୋଇ ବୃଦ୍ଧା ମୃତ

କିର୍ମିରା: ଝାରସୁଗୁଡ଼ା ଜିଲା କିର୍ମିରା ବ୍ଳକ ଭୀମଯୋର ପଞ୍ଚାୟତ ଭଉଁରା ଗ୍ରାମରେ ମଙ୍ଗଳବାର ରାତି ପ୍ରାୟ ୩ଟା​‌ ରେ ହାତୀ ଏକ ଘର ଭାଙ୍ଗି ଦେବାରୁ ଘରେ ଶୋଇଥିବା ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକା ହେଉଛନ୍ତି ଯମୁନା ବେହେରା (୬୭)। ତାଙ୍କ ଘର ମଧ୍ୟ ଧୂଳିସାତ୍ ହୋଇଯାଇଛି।
ଭଉଁରା ଗ୍ରା​‌ମର ଏହି ମହିଳା ନିଶ୍ଚିିନ୍ତ ହୋଇ ଘରେ ଶୋଇଥିବା ବେଳେ ଦୁଇଟି ହାତୀ ଘରୁ ଚାଉଳ ଖାଇବା ପାଇଁ ମାଟି କାନ୍ଥ ଭାଙ୍ଗି ଦେଇଥିଲେ। ଫଳରେ କାନ୍ଥ କଡ଼ରେ ଶୋଇଥିବା ଯମୁନା ମାଟିରେ ଚାପି ହୋଇ ଯାଇଥିଲେ । ଖବର ପାଇ ବାଗଡିହି ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲେ କିନ୍ତୁ ତାଙ୍କ ମୃତ୍ୟୁ ହୋଇ ଯାଇଥିବାରୁ ବାଗଡିହି ଫାଣ୍ତି ଅଧିକାରୀଙ୍କୁ ସୂଚନା ଦେବା ପରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଝାରସୁଗୁଡା ପଠାଇଥିଲେ। ଖବର ନେବାରୁ ଜଣାଯାଇଛି ମହିଳାଙ୍କ ପୁଅ ଝିଅ କେହି ନାହାନ୍ତି, ସ୍ବାମୀଙ୍କର ପୂର୍ବରୁ ମୃତ୍ୟୁ ହୋଇଯାଉଛି। ସେ ପୂର୍ବରୁ ଏକ ଇନ୍ଦିରା ଆବାସ ଘର ପାଇଥିଲେ ହେଁ ତାଙ୍କ ସଉତୁଣୀଙ୍କ ପୁଅ ସେ ଘର ଅକ୍ତିଆର କରି ଯମୁନାଙ୍କୁ ବାହାର କରି ଦେଇଥିଲେ । ଫଳରେ ଯମୁନା ଏକ ଘରକିଆ ହୋଇ ଏହି ମାଟିଘରେ ଖୁବ୍ ଦୟନୀୟ ଅବସ୍ଥାରେ ରହୁଥିଲେ। କେବଳ ବାର୍ଦ୍ଧକ୍ୟ ଭତ୍ତା ଓ ଖାଉଟି ଚାଉଳରେ ସେ ଗୁଜୁରାଣ ମେଣ୍ଟାଉଥିଲେ ବୋଲି ଜଣାଯାଇଛି । ଗ୍ରାମବାସୀ ପୂର୍ବରୁ ମଧ୍ୟ ତାଙ୍କ ସଉତୁଣୀଙ୍କ ପୁଅକୁ ଏହି ବୃଦ୍ଧାଙ୍କ ଯତ୍ନନେବା ପାଇଁ କହୁଥିଲେ ହେଁ ସେ ଶୁଣୁନଥିଲେ।
ଅନ୍ୟପକ୍ଷରେ ବାଗଡିହି ବନାଞ୍ଚଳରେ ଅନେକ ବର୍ଷ ହେଲାଣି ଏପରି ହାତୀ ଉପଦ୍ରବ ଜାରି ରହିଛି । କିର୍ମିରା ଓ କୋଲାବିରା ବ୍ଳକର ଗାଁ ମାନଙ୍କରେ ହାତୀ ଘରଭାଙ୍ଗିବା, ଚାଷଜମି, ପନିପରିବା ବଗିଚା କ୍ଷୟକ୍ଷତି ସହିତ ଧନଜୀବନ ହାନି ହେଉଛି । ତେଣୁ ପ୍ରଶାସନ ଏହାର ସ୍ଥାୟୀ ବ୍ୟବସ୍ଥା କରିବା ପାଇଁ ଜନସାଧାରଣ ଦାବି କରିଆସୁଛନ୍ତି। କିନ୍ତୁ ଏହାର ସମାଧାନ ଏପର୍ଯ୍ୟନ୍ତ ହୋଇପାରିନାହିଁ। ତେଣୁ ପ୍ରଶାସନ ଏହାର ବିଚାର କରିବା ସହିତ ବନବିଭାଗ ହାତୀ ମାନଙ୍କୁ ରାତିରେ ନଜର ରଖିବା ଏବଂ ପେଟ୍ରୋଲିଂ କରି ଘଉଡାଇବାକୁ ଦାବି ​‌େହଉଛି । ତା ଛଡ଼ା କ୍ଷୟକ୍ଷତିର ଆକଳନ କରି ଅତିଶୀଘ୍ର ସହାୟତା ଯୋଗାଇ ଦେବାକୁ ଜନସାଧାରଣ ଦାବି କରିଛନ୍ତି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories