www.samajalive.in
Wednesday, December 10, 2025
16.1 C
Bhubaneswar

ବୁଧବାର ରାଶିଫଳ (୦୫.୦୮.୨୦୨୦)

ମେଷ: ମନ ପ୍ରସନ୍ନ ରହିବ। ବ୍ୟବସାୟ ଲାଭଜନକ ହେବ। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। କର୍ତ୍ତବ୍ୟନିଷ୍ଠ ହେବେ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ। ସମ୍ମାନିତ ହେବେ।
ବୃଷ: ଉଚ୍ଚ ସମ୍ମାନ ଲାଭ ସହ ଆନନ୍ଦ ଉଲ୍ଲାସ ମଧ୍ୟରେ ଦିନଟି ଅତିବାହିତ କରିପାରନ୍ତି। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। ଉନ୍ନତିକର କାର୍ୟ୍ୟ କରି ପ୍ରଶଂସିତ ହେବେ।
ମିଥୁନ: କର୍ମକ୍ଷେତ୍ରରେ ଆଗକୁ ବଢ଼ିବେ। ମନ ପ୍ରଫୁଲ୍ଲ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଆୟ ବୃଦ୍ଧିର ସୂଚନା ମିଳୁଛି। ଚାକିରିକ୍ଷେତ୍ରରେ ବହୁଦିନର ଆଶା ପୂରଣ ହୋଇପାରେ। ଘାତଚନ୍ଦ୍ର ଯୋଗୁଁ ସତର୍କରେ ଚଳିବେ।
କର୍କଟ: ସାମାନ୍ୟ ଅସୁସ୍ଥତା ଦେଖାଦେଇ ପାରେ। ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି। କାର୍ୟ୍ୟରେ ବିଘ୍ନ ଉପୁଜାଇବାକୁ ଶତ୍ରୁପକ୍ଷ ଚେଷ୍ଟା କରିପାରନ୍ତି। ସ୍ବାଭିମାନୀ ହେବେ। ବିନୀତ ସ୍ବଭାବର ହେବେ। ଆର୍ଥିକ ଅବସ୍ଥା ସୁଧାରି ପାରନ୍ତି।
ସିଂହ: ବନ୍ଧୁ ମିଳନରେ ଉପକୃତ ହେବେ। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ମନପ୍ରଫୁଲ୍ଲ ରହିବ। ବ୍ୟବସାୟ ଲାଭଜନକ ହେବ। କାର୍ୟ୍ୟକ୍ଷେତ୍ରରେ ପତ୍ନୀ ସହାୟିକା ହେବେ। ଜନ ମଙ୍ଗଳ କାର୍ୟ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ସମ୍ମାନିତ ହେବେ।
କନ୍ୟା: ଗୁରୁତ୍ବପୂର୍ଣ୍ଣ କାର୍ୟ୍ୟ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଦୁଃସାହସିକ ପଦକ୍ଷେପ ନେଇ ଶତ୍ରୁର ମୁକାବିଲା କରିବେ। ଶତ୍ରୁ ପରାଜିତ ହେବ। ମାନସିକ ଶାନ୍ତି ଫେରି ପାଇବେ। ସଦ୍‌ ମାର୍ଗରେ ଅର୍ଥ ବ୍ୟୟ କରିବେ। ବିଭିନ୍ନ ସୂତ୍ରରୁ ଅର୍ଥ ମିଳିବ। କାର୍ୟ୍ୟରେ ଉନ୍ନତି ଘଟିବ।
ତୁଳା: ମିଳିଥିବା ସୁଯୋଗ ଛଡ଼ାଇ ନେବାକୁ ବିରୋଧୀମାନେ ଚେଷ୍ଟା କରିବେ। ଚିନ୍ତାଗ୍ରସ୍ତ ହୋଇପାରନ୍ତି। ଶୁଭା-ଶୁଭ ମିଶ୍ରିତ ଫଳ ମିଳିବ। ଆୟ ଧୀରେ ସୁସ୍ଥେ ବୃଦ୍ଧି ହେବ। ଅର୍ଥାଭାବ ପୂରଣ ହେବ। ବ୍ୟବସାୟ ଲାଭଜନକ ହେବ।
ବିଛା: ଗୁରୁତ୍ବପୂର୍ଣ୍ଣ କାର୍ୟ୍ୟ କରି କୃତକାର୍ୟ୍ୟ ହେବେ। ପ୍ରଫୁଲ୍ଲିତ ହୋଇପାରନ୍ତି। କାର୍ୟ୍ୟରେ ଉନ୍ନତି ଘଟିବ। ଧର୍ମକାର୍ୟ୍ୟରେ ମନୋନିବେଶ କରିପାରନ୍ତି। ନୈତିକତା ବୃଦ୍ଧି ହେବ। ପାରିବାରିକ ଶାନ୍ତି ମିଳିବ। ଅସାଧ୍ୟ ସାଧନ କରିପାରନ୍ତି।
ଧନୁ: ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। କୃତୀ ପ୍ରତିଯୋଗୀ ଭାବେ ପୁରସ୍କୃତ ହେବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଧର୍ମ କାର୍ୟ୍ୟରେ ନିଜକୁ ନିୟୋଜିତ କରିପାରନ୍ତି।
ମକର: ଆଶାବାଦୀ ହୋଇପାରନ୍ତି। ସାରାଦିନ କାର୍ୟ୍ୟ ବ୍ୟସ୍ତ ରହିବେ। ଧନାଗମର ସୂଚନା ମିଳୁଛି। ତ୍ୟାଗପୂତ ମନୋବୃତ୍ତି ଗ୍ରହଣ କରିପାରନ୍ତି। ନୀତିଜ୍ଞ ହେବେ। ଚଞ୍ଚଳମନା ହୋଇପାରନ୍ତି। ଅତିସୁଖୀ ହେବେ। କୀର୍ତ୍ତିମାନ୍‌ ଓ ସହିଷ୍ଣୁ ହେବେ।
କୁମ୍ଭ: ଜନସାଧାରଣଙ୍କର କଲ୍ୟାଣ ଭାଜନ ହେବେ। ମନସ୍କାମନା ପୂରଣ ହେବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। କାର୍ୟ୍ୟକୁଶଳତା ଯୋଗୁଁ ପ୍ରଶଂସନୀୟ ହୋଇପାରନ୍ତି। ପାରିବାରିକ ସୁଖ ମିଳିବ। ଧନବାନ୍‌ ଓ ଗୁଣଜ୍ଞ ହେବେ।
ମୀନ: ଚକ୍ଷୁରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ଦାନ-ଧର୍ମରେ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ମିଷ୍ଟଭାଷାରେ ପରକୁ ଆପଣାର କରିବାରେ ସକ୍ଷମ ହେବେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories