www.samajalive.in
Wednesday, December 10, 2025
16.1 C
Bhubaneswar

ଆଜି ଭିମସାର ଓ ଏମ୍‍କେସିଜିରେ ଉଦଘାଟିତ ହେବ ପ୍ଲାଜମା ବ୍ୟାଙ୍କ

ବୁର୍ଲା: ଆଜି ବୁର୍ଲା ଭିମସାରରେ ପ୍ଲାଜ୍‍ମା ବ୍ୟାଙ୍କ ଉଦଘାଟିତ ହେବ। ବୁର୍ଲା ଭିମାସାରର ରକ୍ତ ଭଣ୍ଡାରରେ ଏହି ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଟା ହେବା ପାଇଁ ସମସ୍ତ ବ୍ୟବସ୍ତା ହୋଇଥିବା ବେଳେ ବୁଧବାର ଅପରାହ୍ନ ୫ ଟାରୁ ୫ଟା୧୨ ମିନିଟ ମଧ୍ୟରତେ ମୂଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଙ୍ଗ ମାଧ୍ୟମରେ ଏହାର ଉଦଘାଟନ କରିବେ ଏବଂ ଭିମସାରରେ ଉଦଘାଟନି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଉପସ୍ତିତ ରହିବେ ବୋଲି ଭିମସାରର ନିର୍ଦ୍ଦେଶକ ପ୍ରଫେସର ଲଳିତ କୁମାର ମେହେର ସୂଚନା ଦେଇଛନ୍ତି। ତେବେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇ ସାରିଥିବା ବେଳେ ଭିଡିଓ କନଫରେନ୍ସିଙ୍ଗରେ ଏହି ସମସ୍ତ ବ୍ୟବସ୍ଥା କିଭଳି କରାଯିବ ଏହାର ସମସ୍ତ ଦାୟିତ୍ୱ ପ୍ରଶାସନ ବୁଝାବୁଝି କରୁଥିବା ଜଣାପଡ଼ିଛି। ବୁଧବାର ମଧ୍ୟ ବ୍ରହ୍ମପୁର ଏମ୍‍କେସିଜିରେ ପ୍ଲାଜ୍‍ମା ବ୍ୟାଙ୍କ ଉଦଘାଟିତ କରାଯିବ ବୋଲି ଜଣାପଡିଛି। ଭିମସାରରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମେତ ଉତ୍ତରାଞ୍ଚଳ ରାଜସ୍ୱ କମିଶନର, ଜିଲ୍ଲାପାଳ ଏବଂ ବୁର୍ଲା ଭିମସାର ସମସ୍ତ କର୍ତ୍ତୃପକ୍ଷ ଏବଂ ବିଭାଗିୟ ମୂଖ୍ୟ ମାନେ ଉପସ୍ଥିତ ରହିବେ ବୋଲି ଜଣାପଡିଛି।

ସୂଚନା ଥାଉକି ରାଜ୍ୟ ସରକାର ଘୋଷଣା କରିବା ପରେ ବୁର୍ଲା ଭିମସାରରେ ଏହି ପ୍ଲାଜମା ବ୍ୟାଙ୍କ କାର୍ଯ୍ୟକ୍ଷମ ହେବା ନେଇ ଆଶା ସଞ୍ଚାର ହୋଇଛି। ଏନେଇ ଗତ ୨୭ ତାରିଖ ଦିନ ଭିମସାର ନିର୍ଦ୍ଦେଶକ ପ୍ରଫେସର ଲଳିତ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। କେଉଁ ସ୍ଥାନରେ ଏହି ପ୍ଲାଜ୍‍ମା ବ୍ୟାଙ୍କ ହେବ , ଏଥରେ କେତେ ସଂଖ୍ୟାକ କର୍ମଚାରୀ ନିଯୁକ୍ତି ହେବେ, ଏଥିରେ କେଉଁ କେଉଁ ପ୍ରକାରର ଉପକରଣ ଲାଗିବ, ପ୍ଲାଜ୍‍ମା ବ୍ୟାଙ୍କରେ କେତେ ପ୍ଲାଜମା ସଂରକ୍ଷିତ ହେବ ଓ କେଉଁ କେଉଁ ରୋଗୀଙ୍କୁ ପ୍ଲାଜମା ପ୍ରଦାନ କରାଯିବ ସେ ନେଇ ଏହି ବୈଠକରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା। ଏହାପରେ ପରେ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରସ୍ତୁତୀ ଆରମ୍ଭ ହୋଇଥିଲା। ଗତ ରବିବାର ଦିନ ତ୍ରିବେନ୍ଦ୍ରମରୁ ଆସି ଭିମସାରରେ ପୂର୍ବରୁ ଥିବା ପ୍ଲାଜମା ସିରୋସିସ ମେସନ ପାଇଁ ସମସ୍ତ ଆବଶ୍ୟକିୟ ଉପକରଣ ପହଞ୍ଚିଥିଲା। ତେବେ ପ୍ଲାଜମା ଥେରାପି ଚିକିତ୍ସା କରୋନା ଚିକିତ୍ସା ବ୍ୟବସ୍ତାରେ ଅନେକ ସହାୟକ ହେବ ବୋଲି ମତପ୍ରକାଶ ପାଉଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories