www.samajalive.in
Wednesday, December 10, 2025
14.1 C
Bhubaneswar

ଉପବାସରେ ୨୮ ବର୍ଷ, ରାମ ମନ୍ଦିର ନିର୍ମାଣ ପାଇଁ ୨୮ ବର୍ଷ ହେଲା ଖାଇ ନାହାଁନ୍ତି ୮୧ ବର୍ଷିୟ ଉର୍ମିଳା

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ବର୍ଷ ବର୍ଷ ଧରି ଚାଲିଥିବା ସଂଗ୍ରାମ ଶେଷ ହୋଇଛି ​​ଏବଂ ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି ପରେ ଆଜି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ପ୍ରଭୁ ରାମଙ୍କ ମହାନ ମନ୍ଦିର ନିର୍ମାଣରେ ଲକ୍ଷ ଲକ୍ଷ ଲୋକ ଅଂଶଗ୍ରହଣ କରୁଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଜବଲପୁରର ଉର୍ମିଳା ଚତୁର୍ବେଦୀ ଯିଏ ଗତ ୨୮ ବର୍ଷ ଧରି ନିରନ୍ତର ଉପବାସ ରହିଆସିଛନ୍ତି।

ଆଜି ୮୧ ବର୍ଷିୟ ଉର୍ମିଳା ଚତୁର୍ବେଦୀ ପରିଣତ ବୟସରେ ଦୁର୍ବଳ ଦେଖାଯାଉଛନ୍ତି ସତ କିନ୍ତୁ ତାଙ୍କର ସଂକଳ୍ପ ପୂର୍ବ ଭଳି ଦୃଢ ଓ ଶକ୍ତିଶାଳୀ ରହିଛି। ଗତ ୨୮ ବର୍ଷ ଧରି ସେ ଉପବାସ ରହିବ ପଛରେ ଏକମାତ୍ର କାରଣ ହେଉଛି ଯେ ଅଯୋଧ୍ୟାରେ ପ୍ରଭୁ ରାମଙ୍କ ମନ୍ଦିର ନିର୍ମାଣ ହେଉ। ୧୯୯୨ରେ ଯେତେବେଳେ କର ସେବାମାନେ ରାମ ଜନ୍ମଭୂମିରେ ବାବ୍ରି ମସଜିଦର ସଂରଚନାକୁ ଭାଙ୍ଗି ଦେଇଥିଲେ ଏବଂ ସେଠାରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା ସେତେବେଳେ ସେ ଶପଥ ନେଇଥିଲେ ଯେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଆରମ୍ଭ ନହେବା ପର୍ଯ୍ୟନ୍ତ ଖାଦ୍ୟ ଗ୍ରହଣ କରିବେ ନାହିଁ।

- Advertisement -

ରାଜନୈତିକ ଇଚ୍ଛାଶକ୍ତି ବ୍ୟତୀତ ଉର୍ମିଳା ଚତୁର୍ବେଦୀଙ୍କ ସଂକଳ୍ପ ଏତେ ଶକ୍ତିଶାଳୀ ଥିଲା ଯେ ସେ ୧୯୯୨ ପରେ ଖାଦ୍ୟ ଖାଇ ନଥିଲେ ଏବଂ କେବଳ ଫଳାହାର କରି ଜୀବିତ ରହିଛନ୍ତି। ସେ ଅଯୋଧ୍ୟାରେ ଏକ ରାମ ମନ୍ଦିର ନିର୍ମାଣ ପାଇଁ ଗତ ୨୮ ବର୍ଷ ଧରି ଅପେକ୍ଷା କରିଥିଲେ। ଜବଲପୁରର ବିଜୟ ନଗର ଅଂଚଳରେ ବାସ କରୁଥିବା ଉର୍ମିଳା ଚତୁର୍ବେଦୀଙ୍କର ବୟସ ପ୍ରାୟ ୮୧ ବର୍ଷ ଏବଂ ବିବାଦୀୟ ଢାଞ୍ଚା ଭଂଗାଯିବ ସମୟରେ ଦେଶରେ ଦଙ୍ଗା ଆରମ୍ଭ ହୋଇଥିଲା, ହିନ୍ଦୁ-ମୁସଲମାନ ଭାଇମାନେ ପରସ୍ପର ଉପରେ ଆକ୍ରମଣ କରିଥିଲେ ଓ ଏହି ଦୃଶ୍ୟ ଉର୍ମିଳାଙ୍କୁ ଅତ୍ୟନ୍ତ ଦୁଃଖ ଦେଇଥିଲା ଏବଂ ସେଦିନ ସେ ଶପଥ ନେଇଥିଲେ ଯେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନ ହେବା ପର୍ଯ୍ୟନ୍ତ ସେ ଖାଦ୍ୟ ଗ୍ରହଣ କରିବେ ନାହିଁ।

ବହୁ ବର୍ଷର ତପସ୍ୟା ପରେ ଉର୍ମିଳାଙ୍କ ସ୍ୱପ୍ନ ସାକାର ହୋଇଛି। ସମ୍ପ୍ରତି କରୋନା ଯୋଗୁ ସେ ସଶରୀରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇ ପାରୁନଥିଲେ ମଧ୍ୟ ସେ ଅନ୍ତରରେ ସେଠାରେ ରହିବେ। ୮୧ ବର୍ଷିୟ ଉର୍ମିଳା ଚତୁର୍ବେଦୀ ନିଜ ଅବଶିଷ୍ଟ ଜୀବନ ଭଗବାନ ରାମଙ୍କ ଆଶ୍ରୟସ୍ଥଳରେ ବିତାଇବାକୁ ଚାହୁଁଛନ୍ତି। ଏହି ୨୮ ବର୍ଷ ମଧ୍ୟରେ ସେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି, ଖାଦ୍ୟ ଶସ୍ୟ ପରିତ୍ୟାଗ ହେତୁ ନିଜ ସମ୍ପର୍କୀୟ ତଥା ସମାଜଠାରୁ ମଧ୍ୟ ଅନେକ ସମୟରେ ଦୂରେଇ ଯିବାକୁ ବାଧ୍ୟ ହୋଇଛନ୍ତି। ତେବେ ଅନେକ ଥର ଲୋକମାନେ ତାଙ୍କ ଆତ୍ମବିଶ୍ୱାସ ଏବଂ ଅଭ୍ୟାସକୁ ପ୍ରଶଂସା କରିଛନ୍ତି ଏବଂ ପୁରସ୍କୃତ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories