www.samajalive.in
Wednesday, December 10, 2025
23.1 C
Bhubaneswar

ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଲଗାଇବେ ପାରିଜାତ ବୃକ୍ଷ; ଜାଣନ୍ତୁ ଏହାର ପୌରାଣିକ ମହତ୍ୱ

ନୂଆଦିଲ୍ଲୀ : ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ଭୂମିପୂଜାର କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ସେ ଜନ୍ମଭୂମି ମନ୍ଦିରର ପରିସରରେ ପାରିଜାତର ବୃକ୍ଷ ଲଗାଇବେ ବୋଲି ଜଣାପଡ଼ିଛି। ଜାଣନ୍ତୁ କେଉଁ କାରଣରୁ ଏହି ବୃକ୍ଷର ମହତ୍ୱ ଓ ବିଶେଷତ୍ୱ ରହିଛି, ଯେଉଁକାରଣରୁ ଏହାକୁ ଭୂମିପୂଜା ସମାରୋହର ଏକ ଅଂଶ ବୋଲି କୁହାଯାଇଛି। ଏହି ଦିବ୍ୟ ବୃକ୍ଷ ବିଷୟରେ ଜାଣନ୍ତୁ…..
ପାରିଜାତ ବୃକ୍ଷ ଖୁବ ସୁନ୍ଦର। ଏହାର ଫୁଲକୁ ଭଗବାନ ବିଷ୍ଣୁଙ୍କ ଶୃଙ୍ଗାର ଓ ପୂଜାରେ ପ୍ରୟୋଗ ହୋଇଥାଏ। ହିନ୍ଦୁଧର୍ମରେ ଏହି ବୃକ୍ଷର ଖୁବ ମହତ୍ୱ ରହିଛି। ଏପରି ମଧ୍ୟ ମାନ୍ୟତା ରହିଛି ପାରିଜାତ ଫୁଲକୁ ଛୁଇଁ ଦେବା ମାତ୍ରେ ବ୍ୟକ୍ତିଙ୍କର ସମସ୍ତ ଥକ୍କାପଣ ଦୂର ହୋଇଯାଏ।
ପାରିଜାତ ବୃକ୍ଷର ଉଚ୍ଚତା ୧୦ ରୁ ୨୫ ଫିଟ ଯାଏଁ ହୋଇଥାଏ। ଏହି ଗଛର ଅନ୍ୟ ଏକ ବିଶେଷତ୍ୱ ହେଉଛି ଏଥିରେ ଅଧିକ ମାତ୍ରାରେ ଫୁଲ ହୋଇଥାଏ। ଗୋଟିଏ ଦିନରେ ଏହାର ଯେତେ ଫୁଲ ମଧ୍ୟ ତୋଳାଗଲେ ପର ଦିନ ମଧ୍ୟ ଫୁଲ ହୋଇଥାଏ।
ସାରା ଦୁନିଆରେ ଏହି ଫୁଲର ୫ ପ୍ରଜାତି ରହିଛି ବୋଲି କୁହାଯାଉଛି। ମା’ଲକ୍ଷ୍ମୀଙ୍କୁ ମଧ୍ୟ ଏହି ଫୁଲ ପ୍ରିୟ, ତେଣୁ ଏହି ଫୁଲକୁ ମା’ଙ୍କ ପୂଜାରେ ବ୍ୟବହାର କଲେ ସେ ଖୁବ ପ୍ରସନ୍ନ ହୋଇଥାଆନ୍ତି।
ମାନ୍ୟତା ଅନୁଯାୟୀ, ପାରିଜାତ ବୃକ୍ଷର ଉତ୍ପତି ସମୁଦ୍ର ମନ୍ଥନରୁ ହୋଇଛି। ଯାହାକୁ ଇନ୍ଦ୍ରଦେବ ନିଜ ବାଟିକାରେ ଲଗାଇଥିଲେ।
ଏହି ବୃକ୍ଷର ଖୁବ ଔଷଧୀୟ ଗୁଣ ମଧ୍ୟ ରହିଛି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories