www.samajalive.in
Wednesday, December 10, 2025
23.1 C
Bhubaneswar

କୋଭିଡ୍‍-୧୯ ଆରୋଗ୍ୟ ହାର ୬୬.୩୦% : ମୃତ୍ୟୁସଂଖ୍ୟା ୩୮ ହଜାର ୯୩୮

ନୂଆଦିଲ୍ଲୀ : ଦେଶରେ କୋଭିଡ୍‍-୧୯ରୁ ଆରୋଗ୍ୟଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ୧୨ ଲକ୍ଷ ୩୦ହଜାର ୫୦୯କୁ ବୃଦ୍ଧି ପାଇଛି। ଏଥିସହିତ କୋଭିଡ୍‍-୧୯ ଆରୋଗ୍ୟ ହାର ୬୬.୩%ରେ ପହଞ୍ଚିଛି। ଅନ୍ୟପକ୍ଷରେ କୋଭିଡ ନାଇଣ୍ଟିନ୍‍ ମୃତ୍ୟୁହାର  ୨.୦୯%କୁ ହ୍ରାସ ପାଇଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଗତ ୨୪ଘଣ୍ଟା ଭିତରେ ଆଉ ୪୪ ହଜାର ୩୦୬ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟଲାଭ କରିବା ସହ ଦେଶର ବିଭିନ୍ନ ହସ୍ପିଟାଲରେ ବର୍ତ୍ତମାନ ୫ଲକ୍ଷ ୮୬ହଜାର ୨୯୮ଜଣ ସଂକ୍ରମିତ ବ୍ୟକ୍ତିଙ୍କର ଚିକିତ୍ସା କରାଯାଉଛି। ସେମାନଙ୍କ ସଂଖ୍ୟାର ଦୁଇଗୁଣରୁ ଅଧିକ ସଂଖ୍ୟକ ସଂକ୍ରମିତ ବ୍ୟକ୍ତି କୋଭିଡ୍‍-୧୯ ଆରୋଗ୍ୟ ଲାଭ କରି ସାରିଲେଣି।
ମନ୍ତ୍ରଣାଳୟ କହିଛି ଗୋଟିଏ ଦିନ ଭିତରେ ଆଉ ୫୨ହଜାର ୫୦ଜଣ ନୂଆ ଲୋକ ଭୂତାଣୁରେ ସଂକ୍ରମିତ ହେବା ସହ ଦେଶରେ କୋଭିଡ୍‍-୧୯ ସଂକ୍ରମିତ ମାନଙ୍କ ସଂଖ୍ୟା ୧୮ଲକ୍ଷ ୫୫ହଜାର ୭୪୫ ରହିଛି। ଗୋଟିଏ
ଦିନରେ ଆଉ ୮୦୩ଜଣ ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁ ହେବାରୁ କୋଭିଡ ମୃତ୍ୟୁସଂଖ୍ୟା ୩୮ ହଜାର ୯୩୮ରେ ପହଞ୍ଚିଛି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories