www.samajalive.in
Saturday, December 6, 2025
23.1 C
Bhubaneswar

ୟୁପିଏସସି ପରୀକ୍ଷାଫଳ: ରାଉରକେଲା ତହସିଲଦାର ମାନସ ରଞ୍ଜନ ସାହୁଙ୍କୁ ୫୬୭ ରାଙ୍କ

ରାଉରକେଲା : ୨୦୧୭ ବ୍ୟାଚର ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ତଥା ରାଉରକେଲା ତହସିଲଦାର ମାନସ ରଂଜନ ସାହୁ ଆଜି ପ୍ରକାଶ ପାଇଥିବା ୟୁପିଏସସି ପରୀକ୍ଷା ଫଳରେ କୃତକାର୍ଯ୍ୟ ହୋଇଛନ୍ତି। ସେ ଗତ ମେ ମାସରେ ରାଉରକେଲାର  ତହସିଲଦାର ଭାବେ ଯୋଗଦେଇଥିଲେ। ରାଉରକେଲାର ସେକ୍ଟର-୫ ଦୀପିକା ଇଂରାଜୀ ମିଡିୟମ ବିଦ୍ୟାଳୟରୁ ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ ଆଇଆଇଟି ଦିଲ୍ଲୀରୁ ଶ୍ରୀ ସାହୁ ଇଲେକ୍ଟ୍ରିକାଲ ଇଂଜିନିୟରିଂରେ ବି.ଟେକ ଡିଗ୍ରୀ ହାସଲ କରିଥିଲେ। ସୁନ୍ଦରଗଡ଼ ଜିଲା ବିଶ୍ରାବ୍ଲକ ଜରେଇକେଲା ଗ୍ରାମର ବାସିନ୍ଦା ମାନସ ପିଲାଦିନରୁ ଜଣେ ମେଧାବୀ ଛାତ୍ର ବହୁ ସ୍ୱନାମ ହାସଲ କରିଥିଲେ। ବାପା ମହେନ୍ଦ୍ର ସାହୁ ଜରେଇକେଲା ସରପଂଚ ଭାବେ କାର୍ଯ୍ୟ କରିଥିବା ବେଳେ ମାଆ ଇନ୍ଦୁ ସାହୁ ଥିଲେ ସୁନ୍ଦରଗଡ଼ ଜିଲା ବିଶ୍ରା ବ୍ଲକର ଅଧ୍ୟକ୍ଷ ଥିଲେ। ବାପା ମାଆଙ୍କର ପ୍ରେରଣା, ଅଂଚଳବାସୀଙ୍କ ଭଲପାଇବା ଓ ଆଶୀର୍ବାଦ ତାଙ୍କୁ ଏହି ସଫଳତା ଆଣିଦେଇଛି ବୋଲି ମାନସ କହିଛନ୍ତି। କର୍ମନିଷ୍ଠା ଓ ଲୋକଙ୍କ ସେବା ତାଙ୍କର ସବୁବେଳେ ପ୍ରାଥମିକତା ରହି ଆସିଛି। ଆଗାମୀ ଦିନରେ ଏହାକୁ ପୁଂଜି କରି କର୍ତବ୍ୟକୁ ସଫଳତା ସହିତ ସମ୍ପାଦନ କରିବେ ବୋଲି ଶ୍ରୀ ସାହୁ କହିଛନ୍ତି। ୫୬୭ ର‍୍ୟାଙ୍କ ସେ ହାସଲ କରିଛନ୍ତି। ଖୁବ୍‍ କମ ଦିନରେ ରାଉରକେଲା ତହସିଲଦାର ଭାବେ ତାଙ୍କର କର୍ମନିଷ୍ଠା ପ୍ରଶଂସନୀୟ ହୋଇଥିବା ବେଳେ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ସେ ଆହୁରି ସଫଳ ହେବେ ବୋଲି ଶୁଭେଚ୍ଛୁମାନେ ଆଶା ପ୍ରକଟ କରିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories