www.samajalive.in
Saturday, December 6, 2025
23.1 C
Bhubaneswar

ଭିଭୋ ଆଇପିଏଲ୍ ପ୍ରାୟୋଜକ ପ୍ରସଙ୍ଗ, ଜୋର ଧରିଲା ପ୍ରତିବାଦ

ଚୀନର ମୋବାଇଲ୍ ଫୋନ୍ ନିର୍ମାତା କମ୍ପାନୀ ଭିଭୋ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଟାଇଟଲ ପ୍ରାୟୋଜକ ରହିବ ବୋଲି ରବିବାର ଅନୁଷ୍ଠିତ ଆଇପିଏଲ୍ ଗଭର୍ଣ୍ଣିଂ କାଉନ୍ସିଲ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବିସିସିଆଇର ଏହି ନିଷ୍ପତ୍ତିକୁ ସାରାଦେଶରେ ତୀବ୍ର ବିରୋଧ କରାଯାଇଛି। ଏପରିକି ଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ତୁରନ୍ତ ଆଇପିଏଲର ପ୍ରାୟୋଜକ ଭାବେ ଭିଭୋକୁ ହଟାଇବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସୋମବାର ପତ୍ର ଲେଖିଛି। ଆଇପିଏଲ୍-୧୩ ୟୁଏଇରେ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ପର୍ୟ୍ୟନ୍ତ ଖେଳାଯିବାକୁ ଥିବାବେଳେ ଏହାର ଅନୁମତି ପ୍ରତ୍ୟାହାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସିଏଆଇଟି ଅନୁରୋଧ କରିଛି।

ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଲେଖିଥିବା ପତ୍ରରେ ସିଏଆଇଟିର ଜାତୀୟ ମହାସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ ଦର୍ଶାଇଛନ୍ତି, ଆମେ ଆପଣଙ୍କ ନଜରକୁ ଏହା ଆଣିବାକୁ ବାଧ୍ୟ ହେଉଛୁ ଯେ ବିସିସିଆଇ ଚୀନ୍ର କମ୍ପାନୀ ଭିଭୋକୁ ଆଇପିଏଲର ପ୍ରାୟୋଜକ ରଖିବା ଲାଗି ନିଷ୍ପତ୍ତି ନେଇଛି।

- Advertisement -

ଗତମାସରେ ଲଦାଖ୍ ଅଞ୍ଚଳରେ ଭାରତୀୟ ସେନା ଉପରେ ଚୀନ୍ ସେନାର ଆକ୍ରମଣ ଏବଂ ଏଥିରେ ୨୦ ଜଣ ଭାରତୀୟ ବୀର ଯବାନ ପ୍ରାଣ ହରାଇବା ସାରାଦେଶରେ ଚୀନ୍ ବିରୋଧୀ ମନୋଭାବ ସୃଷ୍ଟିହୋଇଛି। ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ‘ଭୋକାଲ୍ ଫର୍ ଲୋକାଲ’ ଓ ‘ଆତ୍ମନିର୍ଭର ଭାରତ’ର ସ୍ଲୋଗାନ୍ ଦେଉଥିବା ବେଳେ ବିସିସିଆଇ କେନ୍ଦ୍ର ସରକାରଙ୍କ ନୀତି ବିରୋଧୀ କାମ କରୁଛି।

ସୂଚନାଯୋଗ୍ୟ; କରୋନାରେ ସଂକ୍ରମିତ ହୋଇ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସୁପୁତ୍ର ଜୟ ଶାହା ଏବେ ବିସିସିଆଇର ସମ୍ପାଦକ ଅଛନ୍ତି। ତାଙ୍କୁ ମଧ୍ୟ ପରୋକ୍ଷରେ ସମାଲୋଚନା କରିଛନ୍ତି ଆର୍ଏସ୍ଏସ୍ ସହ ସମ୍ପର୍କ ରଖିଥିବା ସ୍ୱଦେଶୀ ଜାଗରଣ ମଞ୍ଚ। ଏହାର ଜାତୀୟ ଆବାହକ ଅଶ୍ୱିନୀ ମହାଜନ କହିଛନ୍ତି, ଆଇପିଏଲ୍ ଏକ ବ୍ୟବସାୟ ଏବଂ ଏହି ବ୍ୟବସାୟ ଚଳାଉଥିବା ବ୍ୟକ୍ତିଙ୍କର ଦେଶ ଏବଂ ଏହାର ନିରାପତ୍ତା ପ୍ରତି ଆଦୌ ଦରଦ ତଥା ଦାୟିତ୍ୱ ନାହିଁ। ଏବେ ସାରାବିଶ୍ୱ ଚୀନ୍କୁ ବାସନ୍ଦ କରୁଥିବାବେଳେ ଆଇପିଏଲ୍ ସେମାନଙ୍କୁ ଆଶ୍ରୟ ଦେଉଛି। ସେମାନଙ୍କୁ ବୁଝିବା ଦରକାର ଯେ ଦେଶଠାରୁ କିଛି ବି ବଡ଼ ନୁହେଁ; କ୍ରିକେଟ୍ ବି ନୁହେଁ। ଭାରତୀୟ ଜନତା ଆଇପିଏଲ୍କୁ ବାସନ୍ଦ କରିପାରନ୍ତି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories