www.samajalive.in
Saturday, December 6, 2025
15.1 C
Bhubaneswar

୬୦ ଦିନ ପ​‌​‌ରେ ପୃଥିବୀ ଫେରିଲା ସ୍ପେସ୍-ଏକ୍ସ: ଦୁଇ ମହାକାଶଚାରୀ ସମ୍ପୂର୍ଣ୍ଣ ସୁସ୍ଥ

୬୦ ଦିନ ମହାକାଶରେ ରହିବା ପରେ ପୃଥିବୀ ଫେରିଛି ଆମେରିକୀୟ ଅନ୍ତରୀକ୍ଷ ଯାନ (ସ୍ପେସ କ୍ୟାପସୁଲ୍) ସ୍ପେସ୍ ଏକ୍ସ।  ନାସା ପକ୍ଷରୁ ଅନ୍ତରୀକ୍ଷକୁ ପ୍ରେରଣ ଡ଼୍ରାଗନ-କ୍ରୁ ସ୍ପେସ୍ ଏକ୍ସ କ୍ୟାପସୁଲ ରବିବାର ଭାରତୀୟ ସମୟ ୨.୪୮ ମିନିଟରେ ମେକ୍ସିକୋ ଉପକୂଳରେ ସଫଳ ଅବତରଣ କରିଛି । ଏହି କ୍ୟାପସୁଲ ଆନ୍ତର୍ଜାତିକ ଅନ୍ତରୀକ୍ଷ ଷ୍ଟେସନରୁ ଶନିବାର ସନ୍ଧ୍ୟା ୭.୪୫ ମିନିଟରେ ପୃଥିବୀ ଅଭିମୁଖେ ଯାତ୍ରା କରିଥିଲା ।

- Advertisement -

ୱାଶିଂଟନ ପୋଷ୍ଟ ରିପୋର୍ଟ ଅନୁସାରେ  ଆମେରିକା ୪୫ ବର୍ଷରେ ପ୍ରଥମଥର ଅନ୍ତରୀକ୍ଷ ଯାତ୍ରୀଙ୍କୁ ସିଧା ସମୁଦ୍ର​‌ରେ ଅବତରଣ କରାଇଛି । କ୍ୟାପସୁଲ ଅବତରଣ ନିମନ୍ତେ ୭ଟି ଭିନ୍ନଭିନ୍ନ ସ୍ଥାନ ବଛା ଯାଇଥିଲା, କିନ୍ତୁ ମେକ୍ସିକୋ ଉକଳୂଳରେ ଏହାର ଅବତରଣ ସମ୍ଭାବନା ବେଶୀ ରହିଥିଲା ।   ସ୍ପେସ ଏକ୍ସ ଓ ନାସାର ବୈଜ୍ଞାନିକମା​‌ନେ କ୍ୟାପସୁଲକୁ ସମୁଦ୍ରରୁ ସଫଳତାର ସହ ଉଦ୍ଧାର କରିଛନ୍ତି । ଏହି କ୍ୟାପସୁଲରେ ଅନ୍ତରୀକ୍ଷ ଯାତ୍ରା କରିଥିବା ଦୁଇ ମହାକାଶଚାରୀ ବବ୍ ବେହେଙ୍କେନ୍ (୪୯) ଓ ଡ଼ଗଲାସ ହର୍ଲି (୫୩) ସୁସ୍ଥ ଅଛନ୍ତି । ପୃଥିବୀକୁ ଫେରିବାର ପ୍ରାୟ ଘଣ୍ଟାଏ ପରେ ଉଭୟଙ୍କୁ କ୍ୟାପସୁଲ ମଧ୍ୟରୁ ବାହାରକୁ ଅଣାଯାଇଥିଲା।

୨୦୧୧ ମସିହା ପରେ ପ୍ରଥମଥର ପାଇଁ ଆମେରିକା ଅନ୍ତରୀକ୍ଷକୁ ପ୍ରଥମଥର ପାଇଁ ମାନବ ପଠାଇଥିଲା । ନାସାର କେନେଡ଼ି ସ୍ପେସ୍ ସେଣ୍ଟରରୁ ଗତ ମେ ୩୦ ତାରିଖରେ ଏହି ମିଶନ ଆରମ୍ଭ ହୋଇଥିଲା ଓ ଅନ୍ତରୀକ୍ଷ ଯାତ୍ରୀ ଦିନକ ପରେ ଅର୍ଥାତ୍ ମେ ୩୧ରେ ଆନ୍ତର୍ଜାତିକ ସ୍ପେସ ଷ୍ଟେସନରେ ପହଞ୍ଚିଥିଲେ । ଏହି ସମୟରେ ଅନ୍ତରୀକ୍ଷରେ ସେମାନେ କିଛି ଗବେଷଣା କରିଥିଲେ । ନାସାର ଏହି ଅନ୍ତରୀକ୍ଷ ଯାତ୍ରୀଙ୍କ ପୃଥିବୀ ଅବତରଣର ସିଧା ପ୍ରସାରଣ କରାଯାଇଥିଲା । ମହାକାଶଚାରୀମାନଙ୍କୁ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନକୁ ପରିବହନ ତଥା ଯୋଗାଇବା ପାଇଁ ନାସା ଦୁଇଟି କମ୍ପାନୀ – ସ୍ପେସ୍ ଏକ୍ସ ଏବଂ ବୋଇଙ୍ଗକୁ ନିୟୋଜିତ କରିଥିଲା ଏବଂ ସ୍ପେସ୍ ଏକ୍ସ ପ୍ରଥମ ଥର ପାଇଁ  ମେ ମାସରେ ଶ୍ରୀ ବେହେଙ୍କେନ୍ ଏବଂ ଶ୍ରୀ ହର୍ଲିଙ୍କୁ ଉତକ୍ଷେପଣ କରିଥିଲା।

୧୯୭୫ ପରଠାରୁ ନାସାର ମହାକାଶଚାରୀଙ୍କ ଦ୍ବାରା ଏହା ଥିଲା ପ୍ରଥମ ଜଳଅବତରଣ।  ୪ଟି କମଳା ଓ ଧଳା ରଙ୍ଗର ପାରଚ୍ୟୁଟରେ ଘଣ୍ଟାପ୍ରତି ୧୫ ମାଇଲ୍ ବେଗରେ ଏହି କ୍ୟାପସୁଲ ପୃଥିବୀକୁ ଫେରିଥିଲା । ମହାକାଶଚାରୀଙ୍କ ସହ ନିୟମିତ ଯୋଗାଯୋଗରେ ଥିବା   ସ୍ପେସ୍ ଏକ୍ସ ଇଞ୍ଜିନିୟର ମାଇକେଲ ହେମାନ ଏଥିନିମନ୍ତେ ନାସା ଓ ସ୍ପେସ୍ ଏକ୍ସର କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ନାସା ପ୍ରଶାସକ ଜିମ ବ୍ରିଡେନଷ୍ଟାଇନ୍ଏକ ସାମ୍ବାଦିକ ସମ୍ମିଳନୀରେ ଆମେ ମାନବ ସ୍ପେସ୍ ଫ୍ଲାଇଟକୁ ଏକ ନୂତନ ଯୁଗର ଅୟମାରମ୍ଭ ବୋଲି କହିଛନ୍ତି । ସ୍ପେସ୍ ଏକ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଗୁଇନ୍ ଶଟୱେଲ ଏହି ମିଶନ୍ “ଅବିଶ୍ୱସନୀୟ ଭାବରେ ସୁଗମ” ଏବଂ ଅଧିକ ଉଚ୍ଚାଭିଳାଷୀ ଯାତ୍ରା ପାଇଁ ଏକ ପଦକ୍ଷେପ ବୋଲି ମତ ଦେଇଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories