ଜୋଡ଼ା ପୁରୀ

0

ଆବଶ୍ୟକ ସାମଗ୍ରୀ
ମଇଦା
କଳା ଜିରା
ପାାଣି
ତେଲ
ପିଆଜ
କ୍ୟାପସିୟମ
ଟମାଟୋ
ଜିରା
ପନିର
ଲୁଣ
ହଳଦୀ ଗୁଣ୍ଡ
ଲଙ୍କା ଗୁଣ୍ଡ
ପ୍ରସ୍ତୁତି ପ୍ରଣାଳୀ
ମଇଦାରେ କଳା ଜିରା ତେଲ ପକାଇ ଭଲ ଭାବେ ଚକଟି ରଖି ଦିଅନ୍ତୁ । ଏହା ପରେ ଗ୍ୟାସ ଲଗାଇ କଡ଼େଇ ବସାଇ ତେଲ ଗରମ କରନ୍ତୁ । ସେଥିରେ ପିଆଜ , କ୍ୟାପସିକମ ,ଟମାଟୋ , ଜିରା , ପକାଇ ଭାଜନ୍ତୁ । ଭଲ ଭାବେ ଭାଜି ହେବା ପରେ ଏଥିରେ ପନିର , ଲୁଣ , ଲଙ୍କା ଗୁଣ୍ଡ , ହଳଦୀ ଗୁଣ୍ଡ ପକାଇ ଭାଜି ଏହାକୁ ପୁର ଭଳି ପ୍ରସ୍ତୁତ କରନ୍ତୁ ଓ ଏହାକୁ ଏକ ପାତ୍ରରେ କାଢି ରଖନ୍ତୁ । ପୂର୍ବରୁ ପ୍ରସ୍ତୁତ ହୋଇଥିବା ମଇଦା ଚକଟାକୁ ପୁରୀ ଆକୃତିର ବେଲି ସେଥିରେ ପୁର ଦିଅନ୍ତୁ । ଏହା ପରେ ଆଉ ଗୋଟିଏ ପୁରୀକୁ ଟିକେ ଛୋଟ କରି ବେଲି ଅଳ୍ପ ପାଣି ଲଗାଇ ପୂର୍ବରୁ ପ୍ରସ୍ତୁତ ହୋଇଥିବା ପୁରୀ ରେ ଚାପି କରି ଲଗାନ୍ତୁ । ଗ୍ୟାସରେ ଆଉ ଏକ କଡ଼େଇ ବସାଇ ତେଲ ଗରମ କରି ପ୍ରସ୍ତୁତ ହୋଇଥିବା ପୁରୀକୁ ଛାଣନ୍ତୁ ।
ଏକ ପାତ୍ରକୁ କାଢି ରଖନ୍ତୁ । ପ୍ରସ୍ତୁତ ହୋଇଗଲା ଜୋଡ଼ା ପୁରୀ ।
ବଜାରକୁ ଆସୁଛି ଜିଓ ୨ ଓ ରିଲାନସର ମନସୁନ ଧମାକା

kalyan agarbati
Leave A Reply