www.samajalive.in
Sunday, December 7, 2025
14.1 C
Bhubaneswar

ବିହାରରେ ପ୍ରଳୟଙ୍କରୀ ବନ୍ୟା : ୫୦ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ

ବିହାରରେ ବନ୍ୟା ପରିସ୍ଥିତି ଉଦ୍‍ବେଗଜନକ ହୋଇପଡ଼ିଛି। ଗଣ୍ଡକ, ବୃହି ଗଣ୍ଡକ, ବାଗମତୀ ଆଦି ନଦୀରେ ଜଳସ୍ତର ବୃଦ୍ଧି ପାଇବା ଫଳରେ ଅନେକ ନୂଆ ନୂଆ ଇଲାକାରେ ବନ୍ୟାଜଳ ପ୍ରବେଶ କରିଛି। ଏହାକୁ ଦୃଷ୍ଟିରେ ରଖି ଦରଭଙ୍ଗା ଏବଂ ସମସ୍ତିପୁର ଜିଲ୍ଲାରେ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି। ୧୪ଟି ଜିଲ୍ଲାରେ ଥିବା ୧ ହଜାର ୪୩ଟି ପଞ୍ଚାୟତର ୫୦ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ଏହି ପ୍ରଳୟଙ୍କରୀ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ମଧୁବନୀ, ଗୋପାଳଗଞ୍ଜ,  ସୀତାମାଢ଼ି ଏବଂ ପଶ୍ଚିମ ଚମ୍ପାରନ୍‍ ଆଦି ଅଞ୍ଚଳରେ ବନ୍ୟା ପରିସ୍ଥିତି ଅଧିକ ଉଦ୍‍ବେଗଜନକ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବନ୍ୟାଜନିତ ଘଟଣାରେ ୩୬ ଜଣ ଲୋକଙ୍କର ପ୍ରାଣହାନୀ ଘଟିଛି।
ରେଳ ଧାରଣା ଉପରେ ବନ୍ୟାଜଳ ପ୍ରବେଶ କରିବା ଯୋଗୁଁ ପୂର୍ବକେନ୍ଦ୍ରୀୟ ରେଳବାଇର ଦରଭଙ୍ଗା-ସମସ୍ତିପୁର ସେକ୍ସନ ମଧ୍ୟରେ ରେଳସେବାକୁ ବନ୍ଦ୍‍ ରଖାଯାଇଛି।

Image for representation PTI

ସେହିପରି ବନ୍ୟା ଯୋଗୁଁ ସଡ଼କ ପଥରେ ବ୍ୟାପକ କ୍ଷତି ଘଟିଥିବାରୁ ମୁଜାଫରପୁର ଓ ଛାପ୍ରା ମଧ୍ୟରେ ଯାନବାହନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଇତିମଧ୍ୟରେ ରିଲିଫ୍‍ ଏବଂ ଉଦ୍ଧାର କାର୍ଯ୍ୟକୁ ଜୋର୍‍ଦାର କରାଯାଇଛି। ଏନ୍‍ଡିଆର୍‍ଏଫ୍‍ ଏବଂ ଏସ୍‍ଡିଆର୍‍ଏଫ୍‍ର ୨୯ଟି ଦଳକୁ ସେବାରେ ନିୟୋଜିତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୪ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବାବେଳେ ୩୦ ହଜାର ଲୋକ ବିଭିନ୍ନ ରିଲିଫ୍‍ ଶିବିରରେ ଆଶ୍ରୟ ନେଇଛନ୍ତି। ଅନ୍ୟୂନ ୯ ଲକ୍ଷ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇଦେବା ନିମନ୍ତେ ୧୩୪୨ଟି ଗୋଷ୍ଠୀ ପାକଶାଳାର ବ୍ୟବସ୍ଥା କରାଯାଇଛି।

- Advertisement -
Image Source : PTI

ସୂଚନାଯୋଗ୍ୟ, ଗଣ୍ଡକ, ବାଗ୍‍ମତୀ, କମ୍‍ଲାବଲାନ୍‍, ମହାନନ୍ଦ ଏବଂ ଅଧୱାର୍‍ ଆଦି ନଦୀରେ ବନ୍ୟା ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ବିହାର ସମେତ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories