www.samajalive.in
Tuesday, December 9, 2025
17.1 C
Bhubaneswar

ଆଠଗଡ ବ୍ଲକ ମାଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧନା

ଆଠଗଡ : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତବର୍ଷର ମାଟ୍ରିକ ପରୀକ୍ଷାରେ ଆଠଗଡ ବ୍ଲକରେ ସର୍ବାଧିକ ନମ୍ବର ରଖି ଟପ୍ପର ହୋଇଥିବା ଛାତ୍ରୀଙ୍କୁ ବିଜେପି ନେତା ବ୍ରଜେନ୍ଦ୍ର କୁମାର ରାୟ ସମ୍ବର୍ଦ୍ଧିତ କରିଛନ୍ତି। ଖୁଣ୍ଟୁକଟା ପଞ୍ଚାୟତ ରାଧାଦର୍ଶନପୁର ଗ୍ରାମର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନବକିଶୋର ଦାଶଙ୍କ ନାତୁଣୀ ତଥା ଆଇନଜୀବୀ ସୁରେନ୍ଦ୍ର କୁମାର ଦାଶ ଓ ବୀଣାପାଣି ଦାଶଙ୍କ କନ୍ୟା ଶୁଭଲକ୍ଷ୍ମୀ ଦାଶ ଖୁଣ୍ଟୁକଟାସ୍ଥିତ ଗୋପବନ୍ଧୁ ବାଳିକା ହାଇସ୍କୁଲର ଛାତ୍ରୀ ଭାବେ ୫୫୪ନମ୍ବର ରଖି ବ୍ଲକ ଟପ୍ପର ହୋଇଛନ୍ତି। ରବିବାର ତାଙ୍କୁ ଗୋପବନ୍ଧୁ ବାଳିକା ହାଇସ୍କୁଲର ପ୍ରତିଷ୍ଠାତା ସଂପାଦକ ତଥା ବରିଷ୍ଠ ବିଜେପି ନେତା ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜେନ୍ଦ୍ର କୁମାର ରାୟ ଶୁଭଲକ୍ଷ୍ମୀଙ୍କ ଘରକୁ ଯାଇ ତାଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରି ତାଙ୍କର ଭବିଷ୍ୟତ ଜୀବନର ଉତ୍ତରୋତ୍ତର ଉନ୍ନତି କାମନା କରଥିଲେ। ଶୁଭଲକ୍ଷ୍ମୀକୁ ସମ୍ବର୍ଦ୍ଧିତ କରିବା ସମୟରେ ତାଙ୍କ ଜେଜେବାପା, ପିତାମାତା, ଗୋପବନ୍ଧୁ ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ଦେଇ ଓ କର୍ମଚାରୀ ଜୟକୃଷ୍ଣ ନାୟକ ଉପସ୍ଥିତ ଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories