www.samajalive.in
Saturday, December 13, 2025
14.1 C
Bhubaneswar

କମୁଛି କୋଭିଡ ମୃତ୍ୟୁ ହାର, ବିଦେଶକୁ ରପ୍ତାନି ହେବ ଭେଣ୍ଟିଲେଟର

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ସଂକ୍ରମିତଙ୍କ ମୃତ୍ୟୁହାର କ୍ରମଶଃ ହ୍ରାସ ପାଉଥିବାରୁ କରୋନା ଚିକିତ୍ସାରେ ବ୍ୟବହୃତ ହେଉଥିବା ଭେଣ୍ଟିଲେଟର ବିଦେଶକୁ ରପ୍ତାନୀ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। କୋଭିଡ-୧୯ ପାଇଁ ଗଠିତ ମନ୍ତ୍ରିସ୍ତରୀୟ ଗୋଷ୍ଠୀ ବା ଜିଓଏମ୍‌ ଏ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରସ୍ତାବକୁ ବିଚାର କରି ଭାରତରେ ତିଆରି ଭେଣ୍ଟିଲେଟର୍ସ ବିଦେଶକୁ ରପ୍ତାନୀ ପାଇଁ ଅନୁମତି ଦେଇଛି। ଏ ସଂକ୍ରାନ୍ତ ନିଷ୍ପତ୍ତି ବିଷୟରେ ବୈଦେଶିକ ବାଣିଜ୍ୟ ବିଭାଗର ମହାନିର୍ଦେଶକ (ଡିଜିଏଫ୍‌ଟି)ଙ୍କୁ ଅବଗତ କରାଯାଇଛି। ଡିଜିଏଫ୍‌ଟି ଏବେ ଏହି ଭାରତ ତିଆରି ଭେଣ୍ଟିଲେଟର ରପ୍ତାନୀ ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବ। ଭାରତରେ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁହାର ଉଲ୍ଲେଖନୀୟ ଭାବେ ହ୍ରାସ ପାଉଥିବା ପରିପ୍ରେକ୍ଷୀରେ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏବେ ଭାରତରେ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁହାର ୨.୧୫ ପ୍ରତିଶତ ରହିଛି। ଏହାର ଅର୍ଥ, ଗୁରୁତର ସଂକ୍ରମିତଙ୍କ ମଧ୍ୟରୁ ଖୁବ୍‌ କମ୍‌ ଏବେ ଭେଣ୍ଟିଲେଟରରେ ଅଛନ୍ତି । ଜୁଲାଇ ୩୧ ସୁଦ୍ଧା ସକ୍ରିୟ କରୋନା ସଂକ୍ରମିତଙ୍କ ମଧ୍ୟରେ ମାତ୍ର ୦.୨୨ ଶତାଂଶ ଭେଣ୍ଟିଲେଟରରେ ଥିଲେ। ଆହୁରି ମଧ୍ୟ ଦେଶରେ ଭେଣ୍ଟିଲେଟର ଉତ୍ପାଦନ ବୃଦ୍ଧି ପାଇବାରେ ଲାଗିଛି। ଜାନୁୟାରୀ ୨୦୨୦ ତୁଳନାରେ ଏବେ ୨୦ରୁ ଅଧିକ ସଂସ୍ଥା ଏହି ଭେଣ୍ଟିଲେଟର ଉତ୍ପାଦନ କରୁଛନ୍ତି।

ସୂଚନାଯୋଗ୍ୟ, କରୋନା ସଂକ୍ରମଣ ଦେଖାଦେବା ପରେ ମାର୍ଚ୍ଚରେ ସରକାର ଭେଣ୍ଟିଲେଟର ରପ୍ତାନୀକୁ ନିଷିଦ୍ଧ କରିଥିଲେ। ଘରୋଇ ରୋଗୀଙ୍କ ପାଇଁ ଭେଣ୍ଟିଲେଟରର ଯେପରି ଅଭାବ ନ ପଡେ ସେଥିପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ସରକାରଙ୍କ ନିଷ୍ପତ୍ତିକ୍ରମେ ଏହାର ରପ୍ତାନୀକୁ ନିଷିଦ୍ଧ କରି ଚଳିତବର୍ଷ ମାର୍ଚ୍ଚ ୨୪ରେ ଡିଜିଏଫ୍‌ଟି ବିଜ୍ଞପ୍ତି ପ୍ରକାଶ କରିଥିଲା। ଏବେ ଏହି ନିଷ୍ପତ୍ତି ପ୍ରତ୍ୟାହାର କରାଯାଇଥିବାରୁ ବିଦେଶକୁ ଭାରତୀୟ ଭେଣ୍ଟିଲେଟର ରପ୍ତାନୀ ପାଇଁ ନୂଆ ସୁଯୋଗ ସୃଷ୍ଟି ହୋଇଛି। ତେବେ ଭାରତୀୟ ଉତ୍ପାଦ ମଧ୍ୟ ବିଦେଶୀ ବଜାର ହାସଲ କରିବା ପାଇଁ ସୁଯୋଗ ପାଇଛି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories