www.samajalive.in
Tuesday, December 9, 2025
23.1 C
Bhubaneswar

ସାହିତ୍ୟ ସାଧନା ଲାଗି ଆରଏସପିରୁ ସ୍ଵେଚ୍ଛାକୃତ ଅବସର ନେଲେ ‘କୁମାର ଦମ୍ପତି’

ଆନ୍ତର୍ଜାତିକ ସାହିତ୍ୟିକ ତଥା ଦେଶ ବିଦେଶରେ ପୁରସ୍କୃତ ଇଂରାଜୀ ଶିଶୁ ସାହିତ୍ୟ ସାଧକ ରମେନ୍ଦ୍ର କୁମାର ରାଉରକେଲା ଇସ୍ପାତ କାରଖାନାରୁ ସ୍ଵେଚ୍ଛା ଅବସର ନେଇଛନ୍ତି । ସେ ଆରଏସପିରେ ସଞ୍ଚାର ମୁଖ୍ୟ (ମହାପ୍ରବନ୍ଧକ) ଭାବରେ କାର୍ଯ୍ୟ କରୁଥିଲେ। ତାଙ୍କ ସହ ମହାପ୍ରବନ୍ଧକ ଭାବରେ କାର୍ଯ୍ୟ କରୁଥିବା  ପତ୍ନୀ ମାଧବୀ କୁମାର ମଧ୍ୟ ସ୍ଵେଚ୍ଛା ଅବସର ଗ୍ରହଣ କରିଛନ୍ତି । ଉଭୟଙ୍କୁ ଆରଏସପି ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସାହିତ୍ୟ ସାଧନା ନିମନ୍ତେ ସେ ଚାକିରି ଛାଡ଼ିଛନ୍ତି ଏବଂ ପରବର୍ତୀ ଜୀବନ ବାଙ୍ଗାଲୋରରେ ଅତିବାହିତ କରିବେ ବୋଲି ସୂଚନା ଦେଇଛନ୍ତି ।

- Advertisement -

ଦିଲ୍ଲୀ, ମୁମ୍ବାଇ, ଭୁବନେଶ୍ଵର ସହିତ ବିଭିନ୍ନ ଆନ୍ତର୍ଜାତୀୟ ପ୍ରକାଶନୀ ସଂସ୍ଥା ପକ୍ଷରୁ ତାଙ୍କର ୩୮ଟି ପୁସ୍ତକ ପ୍ରକାଶିତ ହୋଇଛି । ୨୦୧୪ରେ ତାଙ୍କ ଲିଖିତ ‘‘ମୋହିନୀ’’ ବେଷ୍ଟ ସେଲର ମର୍ଯ୍ୟାଦା ମଧ୍ୟ ପାଇଥିଲା । ଜଣେ ଶିଶୁ ସାହିତ୍ୟିକ ଭାବରେ ପରିଚିତ ରମେନ୍ଦ୍ର ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ଓ ହକି କିମ୍ବଦନ୍ତୀ ଦିଲ୍ଲୀପ ତିର୍କୀଙ୍କ ଜୀବନୀକୁ ନେଇ କାହାଣୀ ଲେଖିଛନ୍ତି। ପ୍ରଭୁ ଜଗନ୍ନାଥଙ୍କ ସମ୍ପର୍କ​‌ରେ ତାଙ୍କ ଲିଖିତ ପୁସ୍ତକ ବେଶ୍ ଆଦୃତ ହୋଇଥିଲା ।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories