www.samajalive.in
Sunday, December 7, 2025
16.1 C
Bhubaneswar

ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଡାକ୍ତରଖାନାରେ ସାମାଜିକ ଦୂରତାକୁ ଫୁଃ

ଟିଟିଲାଗଡ଼: ସମ୍ପ୍ରତି କରୋନା ମହାମାରିର ପ୍ରକୋପ ବଲାଙ୍ଗିର ଜିଲାରେ ହୁହୁ ହୋଇ ବୃଦ୍ଧି ପାଇବାକୁ ଲାଗିଛି। ଏପରିପ୍ରେକ୍ଷୀରେ ବଲାଙ୍ଗିର ଜିଲାପାଳ ଚାରି ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି। ତେବେ ଚିକିତ୍ସା ଆଦି ଜରୁରି କାର୍ଯ୍ୟ ପାଇଁ କଟକଣା କୋହଲ କରାଯାଇଛି। ଏନେଇ ଟିଟିଲାଗଡ ଉପଖଣ୍ଡ ମୁଖ୍ୟ ଡାକ୍ତରଖାନାକୁ ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ବ୍ଲକ ତଥା ପଡୋଶୀ କଲାହାଣ୍ଡି ଜିଲାର ରୋଗି ପୁର୍ବ ପରି ଚିକିତ୍ସା ପାଇଁ ପହଞ୍ଚୁଛନ୍ତି । ତେବେ କରୋନା ସଂକ୍ରମଣରୁ ସୁରକ୍ଷା ନେଇ ସାମାଜିକ ଦୁରତା ରକ୍ଷା ନିତାନ୍ତ ଅପରିହାର୍ଯ୍ୟ ହୋଇଥିବା ବେଳେ ଡାକ୍ତରଖାନାରେ ଏହା ଫୁ ମାରିଥିବା ଆଲୋଚନା ହୋଇଛି। ଆଜି ଡାକ୍ତରଖାନାର ଆଉଟଡୋରରେ ଲୋକେ ଗେଞ୍ଜାଗେଞ୍ଜି ହୋଇ ପ୍ରତିକ୍ଷାରତ ଥିବା ବୁଦ୍ଧିଜୀବୀ ମହଲରେ ଚିନ୍ତା ବଢାଇଛି। ଏଭଳି ହେଲେ ପ୍ରଶାସନ ପକ୍ଷରୁ କରୋନା ସଂକ୍ରମଣକୁ ରୋକିବା ସମ୍ପୂର୍ଣ୍ଣ ଅସମ୍ଭବ ବ୍ୟାପାର ହେବ ବୋଲି ବରିଷ୍ଠ ସାମ୍ବାଦିକ ସନତ ପାଢି ଏଭଳି ଦୃଶ୍ୟ ଦେଖି କ୍ଷୋଭ ପ୍ରକାଶ କରିଛନ୍ତି। ଟିଟିଲାଗଡ ଉପଜିଲାପାଳ ଉପଖଣ୍ଡ ଅନ୍ତର୍ଗତ ଏକ ଘରୋଇ କ୍ଲିନିକରେ ଭିଡ ନେଇ ସିଲ କରିଥିବା ବେଳେ ସରକାରି ଡାକ୍ତରଖାନାରେ ଏଭଳି ଅବହେଲା ଆଗାମୀ ଦିନରେ ବିପଦ ସୃଷ୍ଟି କରିବା ଆଶଙ୍କା ପ୍ରକାଶ ପାଇଛି। ଏସମ୍ପର୍କରେ ଟିଟିଲାଗଡ ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଡା. କୃଷ୍ଣଚନ୍ଦ୍ର ପାଳଙ୍କୁ ଯୋଗାଯୋଗ କରିବାରୁ ଆଉଟଡୋର ସମ୍ମୁଖରେ ଗୋଳ ବୁଲାଇ ଲୋକଙ୍କୁ ସାମାଜିକ ଦୁରତା ରକ୍ଷା ପାଇଁ ସଚେତନ କରାଯାଉଛି, ଲୋକେ ଏନେଇ ସହଯୋଗ କରିବା ଆବଶ୍ୟକତା ରହିଥିବା ସେ କହିଛନ୍ତି। ତେବେ ଏନେଇ ପ୍ରଶାସନ ଜାଗତିଆର ରହିବାକୁ ଶ୍ରୀ ପାଢୀ ଦାବି କରିଛନ୍ତି।

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories