www.samajalive.in
Saturday, December 13, 2025
26.1 C
Bhubaneswar

ସ୍ନେହର ସାକ୍ଷୀ ଶୁଭକାମନାର ସାକ୍ଷୀ: ଭାଇ ହାତରେ ପବିତ୍ର ରାକ୍ଷୀ

ରକ୍ଷାବନ୍ଧନର ପର୍ବ ଭାଇ-ଭଉଣୀଙ୍କର ପବିତ୍ର ସମ୍ପର୍କକୁ ଆହୁରି ମଧ୍ୟ ମଜଭୂତ କରି ଦେଇଥାଏ। ରାକ୍ଷୀ ହେଉଛି ଏକ ରେଶମୀ ସୂତା ମାତ୍ର ଏହା ଭାଇଭଉଣୀ ସମ୍ପର୍କର ଏକ ମଜଭୂତ ଚିହ୍ନ। ଏହି ଡ଼ୋର ଦ୍ୱାରା ହିଁ ଭାଇଟିଏ ନିଜ ଭଉଣୀପ୍ରତି ରକ୍ଷା ବଚନ ଦେଇଥାଏ। ଏହିଦିନ ଭାଇ ନିଜ ଭଉଣୀଙ୍କୁ ଉପହାର ଦେଇଥାଆନ୍ତି। ମାତ୍ର ଉପହାର ଦେବା ସମୟରେ କିଛି ଦିନ ପ୍ରତି ଧ୍ୟାନ ରଖିବା ଉଚିତ ଜାଣନ୍ତୁ….
– ଉପହାରରେ ଧାରୁଆ ଜିନିଷ ଦିଅନ୍ତୁ ନାହିଁ।ଜ୍ୟୋତିଷ ଶାସ୍ତ୍ର ଓ ବାସ୍ତୁ ଅନୁଯାୟୀ, ଏହାକୁ ଉପହାରରେ ଦେବା ଦ୍ୱାରା ଅଶୁଭ ହୋଇଥାଏ। ତେଣୁ ଏହି ଦିନ ଭୁଲରେ ମଧ୍ୟ ଗ୍ରାଇଣ୍ଡର, ଛୁରୀ, ଆଇନା, ଫଟୋ ଫ୍ରେମ ଉପହାରରେ ଦିଅନ୍ତୁ ନାହିଁ। ରୁମାଲ ମଧ୍ୟ ଦିଅନ୍ତୁ ନାହିଁ।
ଏହି ଦିନ ନିଜ ଭଉଣୀକୁ ବସ୍ତ୍ର ଉପହାରରେ ଦିଅନ୍ତୁ। ଏହା ଶୁଭ। ମାତ୍ର କଳା କିମ୍ବା ନୀଳ ରଙ୍ଗର ବସ୍ତ୍ର ଦିଅନ୍ତୁ ନାହିଁ। ଏପରି କୁହାଯାଏ ମହିଳା ଘରର ଲକ୍ଷ୍ମୀ। ତେଣୁ ବସ୍ତ୍ର ଦେବା ଦ୍ୱାରା ସେ ପ୍ରସନ୍ନ ହୋଇଥାଆନ୍ତି।
– ଏହି ଦିନ ନିଜ ଭଉଣୀକୁ ବସ୍ତ୍ର, ଆଭୂଷଣ ( ସୁନା , ଚାନ୍ଦି, ଅନ୍ୟାନ୍ୟ), ବହି, ସଙ୍ଗୀତ ଉପକରଣ ଆଦି ଦେଇପାରିବେ। ଏହା ସମ୍ପର୍କକୁ ମଜଭୂତ କରିଥାଏ।ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।
– ଶିକ୍ଷା ସମ୍ବନ୍ଧୀୟ ଜିନିଷ ଉପହାରରେ ଦିଅନ୍ତୁ। ମାତ୍ର ଜୋତା ଚପଲ ଆଦି ଦିଅନ୍ତୁ ନାହିଁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories