www.samajalive.in
Saturday, December 13, 2025
26.1 C
Bhubaneswar

ଅଗଷ୍ଟ ୩୧ ଯାଏଁ ଗଞ୍ଜାମ ଲକ୍‌ଡାଉନ୍‌, ଜିଲାର ସମସ୍ତ ପ୍ରବେଶ ପଥ ସିଲ୍

ଗଞ୍ଜାମ : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ଗଞ୍ଜାମ ଜିଲାରୁ ହୁ ହୁ ହୋଇ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଏକ ସପ୍ତାହ ହେବ ଗଞ୍ଜାମରେ ଆକ୍ରାନ୍ତଙ୍କ ହାର ହ୍ରାସ ପାଇଛି । ଆକ୍ରାନ୍ତଙ୍କ ହାର ହ୍ରାସ ପାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରତିଦିନ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲାରୁ ସର୍ବାଧିକ ଆକ୍ରାନ୍ତ ରହୁଛନ୍ତି । ଏହାରି ମଧ୍ୟରେ କରୋନା ସ୍ଥିତିକୁ ନେଇ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ପ୍ରେସ୍‌ମିଟ୍‌ କରିଥିଲେ। ଜିଲାପାଳ କହିଛନ୍ତି ଯେ ଗତ କିଛିଦିନ ଧରି ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା କମିଛି, ଘରକୁ ଘର ସର୍ଭେ ଦ୍ବାରା  ଆକ୍ରାନ୍ତଙ୍କ ସଂଖ୍ୟା କମିଛି ମାତ୍ର ଏବେ ବି ଅନ୍ୟ ଜିଲା ଅପେକ୍ଷା ଗଞ୍ଜାମରେ ଅଧିକ ସଂଖ୍ୟା ରହୁଛି । ଏଣୁ ଗଞ୍ଜାମ ଜିଲାରେ ୩୧ ଅଗଷ୍ଟ ଯାଏଁ ଲକ୍ ଡାଉନ ସହ ସାପ୍ତାହିକ ଦୁଇ ଦିନିଆ ସଟଡାଉନ ଜାରି ରହିବ ।

ଏଥି ସହିତ ଗଞ୍ଜାମର ସବୁ ପ୍ରବେଶ ପଥ ସିଲ୍‌ ବଳବତ୍ତର ରହିବ ,ଗଞ୍ଜାମକୁ ଅନ୍ୟ ଜିଲା ଲୋକଙ୍କ ଯାତାୟାତ ଉପରେ କଟକଣା ରହିବ, ବ୍ରହ୍ମପୁରକୁ ମଧ୍ୟ ଅନ୍ୟ ଅଞ୍ଚଳ ଲୋକଙ୍କ ଯାତାୟାତ ଉପରେ କଟକଣା । ଜିଲାରେ ସକାଳ ୫ଟାରୁ ଅପରାହ୍ଣ ୪ଟା ଯାଏ ଦୋକାନ ଖୋଲା ରହିବ, ପ୍ରତି ଶନିବାର ଓ ରବିବାର ଜିଲାରେ ସଟ୍‌ଡାଉନ୍‌ ରହିବ, ଅପରାହ୍ଣ ୪ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ ରହିବ ।

- Advertisement -

ଗଞ୍ଜାମର ଦୋକାନୀମାନେ ୫ ସୂତ୍ରୀ ନିୟମର ପାଳନ କରିବେ। ଦୋକାନରେ ସାମଜିକ ଦୂରତା ନିୟମ ପାଳନ ସହ ଦୋକାନ ଆଗରେ ବ୍ୟାରିକେଡ୍‌ ରହିବ । ଏଥି ସହିତ ଗ୍ରାହକଙ୍କ ପାଇଁ ଦୋକାନ ଆଗରେ ସର୍କଲ ରହିବ, ସେହି ସର୍କଲ ଭିତରେ ଗ୍ରାହକ ଛିଡା ହେବେ । ଏଥି ସହିତ ନୋ ମାସ୍କ ନୋ ଗ୍ରୋସରି ନିୟମ ମଧ୍ୟ ମାନିବାକୁ ପଡିବ । ଦୋକାନୀ ମାସ୍କ ପିନ୍ଧିବେ ଓ ଦୋକାନ ବାହାରେ ସାନିଟାଇଜର ରଖିବେ । ଯଦି କୌଣସି ଦୋକାନି ଏହି ନିୟମ ଅବମାନନା କରନ୍ତି ତେବେ ତାଙ୍କ ଦୋକାନ ସିଲ୍ ହେବା ସହ ତାଙ୍କ ଠାରୁ ଜରିମାନା ଆଦାୟ କରାଯିବ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories