www.samajalive.in
Monday, December 8, 2025
14.1 C
Bhubaneswar

ବର୍ଷା ଅଭାବରୁ ମରୁଡି ଆଶଙ୍କା: ବେଙ୍ଗ ବେଙ୍ଗୁଲି ବାହାଘର, ଇନ୍ଦ୍ରଦେବତାଙ୍କ ସନ୍ତୁଷ୍ଟି ପାଇଁ ରାମାୟଣ ପାଠ

ପାଟଣା: ପାଟଣା, ଘଟଗାଁ ଓ ସାହାରପଡା ବ୍ଲକ ଅଂଚଳରେ ବର୍ଷା ଅଭାବ କାରଣରୁ ଆସନ୍ନ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଚାଷୀଙ୍କୁ ବିଲରେ ପାଣି ଅଭାବ ତଳି ରୋଇବାକୁ ସୁଯୋଗ ସୃଷ୍ଟି କରିନାହିଁ । ଆକାଶରେ ମେଘ ଦେଖା ଦେଉଥିଲେ ମଧ୍ୟ କେତେବେଳେ କେମିତି ଝିପିଝିପି ବର୍ଷା କେବଳ ମାଟି ଓଦା କରି ଦେଉଛି ସିନା ଚାଷ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରୁନାହିଁ । ପରିସ୍ଥିତିରୁ ମୁକୁଳିବା ପାଇଁ ପାଟଣା ବ୍ଲକ ଅଂଚଳର ଏକାଧିକ ଗ୍ରାମରେ ଆଜି ଇନ୍ଦ୍ର ଦେବତାଙ୍କୁ ପୂଜା କରିବା ସହ ବେଙ୍ଗ ବେଙ୍ଗୁଲିଙ୍କ ବାହାଘର କରାଇଛନ୍ତି । ଏପରିକି ଗ୍ରାମଦେବୀଙ୍କୁ ମଧ୍ୟ ଯଥାରିତି ଦେହୁରୀଙ୍କ ଦ୍ୱାରା ପୂଜାର୍ଚ୍ଚନା କରିଛନ୍ତି । ପୂଜା ସ୍ଥଳରେ ଆଦ୍ୟକାଣ୍ଡ ରାମାୟଣ ପାଠ କରାଯିବା ପରେ ବରକନ୍ୟା ସାଜିଥିବା ବେଙ୍ଗ ବେଙ୍ଗୁଲୀଙ୍କୁ ଦୁଇଟି ନୂଆ ମାଟି ହାଣ୍ଡିରେ ପୁରାଇ ବାଜା ବଜାଇ ଗ୍ରାମ ପରିକ୍ରମା କରିଛନ୍ତି ।

ବେଙ୍ଗ ବେଙ୍ଗୁଲୀ ବାହାଘର ପାଇଁ ଆଜି ସକାଳୁ ପାଟଣା ବ୍ଲକର ଯମୁନାପଶି ପଂଚାୟତ ଗୋଡିପୋଖରୀ ଗ୍ରାମରେ ଉତ୍ସବ ମୁଖର ପରିବେଶ ସୃଷ୍ଟି ହୋଇଥିଲା । ସକାଳୁ ମହିଳାମାନଙ୍କ ଦ୍ୱାରା କଳସ ଶୋଭାଯାତ୍ରା ମଣ୍ଡପକୁ ଆସିବା ପରେ କଳସ ସ୍ଥାପନ ସହ ଇନ୍ଦ୍ରଦେବତାଙ୍କ ପୂଜା ସହ ବେଙ୍ଗ ବେଙ୍ଗୁଲୀ ବାହାଘର କରାଯାଇ ବର୍ଷାକୁ ଗ୍ରାମବାସୀ ଆବାହନ କରି ଦେବରାଜ ଇନ୍ଦ୍ରଙ୍କ ଶରଣାପନ୍ନ ହୋଇଛନ୍ତି । ଅନୁରୂପ ଭାବେ ତୁରୁମୁଙ୍ଗା ପଂଚାୟତ କଇଁଣ୍ଡା ଓ ହାତୀବାରି ଗ୍ରାମରେ ଆଜି ବେଙ୍ଗ ବେଙ୍ଗୁଲୀ ବାହାଘର କରାଯାଇଛି । ସଂଯୋଗ ଏହି ଯେ ଆଜିର ଏହି ବେଙ୍ଗ ବେଙ୍ଗୁଲୀ ବାହାଘର ପରେ ପରେ ଅପରାହ୍ନରେ କିଛି ଅଂଚଳରେ ସାମାନ୍ୟ ହାଲକା ବର୍ଷା ହୋଇଯାଇଥିବା ଜଣାପଡିଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories