www.samajalive.in
Sunday, December 7, 2025
23.1 C
Bhubaneswar

ପ୍ଲାଷ୍ଟିକ କାରଖାନା ଅନ୍ୟତ୍ର ସ୍ଥାନାନ୍ତର ଦାବୀରେ ଥାନା ସମ୍ମୁଖରେ ଧାରଣା

ଖଡିଆଳ : ନୂଆପଡା ଜିଲା ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୧ ନଂ ୱାର୍ଡ ପୁଟୁପଡା ଠାରେ ନିର୍ମାଣ ହେବାକୁ ଥିବା ପ୍ଲାଷ୍ଟିକ କାରଖାନାକୁ ଅନ୍ୟତ୍ର ସ୍ଥାନାନ୍ତର ଦାବୀରେ ପଡାବାସୀ ପ୍ରବଳ ବିରୋଧ ପ୍ରଦର୍ଶନ କରି ଖଡିଆଳ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି। ଏହି ଧାରଣାରେ ପଡାର ଯୁବଗୋଷ୍ଠୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ସାମିଲ ଥିଲେ। ଜିଲା ପ୍ରଶାସନ ଏହି କାରଖାନାକୁ ଅନ୍ୟତ୍ର ସ୍ଥାନାନ୍ତର ନକଲେ ଆଗାମୀ ଦିନରେ ବ୍ୟାପକ ଭାବରେ ଆନ୍ଦୋଳନ କରାଯିବ ବୋଲି ପଡାବାସୀ ଚେତାବନୀ ଦେଇଛନ୍ତି। ଏହି ପ୍ଲାଷ୍ଟିକ କାରଖାନା ତିଆରି ହେଲେ ପ୍ରଦୂଷଣ ବଢିବା ସହ ପରିବେଶ କ୍ଷତିକାରକ ହେବ। ଫଳରେ ପଡାବାସୀ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବେ ବୋଲି ଅଭିଯୋଗ କରିଛନ୍ତି। ଏନେଇ ପଡାବାସୀ ଗତ ଦିନରେ ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ୟ୍ୟନିର୍ବାହୀ ଅଧିକାରୀ, ଖଡିଆଳ ତହସିଲଦାର, ନୂଆପଡା ଜିଲାପାଳ ଏବଂ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡଙ୍କୁ ମଧ୍ୟ ଦାବୀପତ୍ର ଦେଇ କାରଖାନାକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବୀ କରିଥିଲେ। କିନ୍ତୁ କୌଣସି ପ୍ରକାରର ସୁଫଳ ନମିଳିବାରୁ ଶେଷରେ ଥାନା ସମ୍ମୁଖରେ ଧାରଣା ଦେଇଥିବା ଜଣାପଡିଛି। ଜିଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories